SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Ratha Yatra 2027: ୨୦୨୭ ରଥଯାତ୍ରା ପାଇଁ ଆଗୁଆ ସମୀକ୍ଷା ବୈଠକ

Ratha Yatra 2027: ୨୦୨୭ ରଥଯାତ୍ରା ପାଇଁ ଆଗୁଆ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଠ ମାସ ପୂର୍ବରୁ ସମୀକ୍ଷା ବୈଠକ ନେଇଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । ଡ୍ରେନେଜ୍,ଟେଲିକମ ନେଟୱାର୍କ,ସୂଚନା ପାଇଁ ଡିସପ୍ଲେ ବୋର୍ଡ , ଲାଇଟିଂ ଉପରେ ରହିଛି ଫୋକସ ।ପ୍ରାଥମିକ ବୈଠକରେ ରାସ୍ତା ସମ୍ପ୍ରସାରଣ ,ଶୌଚାଳୟ ଠାରୁ ଆରମ୍ଭ କରି ଡ୍ରେନେଜ୍ ସଫା ଉପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଅଛି ।

Reported By Sanjaya Kumar Mohapatra Written By Narmada Behera
Published: Oct 24, 2026, 01:56 PM IST | Updated: Oct 24, 2026, 01:58 PM IST
Image Credit: ୨୦୨୭ ରଥଯାତ୍ରା ପାଇଁ ଆଗୁଆ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଠ ମାସ ପୂର୍ବରୁ ସମୀକ୍ଷା ବୈଠକ ନେଇଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ।
Join

Ratha Yatra 2027: ୨୦୨୭ ରଥଯାତ୍ରା ପାଇଁ ଆଗୁଆ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଠ ମାସ ପୂର୍ବରୁ ସମୀକ୍ଷା ବୈଠକ ନେଇଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । ଡ୍ରେନେଜ୍,ଟେଲିକମ ନେଟୱାର୍କ,ସୂଚନା ପାଇଁ ଡିସପ୍ଲେ ବୋର୍ଡ , ଲାଇଟିଂ ଉପରେ ରହିଛି ଫୋକସ ।ପ୍ରାଥମିକ ବୈଠକରେ ରାସ୍ତା ସମ୍ପ୍ରସାରଣ ,ଶୌଚାଳୟ ଠାରୁ ଆରମ୍ଭ କରି ଡ୍ରେନେଜ୍ ସଫା ଉପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଅଛି ।

ସେପଟେ ୩ ଟି ଟର୍ମ ଯଥା ସର୍ଟ ଟର୍ମ,ଲଙ୍ଗ ଟର୍ମ,ମିଡିଅମ ଟର୍ମ ରେ ଆରେଞ୍ଜମେଣ୍ଟ କୁ ବ୍ୟାପକ କରୁଛି ପୋଲିସ୍ ।ସବୁ ଲାଇନ୍ ଡିପାର୍ଟମେଣ୍ଟ କୁ ନେଇ ଏହି ବୈଠକ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିବା ବେଳେ ଆଗୁଆ ପ୍ରସ୍ତୁତି କରିବା ସହ ସୁରକ୍ଷା,ଶୃଙ୍ଖଳା,ବ୍ୟବସ୍ଥା କୁ ତ୍ୱରାନ୍ୱିତ କରିବାକୁ ଦିଆଯାଇଛି ବିଭାଗୀୟ ନିର୍ଦ୍ଦେଶ ।ପୂର୍ବରୁ ମାର୍ଚ୍ଚରୁ ବୈଠକ ଆରମ୍ଭ ହେଉଥିବା ବେଳେ ଗତ ୨୦୨୬ ଜାନୁଆରୀ ରୁ ଆରମ୍ଭ ହୋଇଥିଲା ବୈଠକ ।

ତେବେ ୨୦୨୭ ରଥଯାତ୍ରା ପାଇଁ ୨୦୨୬ ଅକ୍ଟୋବର ରୁ ହିଁ ବୈଠକ ହୋଇ ଆଗୁଆ ପ୍ରସ୍ତୁତି ଆରମ୍ଭ ହେଉଛି ।ପୂର୍ବ ତ୍ରୁଟିରୁ ଶିଖିବା ତଥା ପୂର୍ବ ଭୁଲକୁ ସମୀକ୍ଷା କରିବା ସହ ରଥଯାତ୍ରା ରସ୍ ରୁ ଦୂରେଇ ବହୁ ପୂର୍ବରୁ ପ୍ରସ୍ତୁତି ଶେଷ କରିବାକୁ ଏହି ବୈଠକର ଲକ୍ଷ ରହିଛି।ସେପଟେ ଗତ ଥର ୫୦ ଲକ୍ଷ ଭକ୍ତଙ୍କ ଫୁଟ ଫଲ ହୋଇଥିବା ବେଳେ ୩ ଟି ଟର୍ମ ରେ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଛି ।ବର୍ଷିକିଆ ,୫ ବର୍ଷିୟା ଓ ୧୦ ବର୍ଷୀୟା ଟର୍ମ ରେ ବ୍ୟବସ୍ଥା କରୁଛି ପୋଲିସ୍ ପ୍ରଶାସନ ।

ଲଙ୍ଗ ଟର୍ମ ଭିଜନରେ ପୋଲିସ ଭିତ୍ତିଭୂମି ସହ ସବୁଦିନିଆ ଦର୍ଶନ ଶୃଙ୍ଖଳା ପାଇଁ ସ୍ଥାୟୀ ବ୍ୟବସ୍ଥା ଆପଣାଇ ସ୍ଥାୟୀ କମାଣ୍ଡ କଣ୍ଟ୍ରୋଲ ରୁମ୍ ,ଧାଡ଼ି ଦର୍ଶନ ବ୍ୟବସ୍ଥା ଇତ୍ୟାଦି ଉପରେ ଫୋକସ ଦିଆଯାଇଛି ।ତେବେ ଏହି କ୍ରମରେ ଦିନକୁ ଦିନ ବଢୁଥିବା ମିଲିୟନ ମିଲିୟନ କ୍ରାଉଡ୍ଡ ଙ୍କ ପାଇଁ ଆଗୁଆ ପ୍ରସ୍ତୁତି କରାଯାଉଛି କହିଛନ୍ତି ପୋଲିସ୍ କେନ୍ଦ୍ରାଞ୍ଚଳ ଆଇଜି ।
 

Add Zee News as a Preferred Source
TAGS:

About the Author

Sanjaya Kumar Mohapatra
Read More

ZEENEWS TRENDING STORIES