SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

କେନ୍ଦୁଝର ଖଣି ଯାନ୍ତ୍ରିକ ବିଦ୍ୟାଳୟ ଆବାସରେ ଛାତ୍ର ଅଶାନ୍ତି

ଗତକାଲି ଦ୍ୱିତୀୟ ବର୍ଷର କିଛି ଛାତ୍ରଙ୍କ ସହ ତୃତୀୟ ବର୍ଷର ଛାତ୍ରଙ୍କ ମଧ୍ୟରେ ମଦ୍ୟପାନକୁ ନେଇ ବଚସା ହୋଇଥିଲା। ଏହି ବଚସା ପରବର୍ତ୍ତୀ ସମୟରେ ମାରପିଟର ରୂପ ନେଇଥିବା ଅଭିଯୋଗ ହୋଇଛି।

Reported By Abhaya Mohanty Written By Soubhagya Ranjan Mishra
Published: Oct 05, 2026, 08:58 PM IST | Updated: Oct 05, 2026, 09:08 PM IST
Image Credit: Kendujhar News
Join

କେନ୍ଦୁଝର: ଖଣି ଯାନ୍ତ୍ରିକ ବିଦ୍ୟାଳୟର ଛାତ୍ର ଆବାସରେ ଛାତ୍ର ଅଶାନ୍ତିକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି। ତୃତୀୟ ବର୍ଷର ଛାତ୍ରଙ୍କ ଆକ୍ରମଣରେ ଦ୍ୱିତୀୟ ବର୍ଷର ଜଣେ ଛାତ୍ର ଆହତ ହୋଇଥିବା ଅଭିଯୋଗ ହୋଇଛି। ଘଟଣା ପରେ ଛାତ୍ର ଆବାସ ପରିସରରେ ଚାପା ଉତ୍ତେଜନା ଦେଖାଦେଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ, ଗତକାଲି ଦ୍ୱିତୀୟ ବର୍ଷର କିଛି ଛାତ୍ରଙ୍କ ସହ ତୃତୀୟ ବର୍ଷର ଛାତ୍ରଙ୍କ ମଧ୍ୟରେ ମଦ୍ୟପାନକୁ ନେଇ ବଚସା ହୋଇଥିଲା। ଏହି ବଚସା ପରବର୍ତ୍ତୀ ସମୟରେ ମାରପିଟର ରୂପ ନେଇଥିବା ଅଭିଯୋଗ ହୋଇଛି।

ଏହି ଘଟଣାରେ ଦ୍ୱିତୀୟ ବର୍ଷର ଜଣେ ଛାତ୍ର ଆହତ ହୋଇଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ନିଆଯାଇଥିବା ଜଣାପଡ଼ିଛି। ଘଟଣା ପରେ ଛାତ୍ର ଆବାସରେ ଉତ୍ତେଜନା ଦେଖାଦେବାରୁ ପୋଲିସ ପହଞ୍ଚି ପରିସ୍ଥିତି ଶାନ୍ତ କରିଥିଲା।

ଘଟଣାର ପ୍ରକୃତ କାରଣ, ମାରପିଟରେ କେତେଜଣ ଛାତ୍ର ସାମିଲ ଥିଲେ ଏବଂ ଘଟଣା ପଛରେ ଅନ୍ୟ କୌଣସି କାରଣ ରହିଛି କି ନାହିଁ, ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି। ଏଥିସହ ବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟ ଘଟଣାକୁ ନେଇ ତଥ୍ୟ ସଂଗ୍ରହ କରୁଥିବା ଜଣାପଡ଼ିଛି।

Add Zee News as a Preferred Source
TAGS:

About the Author

Abhaya Mohanty
Read More

ZEENEWS TRENDING STORIES