ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୬ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
ଏହି ବୈଠକରେ ସାଧୁତା ଓ ନିଷ୍ଠାର ସହ କାର୍ଯ୍ୟ କରିବା ପାଇଁ ଶପଥ ପାଠ (Integrity Pledge) ଗ୍ରହଣ କରିବା ସହ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି।
ସମ୍ୱଲପୁର: ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୬ ପାଳନ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ଅଶୋକ କୁମାର ଭୋଇ ଏବଂ ଆରକ୍ଷୀ ଅଧିକ୍ଷକ ଭିଜିଲାନ୍ସ ପ୍ରଦ୍ୟୁମ୍ନ କୁମାର ଦ୍ୱିବେଦୀଙ୍କ ସଭାପତିତ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ସାଧୁତା ଓ ନିଷ୍ଠାର ସହ କାର୍ଯ୍ୟ କରିବା ପାଇଁ ଶପଥ ପାଠ (Integrity Pledge) ଗ୍ରହଣ କରିବା ସହ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଦୁର୍ନୀତିର ଭୟାବହତା ଏବଂ ଏହାର ନିରାକରଣ ସମ୍ପର୍କରେ ସାଧାରଣ ଜନତାଙ୍କୁ ସଚେତନ କରିବା ପାଇଁ ସଚେତନତା ରାଲି, ନାଟକ (Street Play) ଏବଂ LED ଡିସପ୍ଲେ ମାଧ୍ୟମରେ ପ୍ରଚାର ପ୍ରସାର କରାଯିବ।
ସମାଜରୁ ଦୁର୍ନୀତି ଦୂରୀକରଣ ଏବଂ ସଚୋଟତା ପ୍ରସାର ପାଇଁ ବିଭିନ୍ନ ବ୍ଲକର ଗ୍ରାମପଞ୍ଚାୟତଗୁଡ଼ିକରେ ଗ୍ରାମସଭା ଓ ରାଲିର ଆୟୋଜନ କରାଯିବ। ଏହି କ୍ରମରେ ଜମନକିରା ବ୍ଲକର ଫାସିମାଲ ପଞ୍ଚାୟତରେ ଅକ୍ଟୋବର ୨୬ ତାରିଖ ପୂର୍ବାହ୍ନ ୧୧:୦୦ ଘଟିକାରେ, ମାନେଶ୍ୱର ବ୍ଲକର ଧମା ପଞ୍ଚାୟତରେ ଅକ୍ଟୋବର ୨୭ ତାରିଖ ପୂର୍ବାହ୍ନ ୧୧:୦୦ ଘଟିକାରେ, ନାକଟିଦେଉଳ ବ୍ଲକର ନାକଟିଦେଉଳ ପଞ୍ଚାୟତରେ ଅକ୍ଟୋବର ୨୭ ତାରିଖ ପୂର୍ବାହ୍ନ ୧୧:୦୦ ଘଟିକାରେ, ରେଙ୍ଗାଲି ବ୍ଲକର ବୋମାଲୋଇ ପଞ୍ଚାୟତରେ ଅକ୍ଟୋବର ୨୮ ତାରିଖ ପୂର୍ବାହ୍ନ ୧୧:୦୦ ଘଟିକାରେ, କୁଚିଣ୍ଡା ବ୍ଲକର ଅର୍ଡ଼ାବାହାଲ ପଞ୍ଚାୟତରେ ଅକ୍ଟୋବର ୨୯ ତାରିଖ ପୂର୍ବାହ୍ନ ୧୧:୦୦ ଘଟିକାରେ, ଧନକୌଡ଼ା ବ୍ଲକର ଏ. କାଟାପାଲି ପଞ୍ଚାୟତରେ ଅକ୍ଟୋବର ୩୦ ତାରିଖ ଅପରାହ୍ନ ୩:୦୦ ଘଟିକାରେ ଏବଂ ରେଢ଼ାଖୋଲ ବ୍ଲକର ଚାରମାଳ ପଞ୍ଚାୟତରେ ଅକ୍ଟୋବର ୩୧ ତାରିଖ ପୂର୍ବାହ୍ନ ୧୧:୦୦ ଘଟିକାରେ ଗ୍ରାମସଭା ଅନୁଷ୍ଠିତ ହେବ। ଏହି ଗ୍ରାମସଭାଗୁଡ଼ିକରେ P.E.O., ସଚିବ, ସ୍ଥାନୀୟ ସାଧାରଣ ଜନତା, PSUs, NGO, ସ୍ୱୟଂ ସହାୟକ ଗୋଷ୍ଠୀ (SHGs) ଏବଂ ଅଙ୍ଗନବାଡ଼ି କର୍ମୀମାନେ ସକ୍ରିୟ ଅଂଶଗ୍ରହଣ କରି ଦୁର୍ନୀତି ନିବାରଣ ବାର୍ତ୍ତା ପ୍ରସାର କରିବେ।
ଏତଦ୍ବ୍ୟତୀତ, ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମର ସଫଳ ଆୟୋଜନ ସହ କାର୍ଯ୍ୟକ୍ରମ ସ୍ଥଳରେ ଆବଶ୍ୟକୀୟ ଚିକିତ୍ସା ସେବା (Medical Arrangement) ଏବଂ ଅଗ୍ନିଶମ ସୁରକ୍ଷା (Fire Safety Arrangements) ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।