ବ୍ରହ୍ମଗିରିରେ ସମ୍ପର୍କୀୟ ଭାଈ ରଚିଲା ଜଘନ୍ୟ କାଣ୍ଡ, ଜଣେ ଗୁରୁତର !
ଗାଁ ନିକଟରେ ଥିବା ମଙ୍ଗଳା ମନ୍ଦିରରେ ଦଳୀୟ ମିଶ୍ରଣକୁ ନେଇ ଏକ ବୈଠକ ହୋଇଥିଲା ।
ପୁରୀ: ସାମାନ୍ୟ କଥା କଟାକଟିରୁ ବଚସା ଏବଂ ବଚସାରୁ ଅନ ଦ ସ୍ପଟ୍ ଗୁଳିମାଡ । ଭାଇର ଗୁଳି ମାଡରେ ଗୁରୁତର ଆହତ ଆହତ ହୋଇଛି ସମ୍ପର୍କୀୟ ଭାଇ । ବ୍ରହ୍ମଗିରି କାଳୀକା ବାଡ଼ି ଗ୍ରାମର ତୋଫାନ କୁମାର ପାହାଳଙ୍କ ପେଟରେ ଲାଗିଛି ଗୁଳି । ଗୁରୁତର ଅବସ୍ଥାରେ ପ୍ରଥମେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ଓ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଭୂବନେଶ୍ୱର ସ୍ଥାନାନ୍ତର କରାଯାଇଛି ।
ସୂଚନା ମୁତାବକ, ଆଜି ପୂର୍ବାହ୍ନ ପ୍ରାୟ ୯ଟାରେ ଘରୁ ନିଜ କାର୍ଯ୍ୟସ୍ଥଳୀ ଶୋ ରୁମ୍ କୁ ବାହାରିଥିଲା । ଗୋଟିଏ ବୈଠକ ରହିଛି ବୋଲି ମଧ୍ୟ ଘରେ ବାପାଙ୍କୁ ସୂଚନା ଦେଇ ଯାଇଥିଲା ଆହତ ତୋଫାନ ପାହାଳ । ଗାଁ ନିକଟରେ ଥିବା ମଙ୍ଗଳା ମନ୍ଦିରରେ ଦଳୀୟ ମିଶ୍ରଣକୁ ନେଇ ଏକ ବୈଠକ ହୋଇଥିଲା । ଯେଉଁଥିରେ ପାହାଳ ପରିବାରର ଅନ୍ୟ ସମ୍ପର୍କୀୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ । ତେବେ ବୈଠକ ମଝିରେ ରାଜନୈତିକ ଦଳୀୟ ମିଶ୍ରଣକୁ ନେଇ ତୋଫାନ ସହ ହରି ଓ ବୁଲୁ ଓରଫ ଦୁର୍ଯ୍ୟୋଧନ ପାହାଳ ସହ କଥା କଟା କଟି ହୋଇଥିଲା । ପରେ ଏହାକୁ ନେଇ ବଡ଼ ବଚସା ହେବା ସହ ରକ୍ତ ମୁଖା ହୋଇଥିଲା ବୁଲୁ । ବୁଲୁ ହଠାତ୍ ପାଖରେ ରଖିଥିବା ଏକ ବନ୍ଧୁକ କାଢ଼ି ତୋଫାନ ଉପରକୁ ଗୋଟିଏ ରାଉଣ୍ଡ ଗୁଳି ଚଳାଇ ଥିଲା । ଯାହା ତୋଫାନର ବାମ ପଟ ତଳି ପେଟରେ ବାଜିଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାକୁ ପ୍ରଥମେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା । ସର୍ଜରୀ ରୁମ୍ କୁ ନିଆଯାଇ ଆନୁଷଙ୍ଗିକ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ତାକୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି । ଆହତ ତୋଫାନ ଓ ଗୁଳି ଚଳାଇଥିବା ବୁଲୁ ସହ ତାର ଭାଇ, ତିନିଙ୍କର ଜେଜେ ବାପା ଦୁଇ ଭାଇ ବୋଲି ଜଣା ପଡିଛି । ତେବେ ଘଟଣାସ୍ଥଳରେ ପୁରୀ ପୋଲିସ୍ ପହଞ୍ଚି ଛାନଭିନ୍ କରୁଛି। ପୁରୀ ଅତିରିକ୍ତ ଜିଲ୍ଲାପାଳ ସୁଶୀଲ ମିଶ୍ର, ବ୍ରହ୍ମଗିରି ଥାନା ଆଇଆଇସି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସ୍ପଟ୍ କୁ ଗାର୍ଡ କରାଯାଇଛି ବୋଲି ଅତିରିକ୍ତ ଏସପି ସୂଚନା ଦେଇଛନ୍ତି। ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣା ସ୍ଥଳରେ ତଦନ୍ତ କରୁଥିବା ବେଳେ ଫିଜିକାଲ୍ ଏଭିଡେନ୍ସ ସଂଗ୍ରହ କରୁଛି ଟିମ୍ ।
ସେପଟେ ସ୍ଥାନୀୟ ଉତ୍ତେଜନାକୁ ଲକ୍ଷ କରି ଅଞ୍ଚଳରେ ଏକ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ଗାଁରେ ପୋଲିସ୍ ର ଫ୍ଲାଗ ମାର୍ଚ୍ଚ କରାଯାଇଛି । ପରିସ୍ଥିତି ନିୟନ୍ତ୍ରଣରେ ଥିବା ବେଳେ ବୁଲୁ ଓ ହରିକୁ ଧରାଯିବା ପରେ ଏବଂ ତୋଫାନର ସ୍ୱାସ୍ଥ୍ୟାବସ୍ଥା ଠିକ୍ ହେବା ପରେ ଘଟଣା ସମ୍ପର୍କରେ ପ୍ରକୃତ ସତ୍ୟତା ସାମ୍ନାକୁ ଆସିବ । ତେବେ ଏକ ବାଇଥକବ ମିଟିଂକୁ ବୁଲୁ କାହିଁକି ବନ୍ଧୁକ ନେଇ ଆସିଥିଲା ଏବଂ ବନ୍ଧୁକ ତା ପାଖକୁ କେଉଁଠାରୁ ଆସିଲା ସେନେଇ ଛାନ୍ ଭିନ୍ କରୁଛି ପୋଲିସ୍ ।