SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Puri News: ଆଜି ଆଲୋକର ପର୍ବ ଦୀପାବଳି , ପୟା ଶ୍ରାଦ୍ଧ ଦେବାକୁ ଶ୍ରୀକ୍ଷେତ୍ରରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ

Puri News: ଆଜି ଆଲୋକର ପର୍ବ ଦୀପାବଳି ।କାର୍ତ୍ତିକ କୃଷ୍ଣ ଅମାବାସ୍ୟା ତିଥିରେ ପୟା ଶ୍ରାଦ୍ଧ ଦେବାକୁ ଶ୍ରୀକ୍ଷେତ୍ରରେ ଜମିଛି ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଭିଡ। କାଉଁରିଆ ଜାଳି ଓ ଦୀପଦାନ କରି ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଉଛନ୍ତି ଶ୍ରଦ୍ଧାଳୁ ।

Written By Narmada Behera Edited By Narmada Behera
Published: Nov 08, 2026, 02:50 PM IST | Updated: Nov 08, 2026, 02:52 PM IST
Image Credit: Representative - Social Media
Join

Puri News: ଆଜି ଆଲୋକର ପର୍ବ ଦୀପାବଳି ।କାର୍ତ୍ତିକ କୃଷ୍ଣ ଅମାବାସ୍ୟା ତିଥିରେ ପୟା ଶ୍ରାଦ୍ଧ ଦେବାକୁ ଶ୍ରୀକ୍ଷେତ୍ରରେ ଜମିଛି ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଭିଡ। କାଉଁରିଆ ଜାଳି ଓ ଦୀପଦାନ କରି ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଉଛନ୍ତି ଶ୍ରଦ୍ଧାଳୁ ।ବଡ ବଡୁଆ ହୋ ଅନ୍ଧାରେ ଆସି ଆଲୋକ ଯାଅ..ଗଙ୍ଗା ଯାଅ,ଗୟା ଯାଅ,ବାଇଶି ପାହାଚେ ଗଡୁଥାଅ।ଏଭଳି କହି ପିତୃପୁରୁଷଙ୍କୁ ଆଲୋକ ବର୍ତ୍ତିକା ବା କାଉଁରିଆ ଦେଖାଇବାର ପରମ୍ପରା ରହିଛି ।

ଆଶ୍ୱିନ ମାସର ଦେଵୀପକ୍ଷରେ ପିତୃପୁରୁଷଙ୍କୁ ମର୍ତ୍ତ୍ୟଲୋକକୁ ଆବାହନ କରାଯାଇଥିବା ବେଳେ କାର୍ତ୍ତିକ ଅମାବାସ୍ୟା ତିଥିରେ ଆଲୋକ ବର୍ତ୍ତିକା ଦେଖାଇ ପିତୃଲୋକଙ୍କୁ ଧରା ପୃଷ୍ଠରୁ ବିଦାୟ ଦେବାର ରହିଛି ପରମ୍ପରା ।ତେବେ ଆଜି ପୂର୍ବାହ୍ନ ୧୧ ଟା ୨୮ ଠାରୁ ଅମାଵାସ୍ୟା ତିଥି ପ୍ରବେଶ କରିଛି ।ସୂର୍ଯ୍ୟ ଉଦୟ ସମୟରେ ଅମାବାସ୍ୟା ତିଥି ନଥିବାରୁ ଶ୍ରୀମନ୍ଦିରରେ ଆଜି ଅମାବାସ୍ୟା ନୀତି ତଥା ସାଗର ବିଜେ ନୀତି କରାଯିବ ନାହିଁ ।

ଆସନ୍ତାକାଲି ଶ୍ରୀମନ୍ଦିରରେ ଅମାବାସ୍ୟା ନୀତି ପାଳିତ ହେବ । ଆଜି କିନ୍ତୁ ପ୍ରଦୋଷରେ ଅର୍ଥାତ୍ ସନ୍ଧ୍ୟାରେ ଆମାବାସ୍ୟା ତିଥି ରହିଥିବାରୁ ପୟା ଶ୍ରାଦ୍ଧ,ଦୀପାବଳି ଓ ଶ୍ୟାମାକାଳୀ ପୂଜା ଅନୁଷ୍ଠିତ ହେବ । ଏନେଇ ଶ୍ରୀକ୍ଷେତ୍ରରେ ୬ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି ।ସିଂହଦ୍ୱାର ପୂର୍ବ ଦକ୍ଷିଣ କୋଣରେ ଏମାର ମଠ ଚକଡା଼ରେ ୪ ଟି ବକ୍ସ ବ୍ୟାରିକେଡ଼ କରାଯାଇ ସେଠାରେ ପିଣ୍ଡଦାନ କରିବା ସହ କାଉଁରିଆ ଜାଳୁଛନ୍ତି ଭକ୍ତ।ସେଇଭଳି ଅଗ୍ନିଶମ ବିଭାଗ ମଧ୍ୟ ପ୍ରସ୍ତୁତ ରହିଛି ।
 

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES