ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରୁ ଚିତ୍ର... ଜଙ୍ଗଲରେ ଫିଙ୍ଗିଦେଲେ ବସ୍ତା ବସ୍ତା ଚାଉଳ !
ପରିତାପର ବିଷୟ ସରକାରୀ ଯୋଜନା ସଠିକ ଲୋକଙ୍କ ପାଖରେ ପହଞ୍ଚିବା ବଦଳରେ ତାହାର କିଭଳି ଅପବ୍ୟୟ କରାଯାଉଛି ତାହାର ଏକ ବଡ ଉଦାହରଣ ହେଉଛି ଏହି ଘଟଣା ।
Published: Sep 30, 2026, 02:11 PM IST
| Updated: Sep 30, 2026, 02:31 PM IST
କେନ୍ଦୁଝର: ବଡ଼ବିଲ ପୌରାଞ୍ଚଳ ଅନ୍ତର୍ଗତ ଆଦର୍ଶ ବିଦ୍ୟାଳୟ ଓ ଗ୍ରିଡ୍ ଷ୍ଟେସନ ପଛ ଜଙ୍ଗଲରେ ବସ୍ତା ବସ୍ତା ଚାଉଳ ସାଙ୍ଗକୁ ଅନେକ ଗୁଡ଼ିଏ ରାସନ୍ କାର୍ଡ ପଡିଥିବା ଦେଖିବାକୁ ମିଳିଛି । ଗରିବ ଖଟିଖିଆ ମାନଙ୍କ ପେଟକୁ ଦାନା ଦେବାପାଇଁ ସରକାର ଦେଉଥିବା ଚାଉଳ ଜଙ୍ଗଲରେ ଫିଙ୍ଗାହେବା ଦେଖି କଥାଟି ସାଧାରଣ ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି ।
କିଏ ଓ କାହିଁକି ଏଭଳି କାର୍ଯ୍ୟ କରିଛି ତାହା ଏଯାଏ ସ୍ପଷ୍ଟ ହୋଇ ନାହିଁ । ପରିତାପର ବିଷୟ ସରକାରୀ ଯୋଜନା ସଠିକ ଲୋକଙ୍କ ପାଖରେ ପହଞ୍ଚିବା ବଦଳରେ ତାହାର କିଭଳି ଅପବ୍ୟୟ କରାଯାଉଛି ତାହାର ଏକ ବଡ ଉଦାହରଣ ହେଉଛି ଏହି ଘଟଣା । ଆଜି ସକାଳୁ କିଛି ଲୋକ ସେହିବାଟ ଦେଇ ଯାଉଥିବା ବେଳେ ଗାଈଗୋରୁ ଚାଉଳ ଖାଉଥିବାର ଦେଖିବାକୁ ପାଇଥିଲେ । ଏତେ ମାତ୍ରାରେ ଚାଉଳ ଓ ରାସନ୍ କାର୍ଡ କିଏ ଫିଙ୍ଗିଛି ତାହା ଉଚ୍ଚ ସ୍ତରୀୟ ତଦନ୍ତ ହେଲେ ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି ।