SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

ଏମଏମଡିଆର ଆକ୍ଟକୁ ବିରୋଧ: କଂଗ୍ରେସ ଓ ଇଣ୍ଡିମେଣ୍ଟର ସହଯୋଗୀ ଦଳ ପକ୍ଷରୁ ଶୋଭାଯାତ୍ରା

ପ୍ରଥମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିବା ପରେ ସିଧା ଯାଇ ସହରର କାଳିପଡିଆଠାରେ ଆୟୋଜିତ ବିରାଟ ପ୍ରତିବାଦ ସଭାକୁ ସମ୍ବୋଧନ କରିଥିଲେ ।

Reported By Abhaya Mohanty Written By Soubhagya Ranjan Mishra
Published: Oct 07, 2026, 06:08 PM IST | Updated: Oct 07, 2026, 06:14 PM IST
Image Credit: Kendujhar News
Join

କେନ୍ଦୁଝର: ଏମଏମଡିଆର ଆକ୍ଟ କୁ ବିରୋଧ କରି କଂଗ୍ରେସ ଓ ଇଣ୍ଡିମେଣ୍ଟର ସହଯୋଗୀ ଦଳ ପକ୍ଷରୁ ଆଜି କେନ୍ଦୁଝର ସହରରେ ଏକ ବିଶାଳ ପ୍ରତିବାଦ ଶୋଭାଯାତ୍ରା ସହ ପ୍ରତିବାଦ ସଭା ଆୟୋଜନ କରାଯାଇଛି । ହଜାର ହଜାର କଂଗ୍ରେସ କର୍ମୀଙ୍କ ଗହଣରେ ରାଜ୍ୟ କଂଗ୍ରେସର ପ୍ରଭାରୀ ଲାଲାଜୀ ଦେସାଇଙ୍କ ସହ ପୂର୍ବତନ ପିସିସି ସଭାପତି ନିରଞ୍ଜନ ବେହେରା ବରିଷ୍ଠ ନେତା ତାରପ୍ରସାଦ ବାହିନିପତି ଓ ଅନେକ ରାଜ୍ୟ ସ୍ତରୀୟ ନେତା ପ୍ରାୟ ୧୨ ଟା ସମୟରେ ଜିଲ୍ଲା କଂଗ୍ରେସ୍ ଭବନରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରିଥିଲେ ।

ପ୍ରଥମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିବା ପରେ ସିଧା ଯାଇ ସହରର କାଳିପଡିଆଠାରେ ଆୟୋଜିତ ବିରାଟ ପ୍ରତିବାଦ ସଭାକୁ ସମ୍ବୋଧନ କରିଥିଲେ । ଯେ ପର୍ଯ୍ୟନ୍ତ ଏମଏମଡିଆର ବିଲ୍ ପ୍ରତ୍ୟାହାର ନ ହୋଇଛି କଂଗ୍ରେସ ଲଢ଼େଇ ଜାରି ରଖିବ ବୋଲି ସମସ୍ତ ନେତା ମତ ପ୍ରକାଶ କରିଥିଲେ । କଂଗ୍ରେସ ନେତାଙ୍କର କହିବା କଥା ଏହି ଆଇନ ଆସିବା ଦ୍ୱାରା କେନ୍ଦୁଝରର ବ୍ୟାପକ କ୍ଷତି ହେବ ଏବଂ ଏ ଓଡ଼ିଶାର ଲୁଟକୁ କଂଗ୍ରେସ ଓ ଇଣ୍ଡିଆ ଆଲାଏନ୍ସ ଏହାକୁ ବର୍ଦ୍ଧାସ୍ତ କରିବ ନାହିଁ । ନୂଆ ଏମଏମଡିଆ ଆଇନରେ ଓଡ଼ିଶାର ହକକୁ ଛୋଡ଼ାଇ ନେଇଥିବାର ପ୍ରୟାସ କରାଯାଇଛି ଏହା ଲାଗୁ ହେବା ଫଳରେ କୋଟି କୋଟି ଟଙ୍କା ହରାଇବ ଏବଂ ପ୍ରତି ବର୍ଷ ପନ୍ଦରରୁ କୋଡ଼ିଏ ହଜାର କୋଟି ଟଙ୍କାର ଓଡ଼ିଶାକୁ କ୍ଷତି ହେବ । ଏହା ଫଳରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ବଜେଟରକୁ ଏହା ଭୟଙ୍କର କ୍ଷତି ପହଞ୍ଚାଇବ । ଦୁଇଜଣ ଗୁଜୁରାଟର କିଣିବାବାଲା ଓ ଦୁଇଜଣ ଗୁଜୁରାଟର ବିକିବାବାଲା, ଆଉ ଓଡ଼ିଶା ଲୋକ କଣ ଥାଳି ଓ ତାଳି ଜଣାଇବେ ବୋଲି କଟାକ୍ଷ କରି କହିଛନ୍ତି । ଦେଶର ସବୁ ରାଜ୍ୟକୁ ସେମାନଙ୍କର ଉଚିତ ହକ ମିଳିବା କଥା ସବୁ ପ୍ରଦେଶର ଭାଗ, ସବୁ ପ୍ରଦେଶ ପାଇବା କଥା । ଗୋଟିଏ ପ୍ରଦେଶ ସବୁ ପ୍ରଦେଶର ଭାଗ ଏକା ଖାଇ ଯିବ ଏହାକୁ ଆମେ କଦାପି ବରଦାସ୍ତ କରିକୁ ନାହିଁ କି ହେବାକୁ ଦେବୁ ନାହିଁ ।

୨୦୨୪ରେ ନଅ ଜଣ ସୁପ୍ରିମ କୋର୍ଟର ସିଟିଂ ଜଜ ରାଜ୍ୟମାନେ ସେମାନଙ୍କର ଟ୍ୟାକ୍ସ ବସାଇ ପାରିବେ ବୋଲି କହିଥିଲେ, ହେଲେ ଏ ଆଇନ ଯେତେବେଳେ ଆସିଲା ସେତେବେଳେ କୋଡ଼ିଏ ଜଣ ଆମ ରାଜ୍ୟର ବିଜେପି ସାଂସଦ ମାନେ ପାଟି ଚୁପ୍ କରି ରହିଲେ ବିକ୍ରି ହୋଇଗଲେ । ଏହି ଜିଲ୍ଲାରୁ କୋଟି କୋଟି ଟଙ୍କାର ଖଣିଜ ଦ୍ରବ୍ୟ ବାହାରକୁ ଯାଉଛି ହେଲେ ଏଠିକାର ଆଦିବାସୀ ମାନଙ୍କର ବିକାଶ ହୋଇ ନାହିଁ ଏହି ଜିଲ୍ଲାରେ ଯୁବକ ଯୁବତୀମାନେ ଦାଦନ ଖଟିବାକୁ ଯାଉଛନ୍ତି । ସେମାନଙ୍କର ଆହୁରି ମଧ୍ୟ କହିବା କଥା ଦିଲ୍ଲୀରେ ବସିଥିବା ସରକାର ଆଉ ଏଠିକାର ସରକାର ତାଙ୍କର ସଖି କଣ୍ଡେଇ ସାଜିଛନ୍ତି ତାଙ୍କୁ ମଧ୍ୟ ଘେରାଉ କରିବୁ ଏହାକୁ ଆମେ ବର୍ଦ୍ଦାସ୍ତ କରିବୁ ନାହିଁ । ଆଜିର ପ୍ରତିବାଦରେ ରାଜ୍ୟ ସଭାପତି ଯୋଗ ଦେବାକୁ ଥିବାବେଳେ ସେ ନ ଆସିବା ନେଇ ବିଭିନ୍ନ ଚର୍ଚ୍ଚା ଲାଗିରହିଥିବା ବେଳେ ହଠାତ୍ ଅସୁସ୍ଥ ଲାଗିବାରୁ ସେ ଆସିପାରିନଥିବା କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ କହିଛନ୍ତି ।

Add Zee News as a Preferred Source
TAGS:

About the Author

Abhaya Mohanty
Read More

ZEENEWS TRENDING STORIES