SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Odisha Bandh Impact in Keonjhar: କେନ୍ଦୁଝରରେ ‘ଓଡ଼ିଶା ବନ୍ଦ’ର ତୀବ୍ର ପ୍ରଭାବ; ଦୋକାନ ବଜାର ବନ୍ଦ, ରାସ୍ତାରେ ଆନ୍ଦୋଳନକାରୀ

କେନ୍ଦୁଝର ସହରର ଗାନ୍ଧି ଛକ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଛକ ଏବଂ ଲାବଣ୍ୟ ଛକରେ ଆନ୍ଦୋଳନକାରୀମାନେ ଯାନବାହାନ ଅଟକାଇଥିବା ଜଣାପଡ଼ିଛି। ଫଳରେ ସହରର ବିଭିନ୍ନ ରାସ୍ତାରେ ଯାତାୟାତ ପ୍ରଭାବିତ ହୋଇଛି।

Reported By Abhaya Mohanty Written By Priyambada Rana
Published: Oct 08, 2026, 01:06 PM IST | Updated: Oct 08, 2026, 01:18 PM IST
Image Credit: Odisha Bandh Impact in Keonjhar: କେନ୍ଦୁଝରରେ ‘ଓଡ଼ିଶା ବନ୍ଦ’ର ତୀବ୍ର ପ୍ରଭାବ; ଦୋକାନ ବଜାର ବନ୍ଦ, ରାସ୍ତାରେ ଆନ୍ଦୋଳନକାରୀ
Join

କେନ୍ଦୁଝର: ରାଜ୍ୟବ୍ୟାପୀ ‘ଓଡ଼ିଶା ବନ୍ଦ’ର ପ୍ରଭାବ କେନ୍ଦୁଝର ଜିଲ୍ଲାରେ ମଧ୍ୟ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି। କେନ୍ଦୁଝର ସହରଠାରୁ ଆରମ୍ଭ କରି ବିଭିନ୍ନ ଖଣି ଅଞ୍ଚଳ ପର୍ଯ୍ୟନ୍ତ ଆନ୍ଦୋଳନକାରୀମାନେ ରାସ୍ତାକୁ ଓହ୍ଲାଇ ବନ୍ଦକୁ ସମର୍ଥନ କରିଛନ୍ତି।

କେନ୍ଦୁଝର ସହରର ଗାନ୍ଧି ଛକ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଛକ ଏବଂ ଲାବଣ୍ୟ ଛକରେ ଆନ୍ଦୋଳନକାରୀମାନେ ଯାନବାହାନ ଅଟକାଇଥିବା ଜଣାପଡ଼ିଛି। ଫଳରେ ସହରର ବିଭିନ୍ନ ରାସ୍ତାରେ ଯାତାୟାତ ପ୍ରଭାବିତ ହୋଇଛି।

କେବଳ ସହର ନୁହେଁ, ଜିଲ୍ଲାର ବିଭିନ୍ନ ଖଣି ଅଞ୍ଚଳରେ ମଧ୍ୟ ବନ୍ଦର ପ୍ରଭାବ ପଡ଼ିଛି। ବିଭିନ୍ନ ଖଣିରୁ ଖଣିଜ ପଦାର୍ଥ ପରିବହନ କରୁଥିବା ଟ୍ରକ୍‌ଗୁଡ଼ିକୁ ଆନ୍ଦୋଳନକାରୀମାନେ ଅଟକାଇଛନ୍ତି।

ବଡ଼ବିଲ ସହର ନିକଟ କିରିବୁରୁ ଛକ, ୫୨୦ ନମ୍ବର ଜାତୀୟ ରାଜପଥର ଭଦ୍ରାସାହି ଏବଂ ଯୋଡ଼ା ସହର ନିକଟ କଳାପାହାଡ଼ ଛକରେ ଲୁହାପଥର ବୋଝେଇ ଟ୍ରକ୍ ଅଟକାଯାଇଥିବା ସୂଚନା ମିଳିଛି।

ସେହିପରି ରିମୁଳି ଛକରୁ ଚମ୍ପୁଆ ଦେଇ ଝାଡ଼ଖଣ୍ଡ ଯାଉଥିବା ରାସ୍ତାରେ ଚନ୍ଦ୍ରଶେଖର କଲେଜ ନିକଟରେ ମଧ୍ୟ ଆନ୍ଦୋଳନକାରୀମାନେ ଭାରୀଯାନ ଅଟକାଇଛନ୍ତି।

ବନ୍ଦ ପ୍ରଭାବରେ ଜିଲ୍ଲାର ଅନେକ ସ୍ଥାନରେ ଦୋକାନ ବଜାର ସ୍ୱତଃ ବନ୍ଦ ରହିଥିବା ବେଳେ ଘରୋଇ ବସ୍ ଚଳାଚଳ ମଧ୍ୟ ବନ୍ଦ ରହିଛି। ତେବେ ସରକାରୀ ବସ୍ ଚଳାଚଳ ଜାରି ରହିଛି।

ଅନ୍ୟପକ୍ଷରେ, କେନ୍ଦୁଝରଗଡ଼ ରେଳ ଷ୍ଟେସନରୁ ଟ୍ରେନ୍ ଚଳାଚଳ ସ୍ୱାଭାବିକ ରହିଥିବା ଜଣାପଡ଼ିଛି। ଫଳରେ ସଡ଼କ ପରିବହନ ପ୍ରଭାବିତ ହୋଇଥିଲେ ମଧ୍ୟ ରେଳ ଯୋଗାଯୋଗ ସ୍ୱାଭାବିକ ରହିଛି।

ସାମଗ୍ରିକ ଭାବେ, ଆଜିର ଓଡ଼ିଶା ବନ୍ଦ ଯୋଗୁଁ କେନ୍ଦୁଝରରେ ଦୈନନ୍ଦିନ ଜନଜୀବନ ଓ ଖଣିଜ ପରିବହନ ଉପରେ ପ୍ରଭାବ ପଡ଼ିଥିବା ଦେଖାଯାଇଛି।

Add Zee News as a Preferred Source
TAGS:

About the Author

Abhaya Mohanty
Read More

ZEENEWS TRENDING STORIES