Hirakud Dam: ହୀରାକୁଦରେ ୩୦ଟି ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ,ଭଟ୍ଟାରିକାଙ୍କ ମନ୍ଦିରରେ ପ୍ରବେଶ କଲା ବନ୍ୟାଜଳ
Hirakud Dam: ରାଜ୍ୟରେ ଗତକିଛି ଦିନ ହେବ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଉଛି। ଫଳରେ ହୀରାକୁଦର ଜଳସ୍ତର ବୃଦ୍ଧି ଯୋଗୁଁ ଆଜି ଆଉ ୨ଟି ଗେଟ୍ ଖୋଲିଛି। ଏବେ ମୋଟ୍ ୩୦ଟି ଗେଟ୍ ଦେଇ ଜଳ ନିସ୍କାଷନ ଜାରି ରହିଛି।
Hirakud Dam: ରାଜ୍ୟରେ ଗତକିଛି ଦିନ ହେବ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଉଛି। ଫଳରେ ହୀରାକୁଦର ଜଳସ୍ତର ବୃଦ୍ଧି ଯୋଗୁଁ ଆଜି ଆଉ ୨ଟି ଗେଟ୍ ଖୋଲିଛି। ସକାଳ ୧୦ଟା ସୁଧା ହୀରାକୁଦର ଜଳସ୍ତର ୬୨୯.୩୯ ଫୁଟ୍ ରହିଛି। ୬ ଲକ୍ଷ ୪୮ ହଜାର ୫୩୯ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୪ ଲକ୍ଷ ୯୬ ହଜାର ୬୯ କ୍ୟୁସେକ୍ ଜଳ ନିସ୍କାସନ ହେଉଛି। ଏବେ ମୋଟ୍ ୩୦ଟି ଗେଟ୍ ଦେଇ ଜଳ ନିସ୍କାଷନ ଜାରି ରହିଛି। କଟକ ମୁଣ୍ତୁଳିରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ହୀରାକୁଦରେ ଗେଟ୍ ଖୋଲିଛି। ହୀରାକୁଦରେ ଆଉ ୨ଟି ହୋଟ୍ ଖୋଲିବା ପରେ ସମ୍ବଲପୁର-ସୋନପୁର ୧୫ ନମ୍ବର ଜାତୀୟ ରାଜପଥ ମାଳତୀଗୁଣ୍ତେପୁରର ବ୍ରିଜ୍ ଉପରକୁ ପାଣି ମାଡି଼ ଆସିଛି।
ସେପଟେ, ଲମତାପୁଟ୍ ର ଜଲାପୁଟ୍ ଜଳଭଣ୍ତାରରୁ ପ୍ରଥମ ବନ୍ୟା ଜଳ ନିସ୍କାସନ ହେଉଛି। ଖୋଲିଛି ଆଉ ୨ଟି ଗେଟ୍। ଏବେ ୬ ହାଜର କ୍ୟୁସେକ୍ ଜଳ ନିଷ୍କାସନ ହେଉଛି। ଜଳ ଭଣ୍ତାରର କ୍ଷମତା ୨୭୫୦ ଫୁଟ୍ ଥିବା ବେଳେ ବର୍ତ୍ତମାନ୍ ଜଳସ୍ତର ୨୭୪୭.୦୫ ରହିଛି। ଏନେଇ ଆନ୍ଧ୍ର -ଓଡ଼ିଶା ସୀମାନ୍ତ ଗାଁକୁ ସତର୍କ କରାଇଛି ଜିଲ୍ଲା ପ୍ରଶାସନ।
ଅନ୍ୟପଟେ, ହୀରାକୁଦ ଡ୍ୟାମ୍ ରୁ ପାଣି ଛଡାଯିବା ପରେ, ବଡମ୍ବାର ଶକ୍ତିପୀଠ ଭଟ୍ଟାରିକା ମନ୍ଦିର ଓ ସିଂହନାଥ ମନ୍ଦିରକୁ ପ୍ରବେଶ କରିଛି ମହାନଦୀର ବନ୍ୟାଜଳ।ମନ୍ଦିରର ଗର୍ଭଗୃହରେ ବନ୍ୟାଜଳ ପ୍ରବେଶ କରିବାକୁ ପୂଜାବିଧିରେ ସମସ୍ୟା ଦେଖାଦେଇଛି। ସେପଟେ, ପ୍ରଶାସନ ତରଫରୁ କୁହାଯାଇଛି ଯେ, ଯଦି ଆଉ ବନ୍ୟା ଜଳ ୨ ଫୁ୍ଟ ବୃଦ୍ଧି ହୁଏ। ତେବେ, ମାଆଙ୍କ ମୂର୍ତ୍ତୀକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବାକୁ ବ୍ୟବସ୍ଥା ହୋଇଛି। ମନ୍ଦିରର ପୂଜକ କହିଛନ୍ତି ଯେ, ଦେବୀଙ୍କ ପୂଜାର୍ଚ୍ଚନାରେ ବାଧା ସୃଷ୍ଟି ହୋଇଛି। ବନ୍ୟା ସ୍ଥିତି ଉପରେ ଜିଲ୍ଲା ପ୍ରଶାସନ ନଜର ରଖିଛି। ଏବଂ ସୁରକ୍ଷା ଦୃଷ୍ଟିରୁ ପାଣି ବଢିଥିବାରୁ ମନ୍ଦିରକୁ ନଯିବାକୁ ଭକ୍ତମାନଙ୍କୁ ସତର୍କ କରାଯାଇଛି।