SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Adi Samalei Peetha: ଚାଉଁରପୁର ଆଦି ସମଲେଇ ପୀଠରେ ଯୁଗାର ଯାତ୍ରା, ବଳି ପରମ୍ପରା ବଦଳରେ ୧୯ ବର୍ଷ ଧରି ସାତ୍ତ୍ୱିକ ରୀତିନୀତି

ବହୁ ପୂର୍ବରୁ ଶକ୍ତିପୀଠରେ ବଳି ପ୍ରଥା ପାଳନ କରାଯାଉଥିବା ବେଳେ ବର୍ତ୍ତମାନ ସମୟରେ ଦୀର୍ଘ ୧୯ ବର୍ଷ ହେବ ସାତ୍ତ୍ଵିକ ପରମ୍ପରାକୁ ପ୍ରସାର କରାଯାଇ ଆସୁଛି । ଗାଁର ମହିଳା ମାନଙ୍କ ଦ୍ବାରା ପ୍ରସ୍ତୁତି ଖଇ (ଲିଆ)ରେ ତିଆରି ୬ ଫୁଟର ଜୁଗାର ଭକ୍ତ ଏବଂ ଦର୍ଶକ ମାନଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥିଲା। ଘଣ୍ଟବାଦ୍ୟ, ସମ୍ପ୍ରଦା, ଦୁଲଦୁଲିର ତାଳେତାଳେ ଜୁଗାର ଯାତ୍ରା ଅନୁଷ୍ଠିତ ହୋଇଥିଲା।

Reported By Ajaya Kumar Nath Written By Ajaya Kumar Nath
Published: Oct 17, 2026, 08:04 PM IST | Updated: Oct 17, 2026, 08:05 PM IST
Image Credit: Adi Samalei Peetha: ଚାଉଁରପୁର ଆଦି ସମଲେଇ ପୀଠରେ ଯୁଗାର ଯାତ୍ରା, ବଳି ପରମ୍ପରା ବଦଳରେ ୧୯ ବର୍ଷ ଧରି ସାତ୍ତ୍ୱିକ ରୀତିନୀତି
Join

Adi Samalei Peetha: ଚାଉଁରପୁର ସମଲେଇ ଆଦିପୀଠରେ ନବରାତ୍ର ଅବସରରେ ଯୁଗାରଯାତ୍ରା। ସମ୍ବଲପୁରର ଚାଉଁରପୁରରେ ଥିବା ଆଦି ସମଲେଇ ପୀଠରେ ଶାରଦୀୟ ନବରାତ୍ର ଅବସରରେ ଯୁଗାର ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମହାଳୟା ଠାରୁ ଆରମ୍ଭ ହୋଇଥିବା ରୀତିନୀତୀ ଅନୁସାରେ ପୁଜା ସହିତ ଶକ୍ତିପୀଠରେ ଚଣ୍ଡୀପାଠ ଅନୁଷ୍ଠିତ ହୋଇଛି। ଏହା ସହିତ ଆଦି ସମଲେଇ ପୀଠରେ ବଳି ବଦଳରେ ଜୁଗାର ଯାତ୍ରା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା।

ବହୁ ପୂର୍ବରୁ ଶକ୍ତିପୀଠରେ ବଳି ପ୍ରଥା ପାଳନ କରାଯାଉଥିବା ବେଳେ ବର୍ତ୍ତମାନ ସମୟରେ ଦୀର୍ଘ ୧୯ ବର୍ଷ ହେବ ସାତ୍ତ୍ଵିକ ପରମ୍ପରାକୁ ପ୍ରସାର କରାଯାଇ ଆସୁଛି । ଗାଁର ମହିଳା ମାନଙ୍କ ଦ୍ବାରା ପ୍ରସ୍ତୁତି ଖଇ (ଲିଆ)ରେ ତିଆରି ୬ ଫୁଟର ଜୁଗାର ଭକ୍ତ ଏବଂ ଦର୍ଶକ ମାନଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥିଲା। ଘଣ୍ଟବାଦ୍ୟ, ସମ୍ପ୍ରଦା, ଦୁଲଦୁଲିର ତାଳେତାଳେ ଜୁଗାର ଯାତ୍ରା ଅନୁଷ୍ଠିତ ହୋଇଥିଲା। ସମଲେଇଙ୍କ ଆଦିଶକ୍ତପୀଠରୁ ଜୁଗାର ଯାତ୍ରା ବାହାରି କୁଟରାପଡା, ପେଟୋଲପମ୍ପ ଛକ, ନୁଆଁ ଝାଙ୍କର ପାଲି, ଜାମପାଲି, ଡୁଙ୍ଗୁରୀପଡା, ତଲିପଡା ଦେଇ ପୁଣି ମନ୍ଦିରକୁ
ପହଞ୍ଚିଥିଲା।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ନାଉରୀ ନାୟକ , ବିଜେପି ସଭାପତି ରାମଚନ୍ଦ୍ର ମେହେର, ମହିଳା ମୋର୍ଚ୍ଚା ସଭାପତି ସୁଷମା ସାହୁ ଅତିଥି ଭାବରେ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ନବରାତ୍ର ଅବସରରେ ବାଡିଖେଲ ଚାଉଁରପୁରର ଅନ୍ୟତମ ଆକର୍ଷଣ ହୋଇପାରିଛି। ଗାଁର ଆଦିତ୍ୟ ପ୍ରସାଦ ନାୟକ କୁହନ୍ତି, ସ୍ଥାନୀୟ ଲୋକ ବହୁ ଦିନରୁ ଦେବୀ ସମଲେଇଙ୍କ ପୂଜାର୍ଚ୍ଚନା କରି ଆସୁଥିଲେ। ହେଲେ ସମ୍ବଲପୁରର ରାଜା ବଳରାମ ଦେବ ୧୫୪୪ ମସିହାରେ ସର୍ବ ପ୍ରଥମେ ଚାଉଁରପୁର ଠାରେ ଆଦିଶକ୍ତି ସମଲେଇଙ୍କୁ ସ୍ବପ୍ନରେ ଦର୍ଶନ କରିବା ପରଠାରୁ ଦେବୀଙ୍କ ମହିମାର ପ୍ରଚାର ହୋଇଥିଲା। ଯାହା ଆଜିପର୍ଯ୍ୟନ୍ତ ଭକ୍ତଙ୍କ ଆସ୍ଥାର କେନ୍ଦ୍ର ପାଲଟିଛି। ସ୍ଥାନୀୟ ବାସିନ୍ଦା ଲଲିତା ଭୋଇ କୁହନ୍ତି ଗାଁ ର ମହିଳା ମାନେ ଯୁଗାର ତିଆରି କରି ମାଁ ଙ୍କୁ ଅର୍ପଣ କରିବାରେ ପ୍ରମୁଖ ଦାୟିତ୍ୱ ତୁଳାଇ ଆସୁଛନ୍ତି।

ଚଳିତ ବର୍ଷ ନବରାତ୍ର ଅବସରରେ ସୁରୁମଣୀ ଭୋଇ ଏବଂ କୌଶଲ୍ୟା ଭୋଇ କର୍ଷା ଭାବରେ ଦାୟିତ୍ଵ ସମ୍ପାଦନ କରୁଛନ୍ତି। ସେହିପରି ପୂଜକ ଜୟ କୁମାର ମାଝୀ,ସଞ୍ଜୟ ମାଝୀ ଏବଂ ରାଜେନ୍ଦ୍ର ଭୋଇ, ଝାଙ୍କର ପରମା ଧରେଇ ପୂଜାକାର୍ଯ୍ୟ ସମ୍ପାଦନ କରୁଛନ୍ତି। ମନ୍ଦିର କମିଟିର ସଭାପତି ଆଦିତ୍ୟ ନାୟକ, କେଦାର ପୋଢ, ସୈମ୍ୟଜିତ ମାଝୀ , ଲକ୍ଷ୍ମଣ ବାରିକ, ସାନ୍ତାନୁ ଭୋଇ, ଶ୍ରୀମନ୍ତ ବେହେରା, ଶିବଶଙ୍କର ବଢାଇ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ। 

Add Zee News as a Preferred Source
TAGS:

About the Author

Ajaya Kumar Nath
Read More

ZEENEWS TRENDING STORIES