SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

ଥିଲା କି ପୂର୍ବ ଶତୃତା? କିଏ ଆକ୍ରମଣ କଲା ପୋଲିସ କର୍ମଚାରୀଙ୍କ ସ୍ୱାମୀଙ୍କୁ ?

ତ୍ରିଲୋଚନ କେନ୍ଦେଇପଶି ଛକ ନିକଟରେ ଏକ ଜନସେବା କେନ୍ଦ୍ର ପରିଚାଳନା କରୁଥିଲେ । ସବୁଦିନ ପରି ସେ ନିଜ ଦୋକାନ ବନ୍ଦ କରି ପାଟଣା ଅଭିମୁଖେ ବାଇକ୍ ଯୋଗେ ଫେରୁଥିଲେ।

Reported By Abhaya Mohanty Written By Soubhagya Ranjan Mishra
Published: Sep 29, 2026, 10:15 AM IST | Updated: Sep 29, 2026, 10:23 AM IST
Image Credit: Kendujhar Crime Case
Join

କେନ୍ଦୁଝର: ତୁରୁମୁଙ୍ଗା ଥାନା ଖୁଣ୍ଟାପଡ଼ା ନିକଟରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଜଣେ ମହିଳା କନେଷ୍ଟବଳଙ୍କ ସ୍ୱାମୀଙ୍କର ମୃତ୍ୟୁ ଘଟିଛି । ମଙ୍ଗଳବାର ରାତି ସାଢ଼େ ୧୧ଟା ସମୟରେ ଏହି ଅଭାବନୀୟ ଘଟଣା ଘଟିଥିବା କୁହାଯାଉଛି । ମୃତକଜଣଙ୍କ ହେଉଛନ୍ତି ତୁରୁମୁଙ୍ଗା ଥାନା ଖଜିରାପଶି ଗ୍ରାମର ୪୨ ବର୍ଷୀୟ ତ୍ରିଲୋଚନ ମହାନ୍ତ ।

​ସୂଚନା ଅନୁଯାୟୀ, ତ୍ରିଲୋଚନ କେନ୍ଦେଇପଶି ଛକ ନିକଟରେ ଏକ ଜନସେବା କେନ୍ଦ୍ର ପରିଚାଳନା କରୁଥିଲେ । ସବୁଦିନ ପରି ସେ ନିଜ ଦୋକାନ ବନ୍ଦ କରି ପାଟଣା ଅଭିମୁଖେ ବାଇକ୍ ଯୋଗେ ଫେରୁଥିଲେ। ତେବେ ଯାହା ଅନୁମାନ କରାଯାଉଛି, ଖୁଣ୍ଟାପଡ଼ା ନିକଟ ନିଛାଟିଆ ରାସ୍ତାରେ ପୂର୍ବରୁ ଛକି ରହିଥିବା କିଛି ଦୁର୍ବୃତ୍ତ ତାଙ୍କ ଉପରକୁ ଅତର୍କିତ ଭାବେ ଗୁଳି ଚଳାଇଥିଲେ । ଗୁଳିଟି ତ୍ରିଲୋଚନଙ୍କ ଶରୀରରେ ବାଜିବାରୁ ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ। ଏହାପରେ ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ ।

​ଘଟଣା ସମ୍ପର୍କରେ ଖବର ପାଇ ତୁରୁମୁଙ୍ଗା ଏବଂ ପାଟଣା ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲେ । ପୋଲିସ୍ ବର୍ତ୍ତମାନ ଶବକୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଇଛି । ଏହା କୌଣସି ପୂର୍ବ ଶତ୍ରୁତା ନା ଟଙ୍କା ଲୁଟ୍ ଉଦ୍ଦେଶ୍ୟରେ ହତ୍ୟାକାଣ୍ଡ ଘଟିଛି ସେ ନେଇ ପୋଲିସ ବିଭିନ୍ନ ଦିଗରୁ ତନାଘନା ତଦନ୍ତ ଆରମ୍ଭ କରିଛି । ଏଥିସହ ଆଖପାଖ ଅଞ୍ଚଳରେ ନାକାବନ୍ଦୀ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଛାନଭିନ୍ ଜାରି ରହିଛି ।

Add Zee News as a Preferred Source
TAGS:

About the Author

Abhaya Mohanty
Read More

ZEENEWS TRENDING STORIES