SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

ସମ୍ବଲପୁରରେ ପଞ୍ଚମ ବ୍ୟାଚ ସିପାହୀ ପ୍ରଶିକ୍ଷାର୍ଥୀଙ୍କ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ

ଉଦବୋଧନରେ ଡିଜିପି ଶ୍ରୀ ମିଶ୍ର ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ ଯେ, ଏକାଡେମୀ ପକ୍ଷରୁ ଉତ୍କୃଷ୍ଟ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି ଏବଂ ଆଗାମୀ ଦିନରେ ବିଭିନ୍ନ ଚ୍ୟାଲେଞ୍ଜର ସାହସର ସହ ମୁକାବିଲା କରିବାକୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲେ।

Written By Soubhagya Ranjan Mishra Edited By Soubhagya Ranjan Mishra
Published: Sep 26, 2026, 03:37 PM IST | Updated: Sep 26, 2026, 03:44 PM IST
Image Credit: ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ।
Join

ସମ୍ୱଲପୁର: ଆଜି ପୂର୍ବାହ୍ନରେ ପ୍ରାଥମିକ ପ୍ରଶିକ୍ଷଣ ଅନୁଷ୍ଠାନ ବି.ଟି.ଆଇ. ବୁର୍ଲା, ସମ୍ବଲପୁରଠାରେ ପଞ୍ଚମ ବ୍ୟାଚ ସିପାହୀ ପ୍ରଶିକ୍ଷାର୍ଥୀଙ୍କ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ।

ତାଙ୍କ ଉଦବୋଧନରେ ଡିଜିପି ଶ୍ରୀ ମିଶ୍ର ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ ଯେ, ଏକାଡେମୀ ପକ୍ଷରୁ ଉତ୍କୃଷ୍ଟ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି ଏବଂ ଆଗାମୀ ଦିନରେ ବିଭିନ୍ନ ଚ୍ୟାଲେଞ୍ଜର ସାହସର ସହ ମୁକାବିଲା କରିବାକୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲେ। ପୋଲିସ ଜନସାଧାରଣଙ୍କ ପ୍ରତି ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର ରଖିବା ଉଚିତ ବୋଲି ସେ ଉଲ୍ଲେଖ କରିଥିଲେ।

“ସେବା ଓ ସୁରକ୍ଷା” ହେଉଛି ଓଡ଼ିଶା ପୋଲିସର ମୂଳମନ୍ତ୍ର ଏବଂ ସମାଜର ଦୁର୍ବଳ ଶ୍ରେଣୀ, ମହିଳା ଓ ଶିଶୁମାନଙ୍କ ସୁରକ୍ଷା ପ୍ରଥମ କର୍ତ୍ତବ୍ୟ। ପେଶାଦାରିତା, ସମ୍ବେଦନଶୀଳତା ଓ ଉତ୍ତମ ବ୍ୟବହାର ଦ୍ୱାରା ପୋଲିସର ପ୍ରତିଛବିକୁ ଉଜ୍ଜ୍ୱଳ କରିବାକୁ ଡିଜିପି ଆହ୍ୱାନ ଦେଇଥିଲେ ।

ପଞ୍ଚମ ବ୍ୟାଚ ପ୍ରଶିକ୍ଷଣ  ମୋଟ ୧୦୨୭ ଜଣ ପ୍ରଶିକ୍ଷାର୍ଥୀ ସଫଳତାର ସହ  ପ୍ରଶିକ୍ଷଣ ସମାପ୍ତ କରି ଦୀକ୍ଷାନ୍ତ ସମାରୋହରେ ଭାଗ ନେଇଥିଲେ। ପ୍ରଶିକ୍ଷଣ ସମୟରେ ଏହି ପ୍ରଶିକ୍ଷାର୍ଥୀମାନେ ପୁରୀ ରଥଯାତ୍ରା, ସୁନ୍ଦରଗଡ଼, ସମ୍ବଲପୁର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ରାମନବମୀ, ସୁନ୍ଦରଗଡ଼, ସୋନପୁର ଓ ଝାରସୁଗୁଡ଼ାରେ ହନୁମାନ ଜୟନ୍ତୀ, ମୟୂରଭଞ୍ଜ ଜିଲ୍ଲାରେ ମାନ୍ୟବର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ତଥା ସମ୍ବଲପୁର ଜିଲ୍ଲାରେ ଶୀତଳଷଷ୍ଠୀ ପର୍ବ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଉପଲକ୍ଷେ ଆଇନଶୃଙ୍ଖଳା ଡ୍ୟୁଟି ସଫଳତାର ସହ ସମ୍ପାଦନ କରିଥିଲେ।

ପ୍ରଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଇନ୍‌ଡୋର ବିଷୟରେ ୧ମ ସ୍ଥାନ ଅଧିକାର କରିଥିବା ଟିଙ୍କୁ ମହାନନ୍ଦ ଏବଂ ୨ୟ ସ୍ଥାନ ନରେନ୍ଦ୍ର ସାହୁ ସମ୍ମାନିତ ହୋଇଥିଲେ। ସେହିପରି ଆଉଟଡୋର ବିଷୟରେ ଆହୁତି ଅଗ୍ନିକର ପଲେଇ ଏବଂ ଦ୍ୱିତୀୟ ସ୍ଥାନରେ  ସନ୍ତୋଷ କେସିଙ୍କୁ ଡିଜିପି ସମ୍ମାନିତ ରହିଥିଲେ। ସେହିପରି ଡିଜିପି ସର୍ବଶ୍ରେଷ୍ଠ  ପ୍ରଶିକ୍ଷାର୍ଥୀ  ସୁମିତ ଥାପା ଏବଂ  ସାମଗ୍ରିକ ଭାବେ ସର୍ବଶ୍ରେଷ୍ଠ ପ୍ରଶିକ୍ଷାର୍ଥୀ ଭାବେ ଆହୁତି ଅଗ୍ନିକର ପଲେଇ, ଶୁଭ୍ରଜିତ ପଣ୍ଡା ଏବଂ ହିମାଂଶୁ ବାଗଙ୍କୁ ସମ୍ମାନିତ କରିଥିଲେ ।

ଦୀକ୍ଷାନ୍ତ ସମାରୋହରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏସଏପି ) ରାଜେଶ କୁମାର, ଆଇଜିପି (ଏସଏପି) ସତୀଶ କୁମାର ଗୋଜଭିୟେ ଏବଂ ବି.ଟି.ଆଇ., ବୁର୍ଲାର କମାଣ୍ଡାଣ୍ଟ ପ୍ରସାଦ ତମାଙ୍ଗଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀ, ପ୍ରଶିକ୍ଷାର୍ଥୀଙ୍କ ପରିବାରବର୍ଗ ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Add Zee News as a Preferred Source

About the Author

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ZEENEWS TRENDING STORIES