ପୁରୀ ବଡ଼ଦାଣ୍ଡରେ ଥିବା ଟିପି ହୋଟେଲରେ ବିସ୍ଫୋରଣ
ବିସ୍ପୋରଣ ଏତେ ଭୟଙ୍କର ଥିଲା ଯେ, କଳା ଧୂଆଁରେ ହୋଟେଲ ସାମ୍ନା ପୁରା ଅନ୍ଧକାର ମୟ ହୋଇଯାଇଥିଲା।
Published: Nov 13, 2026, 05:35 PM IST
| Updated: Nov 13, 2026, 05:49 PM IST
ପୁରୀ: (ସଞ୍ଜୟ କୁମାର ମହାପାତ୍ର) ବଡ଼ଦାଣ୍ଡରେ ଥିବା ଟିପି ହୋଟେଲରେ ବିସ୍ଫୋରଣ ହୋଇଛି । ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ କିଛି ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ଓ ଦମକଳବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।
ବିସ୍ପୋରଣ ଏତେ ଭୟଙ୍କର ଥିଲା ଯେ, କଳା ଧୂଆଁରେ ହୋଟେଲ ସାମ୍ନା ପୁରା ଅନ୍ଧକାର ମୟ ହୋଇଯାଇଥିଲା। ବିସ୍ପୋରଣରେ ଆହତମାନେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଅଘଟଣ ସମୟର ଭିଜୁଆଲ୍ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ବ୍ଲାଷ୍ଟ ପରେ ଅଞ୍ଚଳରେ ଜନଗହଳୀ ହୋଇଥିଲା । ସ୍ଥାନୀୟ ଲୋକମାନେ ମଧ୍ୟ ଉଦ୍ଧାରକାର୍ଯ୍ୟରେ ସହଯୋଗ କରିଥିଲେ । ତେବେ କେଉଁ କାରଣରୁ ଏପରି ଅଘଟଣ ଘଟିଲା ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ହସ୍ତଗତ ହୋଇନାହିଁ । କୁହାଯାଉଛି ଯେ, କିଚେନରେ ଗ୍ୟାସ୍ କନେକ୍ସନ କରୁଥିବା ସମୟରେ ଏପରି ଘଟିଛି ।
Also Read- ବାରମ୍ବାର କ୍ରାସ୍ ହେଉଛି Microsoft ର ସିଷ୍ଟମ୍, ଠିକ୍ କରିବାରେ କାହିଁକି ଲାଗୁଛି ଏତେ ସମୟ?