SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

କେନ୍ଦୁଝର ସରକାରୀ ମହିଳା ମହାବିଦ୍ୟାଳୟରେ ‘ସେବା ସଂକଳ୍ପ ଅଭିଯାନ-୨୦୨୬’

ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାଂସଦ ଅନନ୍ତ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସଂସ୍କୃତ ବିଭାଗର ଛାତ୍ରୀମାନଙ୍କ ବେଦମନ୍ତ୍ର ଉଚ୍ଚାରଣ ଓ ସମୂହ ବନ୍ଦେ ମାତରମ୍ ଗାନରେ ମୁଖରିତ ହୋଇଥିଲା ପରିବେଶ।

Reported By Abhaya Mohanty Written By Soubhagya Ranjan Mishra
Published: Oct 04, 2026, 08:07 PM IST | Updated: Oct 04, 2026, 08:13 PM IST
Image Credit: Kendujhar News
Join

କେନ୍ଦୁଝର: ସରକାରୀ ମହିଳା ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ‘ସେବା ସଂକଳ୍ପ ଅଭିଯାନ-୨୦୨୬’। ଏହି ଅବସରରେ ଛାତ୍ରୀମାନଙ୍କ ମଧ୍ୟରେ ସେବା ମନୋଭାବ, ଦେଶ ଗଠନରେ ଯୁବପିଢ଼ିର ଭୂମିକା ଏବଂ ନାରୀ ଶିକ୍ଷାର ଗୁରୁତ୍ୱ ଉପରେ ଆଲୋଚନା ହୋଇଛି।

ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାଂସଦ ଅନନ୍ତ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସଂସ୍କୃତ ବିଭାଗର ଛାତ୍ରୀମାନଙ୍କ ବେଦମନ୍ତ୍ର ଉଚ୍ଚାରଣ ଓ ସମୂହ ବନ୍ଦେ ମାତରମ୍ ଗାନରେ ମୁଖରିତ ହୋଇଥିଲା ପରିବେଶ। ଅତିଥିମାନଙ୍କୁ ଚାରାଗଛ ଓ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରିଥିଲେ ଛାତ୍ରୀମାନେ। ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ଏହାର ସୁଫଳ ଛାତ୍ରୀ ଓ ସାଧାରଣ ଲୋକ କିଭଳି ପାଇପାରୁଛନ୍ତି, ସେ ନେଇ ସେ ନିଜ ଅଭିଭାଷଣରେ ସାଂସଦ ଆଲୋଚନା କରିଥିଲେ। ଏଥିସହ ନାରୀ ଶିକ୍ଷା ଓ ନାରୀଙ୍କ ପ୍ରଗତି ଦେଶର ବିକାଶର ଏକ ମୁଖ୍ୟ ଆଧାର ବୋଲି କହିଥିଲେ।

କେନ୍ଦୁଝର ପୌରପାଳିକା ଅଧ୍ୟକ୍ଷା ନିକୁ ସାହୁ ଓ ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ର ପ୍ରଧାନ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରୀମାନଙ୍କୁ ଦେଶ ଗଠନ ସହ ସମାଜସେବାରେ ଆଗେଇ ଆସିବାକୁ ପ୍ରେରଣା ଦେଇଥିଲେ। ସେବା ସଂକଳ୍ପ ଅଭିଯାନର ଆଲୋଚନା ପର୍ଯ୍ୟାୟରେ ଛାତ୍ରୀମାନଙ୍କ ପକ୍ଷରୁ ସୁଶ୍ରୀ ତନୟା ନିଜର ମତ ରଖିଥିଲେ। ସବୁଠାରୁ ଆକର୍ଷଣୀୟ ଥିଲା ଛାତ୍ରୀମାନଙ୍କ ଦ୍ୱାରା ପରିବେଷିତ ପଥପ୍ରାନ୍ତ ନାଟକ। ସରକାରଙ୍କ ବିଗତ ୨୫ ବର୍ଷର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ଆଧାର କରି ପ୍ରସ୍ତୁତ ଏହି ନାଟକ ଉପସ୍ଥିତ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।

ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ମେଧାବୀ ଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଶିକ୍ଷା ସହ ସେବା, ସଚେତନତା ଓ ସମାଜ ପ୍ରତି ଦାୟିତ୍ୱବୋଧର ସଂକଳ୍ପ । ଏହି ବାର୍ତ୍ତା ଦେଇ ଶେଷ ହୋଇଥିଲା ‘ସେବା ସଂକଳ୍ପ ଅଭିଯାନ-୨୦୨୬’।
 

Add Zee News as a Preferred Source
TAGS:

About the Author

Abhaya Mohanty
Read More

ZEENEWS TRENDING STORIES