SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

ଗଣମାଧ୍ୟମ କ୍ୟାମେରାମ୍ୟାନଙ୍କୁ ଶ୍ରୀମନ୍ଦିର ପରିସରରେ ମାଡ ମାରିଲେ ଜେଟିପି

ଦୀପ ଦୋକାନରୁ ଦୀପ କିଣୁଥିବା ବେଳେ ଉକ୍ତ ଜେଟିପି ସ୍କ୍ୱାର୍ଡ ଜଣଙ୍କ ସନାତନଙ୍କୁ ଟାଣି ଟାଣି ଗାରଦକୁ ନେଇଥିଲେ । ସେଠାରେ ଜେଟିପି ଲକ୍ଷ୍ମୀଧର ସହ ଜାତିଆଣ ଆକ୍ଷେପ କରିଥିଲେ ।

Reported By Sanjaya Kumar Mohapatra Written By Soubhagya Ranjan Mishra
Published: Oct 05, 2026, 08:07 PM IST | Updated: Oct 05, 2026, 08:16 PM IST
Image Credit: Puri News
Join

ପୁରୀ: ଜେଟିପିଙ୍କ ମାଡରେ କ୍ୟାମେରା ମ୍ୟାନ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡ ଏବଂ କାନରେ ଗଭୀର ଆଘାତ ଘଟିଛି। ଫଳରେ ସିଂହଦ୍ଵାର ଥାନାରେ ଏତଲା ଦେଇଛନ୍ତି ଗୁରୁତର ଆହତ ହୋଇଥିବା କ୍ୟାମେରା ମ୍ଯାନ୍। ଶ୍ରୀମନ୍ଦିର ଜେଟିପି ଲକ୍ଷ୍ମୀଧର ଉପାଧ୍ୟାୟଙ୍କ ନାଁରେ ହୋଇଛି ଅଭିଯୋଗ । ମାଡ ମାରି କାନ ପରଦା ଫଟାଇବା ସହ ଜାତିଆଣ ଆକ୍ଷେପ କରିଥିବା ସିଂହଦ୍ୱାର ଥାନାରେ ଅଭିଯୋଗ ହୋଇଛି । କେଶ୍ ନମ୍ବର ୨୪୨/୨୬ ଦଫା ।

ଗତ ଦୁଇ ଦିନ ତଳେ ଏକ ସାମାଜିକ ଗଣମାଧ୍ୟମର ଭିଡିଓ ଜର୍ଣ୍ଣାଲିଷ୍ଟ ନିଜ ଖବର ପ୍ରସାରଣକାରୀ ସଂସ୍ଥାର ମୁଖ୍ୟ ସମ୍ପାଦକ ଓ ଅନ୍ୟ ଜଣେ ସହଯୋଗୀଙ୍କ ସହ ଶ୍ରୀମନ୍ଦିର ଯାଇଥିଲେ । ସାଥିରେ ଦର୍ଶନରେ ସହଯୋଗ କରିବା ପାଇଁ ଜଣେ ଶ୍ରୀମନ୍ଦିର ସ୍ୱତନ୍ତ୍ର ସୁରକ୍ଷା ବାହିନୀ କର୍ମଚାରୀଙ୍କୁ ନେଇ ଯାଇଥିଲେ । ସୁରକ୍ଷା ବାହିନୀ କର୍ମଚାରୀଙ୍କ ସହ ଉକ୍ତ ସଂସ୍ଥାର ସମ୍ପାଦକ ଜଣଙ୍କ ଆଗରେ ଦର୍ଶନ ପାଇଁ ଯାଇଥିବା ବେଳେ ତାଙ୍କ ସହ ଥିବା ଜଣେ ବୟସ୍କଙ୍କୁ ନେଇ ଯାଉଥିଲେ ଭିଡିଓ ଜର୍ଣ୍ଣାଲିଷ୍ଟ ସନାତନ ଭୋଇ । ତେବେ ଏହାକୁ ବିରୋଧ କରିଥିଲେ ଜଣେ ଜେଟିପି ସ୍କ୍ୱାର୍ଡ । ପରେ ଏହାକୁ ନେଇ କଥା କଟାକଟି ହୋଇଥିଲା । ତେବେ ସେଠାରୁ ଫେରି ଯାଇ ଦୀପ ଦୋକାନରୁ ଦୀପ କିଣୁଥିବା ବେଳେ ଉକ୍ତ ଜେଟିପି ସ୍କ୍ୱାର୍ଡ ଜଣଙ୍କ ସନାତନଙ୍କୁ ଟାଣି ଟାଣି ଗାରଦକୁ ନେଇଥିଲେ । ସେଠାରେ ଜେଟିପି ଲକ୍ଷ୍ମୀଧର ସହ ଜାତିଆଣ ଆକ୍ଷେପ କରିଥିଲେ । ତେବେ ସଦର ମୁଖ୍ୟ ଚିକିତ୍ସାଳୟରେ ସନାତନ ଚିକିତ୍ସିତ ହୋଇଥିବା ବେଳେ ତାଙ୍କର ପରଦା ଫାଟିଥିବା ଜଣା ପଡ଼ିଛି । ଘଟଣାକୁ ତୀବ୍ର ନିନ୍ଦା କରାଯାଉଥିବା ବେଳେ ଜେଟିପି ଲକ୍ଷ୍ମୀଧରଙ୍କୁ ଗିରଫ କରିବାକୁ ଦାବି ହୋଇଛି । ଘଟଣାର ତଦନ୍ତ ଚାଲିଛି ଏବଂ ଦୋଷୀ ବିରୋଧରେ କଡ଼ା ଆଇନଗତ ପଦକ୍ଷେପ ନିଆଯିବ କହିଛନ୍ତି ପୁରୀ ଏସପି ।

ଆପଣଙ୍କୁ କହିରଖୁଛୁ ଯେ, କିଛି ଦିନ ତଳେ ଆଉଜଣେ ଜେଟିପି ଜଣେ ଯୁବତୀଙ୍କୁ ଅସଦାଚରଣ କରି ପେଣ୍ଠକଟା ମେରାଇନ ଥାନାରେ ଅଟକ ରହିଥିଲେ। ତେବେ ଶ୍ରୀମନ୍ଦିରରେ ସେବା କରୁଥିବା ଜେଟିପି ମହାପ୍ରଭୁଙ୍କ ନିତି କାନ୍ତି ଓ ଭକ୍ତଙ୍କ ଦର୍ଶନରେ ସହାୟତା କରୁଥିବା ବେଳେ କିଛି ନିର୍ଦ୍ଧିଷ୍ଟ ଗୁଣ୍ଡା ଶ୍ରେଣୀୟ ଜେଟିପି ମାନେ ଶ୍ରୀମନ୍ଦିରରେ ଗୁଣ୍ଡା ରାଜ ଚଳାଇଛନ୍ତି । ତେବେ ଘଟଣାର ତଦନ୍ତ କରି ଅଭିଯୁକ୍ତ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୁରୀ ଏସପି ପ୍ରତୀକ ସିଂହ।
 

Add Zee News as a Preferred Source
TAGS:

About the Author

Sanjaya Kumar Mohapatra
Read More

ZEENEWS TRENDING STORIES