SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

ଅଠରନଳା ନିକଟରେ ଗର୍ଜିଲେ ମହିଳା, ନୂଆ ମଦ ଦୋକାନ ଖୋଲିବା ନିଷ୍ପତ୍ତିକୁ କଲେ ବିରୋଧ

ସ୍ଥାନୀୟ ଲୋକମାନେ ମଦ ଦୋକାନ ସମ୍ମୁଖରେ ଧାରଣା ଦେବା ସହ ତୁରନ୍ତ ମଦ ଦୋକାନ ବନ୍ଦ କରିବା ପାଇଁ ଦାବି କରିଛନ୍ତି।

Reported By Sanjaya Kumar Mohapatra Written By Soubhagya Ranjan Mishra
Published: Sep 28, 2026, 02:03 PM IST | Updated: Sep 28, 2026, 02:57 PM IST
Image Credit: Puri News
Join

ପୁରୀ: ଜନବସତି ଅଞ୍ଚଳରେ ନୂତନ ମଦ ଦୋକାନ ଖୋଲାଯିବା ନିଷ୍ପତ୍ତିକୁ ସ୍ଥାନୀୟ ଲୋକମାନେ ଦୃଢ଼ ବିରୋଧ କରି ଧାରଣାରେ ବସିଛନ୍ତି। ପୂର୍ବରୁ ସ୍ଥାନୀୟ ଲୋକମାନେ ବାରମ୍ବାର ଧାରଣା ଦେବା ସହ ରାସ୍ତାରୋକ ମଧ୍ୟ କରିଥିଲେ। ଏନେଇ ଜିଲ୍ଲାପାଳଙ୍କୁ ମଧ୍ୟ ଅଭିଯୋଗ କରାଯାଇଥିଲା।

ସଦର ଥାନା ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଧାରଣାରେ ବସିଥିବା ଲୋକମାନଙ୍କୁ ବୁଝାସୁଝା କରୁଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ପୂର୍ବରୁ ସମ୍ପୃକ୍ତ ସ୍ଥାନରେ ନୂତନ ମଦ ଦୋକାନକୁ ବିରୋଧ କରି ରାସ୍ତାରୋକ ହୋଇଥିଲା। ପ୍ରଶାସନ ଓ ଅବକାରୀ ଅଧିକ୍ଷକ ଲୋକମାନଙ୍କୁ ବୁଝାସୁଝା କରିବା ସହ ସମ୍ପୃକ୍ତ ସ୍ଥାନରେ ମଦ ଦୋକାନ ଖୋଲାଯିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ମଦ ଦୋକାନ ଏବେ ଖୋଲାଥିବା ବେଳେ ମଦ ଦୋକାନ ସମ୍ମୁଖରେ ମହିଳା ମାନେ ଧାରଣା ଦେବା ସହ ପ୍ରଶାସନର ଉଦାସୀନତାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି।

Add Zee News as a Preferred Source
TAGS:

About the Author

Sanjaya Kumar Mohapatra
Read More

ZEENEWS TRENDING STORIES