SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Puri News: ରମା ଏକାଦଶୀ ତିଥିରେ ସିଂହଦ୍ୱାର ଗୁମୁଟରେ ଘଟିଲା ରହସ୍ୟମୟ ଘଟଣା!ଜାଣନ୍ତୁ କ'ଣ

Puri News: ଗୁରୁବାର ରମା ଏକାଦଶୀ ତିଥିରେ ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟରେ ଯେଉଁ ରହସ୍ୟମୟ ଘଟଣା ଘଟିଲା।

Reported By Sanjaya Kumar Mohapatra Written By Narmada Behera
Published: Nov 06, 2026, 02:50 PM IST | Updated: Nov 06, 2026, 02:52 PM IST
Image Credit: Representative -Zee Odisha News
Join

Puri News: ଗୁରୁବାର ରମା ଏକାଦଶୀ ତିଥିରେ ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟରେ ଯେଉଁ ରହସ୍ୟମୟ ଘଟଣା ଘଟିଲା। ତାହା ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ଏକ ଅଦୃଶ୍ୟ ସମ୍ପର୍କକୁ ପୁଣି ଥରେ ପ୍ରମାଣିତ କରିଛି। ଚାବି ନମିଳିବାରୁ ଦୀର୍ଘ ସମୟ ଧରି ପତିତପାବନଙ୍କ ଦ୍ୱାରଫିଟା ଅଟକି ରହିଥିଲା। ଶେଷରେ କୌଣସି ଉପାୟ ନପାଇ ସେବକ ଲୁହା ହାତୁଡ଼ି ଆଣି ପତିତପାବନ ମନ୍ଦିରର ତାଲା ଭାଙ୍ଗିବାକୁ ପ୍ରଚେଷ୍ଟା କଲେ।

ମାତ୍ର,ଠିକ୍ ସେତିକି ବେଳେ ହିଁ ଘଟିଲା ସେହି ଆଲୌକିକ ଚମତ୍କାର ।ଯେଉଁ ଚାବିକୁ ଖୋଜି ଖୋଜି ସେବକମାନେ ଥକି ପଡ଼ିଥିଲେ, ତାହା ହଠାତ୍ ଆଶ୍ଚର୍ଯ୍ୟଜନକ ଭାବେ ମିଳିଗଲା!ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଦେଖିଲେ, ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ଅତ୍ୟନ୍ତ କୋମଳମତି ଓ ସ୍ୱାଭିମାନୀ। ସେ ଭକ୍ତର ଆକୁଳ ଅଶ୍ରୁ ଦେଖି ପାରନ୍ତି, ମାତ୍ର ବଳପ୍ରୟୋଗ କିମ୍ବା ଆଘାତକୁ ସହ୍ୟ କରନ୍ତି ନାହିଁ। ଯେତେବେଳେ ପ୍ରଭୁଙ୍କ ଦ୍ୱାର ଆଗରେ ଲୁହା ହାତୁଡ଼ି ଗର୍ଜି ଉଠିଲା ଏବଂ ପ୍ରଚଣ୍ଡ ଆଘାତରେ ତାଲା ଭାଙ୍ଗିବାକୁ ଚେଷ୍ଟା କରାଗଲା, ବୋଧହୁଏ ମାୟାଧର ନିଜ ମନ୍ଦିର ପ୍ରତି ଏହି ଆଘାତକୁ ସହିପାରିଲେ ନାହିଁ।

ସେ ନିଜେ ସେବକଙ୍କ ମନକୁ ପରିବର୍ତ୍ତନ କରିଦେଲେ ଏବଂ ହଜିଯାଇଥିବା ଚାବିଟି ନିମିଷକ ମଧ୍ୟରେ ସାମ୍ନାକୁ ଚାଲିଆସିଲା।ପୁରାଣ କହେ, ଦ୍ରୌପଦୀଙ୍କ ବସ୍ତ୍ରହରଣ ସମୟରେ ଯେ ପର୍ଯ୍ୟନ୍ତ ସେ ନିଜ ବଳ ଉପରେ ଭରସା କରିଥିଲେ, ସେ ପର୍ଯ୍ୟନ୍ତ କୃଷ୍ଣ ଆସିନଥିଲେ। ମାତ୍ର ଯେତେବେଳେ ସେ ସମ୍ପୂର୍ଣ୍ଣ ସମର୍ପଣ କଲେ, ପ୍ରଭୁ କୋଟି ବସ୍ତ୍ର ଦେଲେ। ସେହିପରି, ଯେ ପର୍ଯ୍ୟନ୍ତ, ମଣିଷ ନିଜ ବୁଦ୍ଧିରେ ଚାବି ଖୋଜୁଥିଲା, ସେ ପର୍ଯ୍ୟନ୍ତ ପ୍ରଭୁ ଧରା ଦେଲେନି। ଯେତେବେଳେ ମଣିଷ ନିରୁପାୟ ହୋଇ ତାଲା ଭାଙ୍ଗିବାକୁ ଗଲା, ପ୍ରଭୁ ନିଜେ ଚାବି ମିଳେଇ ଦେଇ ପ୍ରମାଣ କଲେ ଯେ, ସେ କେବଳ ଭକ୍ତିରେ ହିଁ ବନ୍ଧା।ଏହି ପବିତ୍ର ଦିନରେ ବଡ଼ଦାଣ୍ଡରେ ଅପେକ୍ଷା କରିଥିବା ହଜାର ହଜାର ଭକ୍ତଙ୍କ ଧୈର୍ଯ୍ୟକୁ ପ୍ରଭୁ ପରୀକ୍ଷା କରୁଥିଲେ। ତାଲା ଭାଙ୍ଗିବା ପୂର୍ବରୁ ଚାବି ମିଳିବା ଏହା ସୂଚାଉଛି ଯେ, ପ୍ରଭୁ ନିଜ ସେବକମାନଙ୍କୁ କୌଣସି ପାପ ବା ତ୍ରୁଟିର ଭାଗୀଦାର କରାଇବାକୁ ଚାହୁଁନଥିଲେ।

ଶେଷରେ ସେହି ପୁରୁଣା ମୂଳ ଚାବିରେ ହିଁ ପତିତପାବନଙ୍କ ଦ୍ୱାର ଫିଟିଲା। ତାଲା ଭାଙ୍ଗିବାକୁ ଉଠିଥିବା ହାତୁଡ଼ି ତଳେ ପଡ଼ିଗଲା ଏବଂ ସେବାୟତଙ୍କ ହାତ ଯୋଡ଼ି ହୋଇଗଲା। ଭକ୍ତମାନେ ଆଖିରୁ ଲୁହ ନିଗାଡ଼ି ଜୟ ଜଗନ୍ନାଥ ଧ୍ୱନି କଲେ। କାରଣ ସମସ୍ତେ ବୁଝିଗଲେ, ଯେଉଁ ଚାବି ମଣିଷ ଆଖିକୁ ଦେଖାଯାଉନଥିଲା, ତାହା ଭାବଗ୍ରାହୀଙ୍କ ପଣତ କାନିରେ ହିଁ ଲୁଚି ରହିଥିଲା!ତେବେ ପୂଜାପଣ୍ଡା ସେବକ କହିଛନ୍ତି ଭୁଲ ସମସ୍ତଙ୍କ ର ହୁଏ।
 

Add Zee News as a Preferred Source
TAGS:

About the Author

Sanjaya Kumar Mohapatra
Read More

ZEENEWS TRENDING STORIES