SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

ରାଜା ଚକ୍ରଙ୍କ ପାଇଁ ବଢ଼ିଲା ଅଡ଼ୁଆ, କ୍ରସର ୟୁନିଟ୍ ଦଖଲ ଅଭିଯୋଗରେ ନୂଆ ମାମଲା

ମହିଳା ଶିଳ୍ପଦ୍ୟୋଗୀ ସସ୍ମିତା ବେଜ ଗତ ସେପ୍ଟେମ୍ବର ୨୪ ତାରିଖରେ ଭୁବନେଶ୍ୱରସ୍ଥିତ ଅର୍ଥନୈତିକ ଅପରାଧ ଶାଖା (EOW)ରେ ଏନେଇ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଆଧାରରେ ରାଜା ଚକ୍ରଙ୍କ ନାଁରେ ନୂଆ ମାମଲା ରୁଜୁ ହୋଇଥିବା କୁହାଯାଉଛି। ଏହା ସହ କେନ୍ଦୁଝର ସଦର ଥାନାରେ ମଧ୍ୟ ଜମି ଓ କ୍ରସର ୟୁନିଟ୍‌କୁ ନେଇ ଅଭିଯୋଗ ହୋଇଛି।

Reported By Abhaya Mohanty Written By Priyambada Rana
Published: Oct 11, 2026, 11:05 AM IST | Updated: Oct 11, 2026, 11:07 AM IST
Image Credit: ରାଜା ଚକ୍ରଙ୍କ ପାଇଁ ବଢ଼ିଲା ଅଡ଼ୁଆ, କ୍ରସର ୟୁନିଟ୍ ଦଖଲ ଅଭିଯୋଗରେ ନୂଆ ମାମଲା
Join

କେନ୍ଦୁଝର: ବିଜେଡି ଯୁବନେତା ରାଜା ଚକ୍ରଙ୍କ ପାଇଁ ପୁଣି ବଢ଼ିଛି ଅଡ଼ୁଆ। ଜଣେ ମହିଳା ଶିଳ୍ପଦ୍ୟୋଗୀଙ୍କ କ୍ରସର ୟୁନିଟ୍ ଓ ଜମି ଦଖଲ ସହ ଆର୍ଥିକ ଅନିୟମିତତା ଅଭିଯୋଗକୁ ନେଇ ତାଙ୍କ ବିରୋଧରେ ଆଉ ଏକ ନୂଆ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି। ଅଭିଯୋଗ ଅନୁସାରେ, ଏହି ବିବାଦରେ ୧ କୋଟି ୨୨ ଲକ୍ଷ ଟଙ୍କା ଆତ୍ମସାତ୍ କରାଯାଇଥିବା ଦାବି କରାଯାଇଛି।

ମହିଳା ଶିଳ୍ପଦ୍ୟୋଗୀ ସସ୍ମିତା ବେଜ ଗତ ସେପ୍ଟେମ୍ବର ୨୪ ତାରିଖରେ ଭୁବନେଶ୍ୱରସ୍ଥିତ ଅର୍ଥନୈତିକ ଅପରାଧ ଶାଖା (EOW)ରେ ଏନେଇ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଆଧାରରେ ରାଜା ଚକ୍ରଙ୍କ ନାଁରେ ନୂଆ ମାମଲା ରୁଜୁ ହୋଇଥିବା କୁହାଯାଉଛି। ଏହା ସହ କେନ୍ଦୁଝର ସଦର ଥାନାରେ ମଧ୍ୟ ଜମି ଓ କ୍ରସର ୟୁନିଟ୍‌କୁ ନେଇ ଅଭିଯୋଗ ହୋଇଛି।

ଅଭିଯୋଗର ତଦନ୍ତ ପାଇଁ ଭୁବନେଶ୍ୱର EOWର ଏକ ଟିମ୍, କେନ୍ଦୁଝର ସଦର ତହସିଲଦାର ଓ ସଦର ଥାନା ପୋଲିସ ମିଳିତ ଭାବେ କେନ୍ଦୁଝର ସଦର ବ୍ଲକ୍‌ର ନୁନୁଝରଣ ଅଞ୍ଚଳରେ ପହଞ୍ଚିଥିଲେ। ସେଠାରେ କ୍ରସର ୟୁନିଟ୍‌ର ସ୍ଥିତି ଅନୁଧ୍ୟାନ କରିବା ସହ ଜମିର ମାପଚୁପ୍ କରାଯାଇଥିବା ସୂଚନା ମିଳିଛି।

ସସ୍ମିତା ବେଜଙ୍କ ସ୍ୱାମୀ ଅଞ୍ଜନ କୁମାର ବେଜ ଅଭିଯୋଗ କରିଛନ୍ତି ଯେ, ତାଙ୍କ ପତ୍ନୀଙ୍କ ଅଚଳ କ୍ରସର ୟୁନିଟ୍‌କୁ ନେଇ ଚଞ୍ଚକତା କରାଯାଇଛି। ଏପରିକି କ୍ରସର ୟୁନିଟ୍‌କୁ ଝାଡ଼ଖଣ୍ଡରେ ବିକ୍ରି କରିଦିଆଯାଇଥିବା ନେଇ ମଧ୍ୟ ସେ ଅଭିଯୋଗ ଆଣିଛନ୍ତି। ଏହା ବ୍ୟତୀତ ଜଙ୍ଗଲ ଜମିରେ ରାସ୍ତା ନିର୍ମାଣ, ଗଛ କାଟିବା, ପଥର ଖନନ ଏବଂ ମେଣ୍ଟାଲ୍ ଓ ଚିପ୍ସ ଗଚ୍ଛିତ ରଖି ବିକ୍ରି କରିବା ଭଳି ଅଭିଯୋଗ ମଧ୍ୟ ଉଠାଇଛନ୍ତି। ତେବେ ଏହି ସମସ୍ତ ଅଭିଯୋଗର ସତ୍ୟତା ତଦନ୍ତ ପରେ ସ୍ପଷ୍ଟ ହେବ।

ଅନ୍ୟପଟେ, EOW ପକ୍ଷରୁ ଅଭିଯୋଗର ଆର୍ଥିକ ଦିଗ ଅନୁଧ୍ୟାନ କରାଯାଉଥିବା ବେଳେ ତହସିଲ ପକ୍ଷରୁ ଜମିର ମାପ କରାଯାଇଛି। ନୂଆ ମାମଲାରେ ତଦନ୍ତ ଆଗକୁ ବଢ଼ିବା ସହ ରାଜା ଚକ୍ରଙ୍କୁ ପଚରାଉଚରା କରାଯାଇପାରେ ବୋଲି ସୂଚନା ମିଳିଛି।

ପୂର୍ବରୁ ରାଜା ଚକ୍ରଙ୍କୁ କେତେକ ମାମଲାରେ ଜାମିନ ମିଳିଥିବା ବେଳେ ଅନ୍ୟ କେତେକ ମାମଲା ବିଚାରାଧୀନ ରହିଛି ବୋଲି ଦିଆଯାଇଥିବା ସୂଚନାରେ କୁହାଯାଇଛି। ଏବେ ନୂଆ ଅଭିଯୋଗକୁ ନେଇ ତଦନ୍ତ ଆଗକୁ ବଢ଼ୁଥିବାରୁ ଏହି ମାମଲା ଆଗାମୀ ଦିନରେ କେଉଁ ମୋଡ଼ ନେଉଛି, ତାହା ଉପରେ ନଜର ରହିଛି।
 

Add Zee News as a Preferred Source
TAGS:

About the Author

Abhaya Mohanty
Read More

ZEENEWS TRENDING STORIES