ଆନନ୍ଦପୁରର ଏକ ଘରୋଇ ନର୍ସିଂହୋମ ମାଲିକଙ୍କ ଜୁଲମକୁ ନେଇ ଥାନାର ଦ୍ୱାରସ୍ଥ ହେଲେ ରୋଗୀଙ୍କ ସମ୍ପର୍କୀୟ
ଆନନ୍ଦପୁର ପୌରପରିଷଦର ୧୬ ନମ୍ବର ୱାର୍ଡ ଶୈଲଙ୍ଗ ନିକଟରେ ଥିବା କାଶୀନାଥ ହେଲଥ କେୟାରର ମାଲିକ ଦେବାଶିଷ ଷଡ଼ଙ୍ଗୀଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ଜଣେ ରୋଗୀଙ୍କ ଭାଇ।
Kendujhar: ଆନନ୍ଦପୁର ପୌରପରିଷଦର ୧୬ ନମ୍ବର ୱାର୍ଡ ଶୈଲଙ୍ଗ ନିକଟରେ ଥିବା କାଶୀନାଥ ହେଲଥ କେୟାରର ମାଲିକ ଦେବାଶିଷ ଷଡ଼ଙ୍ଗୀଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ଜଣେ ରୋଗୀଙ୍କ ଭାଇ।
କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଥାନା ଅନ୍ତର୍ଗତ ବିରିଡିହା ଗାଁର ଚନ୍ଦନ କୁମାର ଯେନା ତାଙ୍କ ଭଉଣୀ ରଞ୍ଜିତା ଯେନାଙ୍କର ଟ୍ୟୁମର ଅପରେସନ ପାଇଁ କାଶୀନାଥ ହେଲଥ କେୟାରରେ ଭର୍ତ୍ତି କରିଥିଲେ। ପ୍ରଥମେ ସମ୍ପୃକ୍ତ ନର୍ସିଙ୍ଗ ହୋମର ମାଲିକ ତାଙ୍କୁ ଆୟୁଷ୍ମାନ କାର୍ଡରେ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା କରିଦେବାର ପ୍ରତିଶୃତି ଦେଇଥିଲେ ହେଲେ ଅପରେସନ ଯେଉଁଦିନ ହେଲା ସେହିଦିନ ବିଭିନ୍ନ ଆଳ ଦେଖାଇ ସମ୍ପୃକ୍ତ ରୋଗୀଙ୍କ ଠାରୁ ୫ ହଜାର ଟଙ୍କା ନେଇଥିଲେ। ପୁନର୍ବାର ସମ୍ପୃକ୍ତ ରୋଗୀଙ୍କୁ ଡିସ୍ଚାର୍ଜ ନକରି ୨୦ ହଜାର ଟଙ୍କା ମାଗିବାରୁ କାହିଁକି ଏତେ ଟଙ୍କା ଦେବୁ ବୋଲି ଚନ୍ଦନ ପଚାରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ମାଲିକ ଜଣକ ତାଙ୍କୁ ଧକ୍କା ମାରି ନର୍ସିଙ୍ଗ ହୋମରୁ ବାହାର କରିଦେବାର ଥାନାରେ ଅଭିଯୋଗ ହୋଇଛି। ଲିଖିତ ଅଭିଯୋଗ ପରେ ଘସିପୁରା ଥାନା ଅଧିକାରିଣୀ ନର୍ସିଙ୍ଗ ହୋମର ମାଲିକଙ୍କୁ ଡକାଇ ଚେତାବନୀ ଦେଇଛନ୍ତି ପୁନର୍ବାର ଏଭଳି ନକରିବାକୁ । ଘଟଣା ଉପରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଗୁରୁତ୍ୱ ଦେଇ ସମ୍ପୃକ୍ତ ନର୍ସିଙ୍ଗ ହୋମ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି।