ଆଜି ଶ୍ରୀମନ୍ଦିରରେ ଦିବା ପହୁଡ଼ ନୀତି, ୩ ଘଣ୍ଟା ଦର୍ଶନ ବନ୍ଦ
ଦ୍ୱିତୀୟ ଭୋଗ ମଣ୍ଡପ ନୀତି ଶେଷ ହେବା ପରେ ଆପାତତଃ ଅପରାହ୍ନ ୪ଟା ସମୟଠାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଦିବା ପହୁଡ଼ ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।
Published: Nov 02, 2026, 02:13 PM IST
| Updated: Nov 02, 2026, 02:15 PM IST
ପୁରୀ: (ସଞ୍ଜୟ ମହାପାତ୍ର) ଆଜି ୨ ନଭେମ୍ୱର ସୋମବାର ଶ୍ରୀମନ୍ଦିରରେ ଦିବା ପହୁଡ଼ ନୀତି ଅନୁଷ୍ଠିତ ହେବ । ମହାକାର୍ତ୍ତିକ ମାସରେ ଦୈନିକ ଦିବା ପହୁଡ଼ ଅନ୍ୟତମ ନୀତି ହୋଇଥିଲେ ମଧ୍ୟ କାର୍ତ୍ତିକ ମାସରେ ଦର୍ଶନାର୍ଥିଙ୍କ ଅତ୍ୟଧିକ ଭିଡ଼ ତଥା ନୀତି ବହୁଳତା କାରଣରୁ ଦୈନିକ ଦିବା ପହୁଡ଼ କରାଯିବା ସମ୍ଭବ ହୋଇପାରୁ ନାହିଁ ।
ଆଜି ପାଗ ଅନୁକୂଳ ନଥିବା କାରଣରୁ ଏବଂ ଭକ୍ତମାନଙ୍କ ଭିଡ଼ କମ୍ ରହିଥିବାରୁ ଦ୍ୱିତୀୟ ଭୋଗ ମଣ୍ଡପ ନୀତି ଶେଷ ହେବା ପରେ ଆପାତତଃ ଅପରାହ୍ନ ୪ଟା ସମୟଠାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଦିବା ପହୁଡ଼ ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।
ଏ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ଏବଂ ସମସ୍ତଙ୍କ ସହଯୋଗ କାମନା କରାଯାଇଛି ।
Also Read- ବାତ୍ୟା ଓ ବନ୍ୟା ବିପନ୍ନଙ୍କ ପାଇଁ ଖୁସି ଖବର! ମିଳିବ ଏତିକି ଟଙ୍କା ସହାୟତା...