SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

ଦୁର୍ଘଟଣାରେ ଜୀବନହାନି ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି

ଟାଙ୍ଗରପାଲିଠାରୁ ବରାଇପାଲି ପର୍ଯ୍ୟନ୍ତ ଜାତୀୟ ରାଜପଥ-୫୩ ଉପରେ ନିର୍ମାଣାଧୀନ ଛଅ ଲେନ୍ ବିଶିଷ୍ଟ ଫ୍ଲାଏଓଭର ଅଞ୍ଚଳରେ ଦିନକୁ ଦିନ ଦୁର୍ଘଟଣା ବଢ଼ୁଥିବା ଦାବିପତ୍ରରେ ଉଲ୍ଲେଖ କରାଯାଇଛି।

Written By Soubhagya Ranjan Mishra Edited By Soubhagya Ranjan Mishra
Published: Nov 18, 2026, 11:29 IST | Updated: Nov 18, 2026, 11:36 IST
Image Credit: ZEE Odisha News
Join

ସମ୍ବଲପୁର: (ଅଜୟ କୁମାର ନାଥ) ଅଇଁଠାପାଲି ଠାରେ ନିର୍ମାଣାଧୀନ ଫ୍ଲାଏଓଭର କାର୍ଯ୍ୟରେ ମନ୍ଥରତା ଓ ନିର୍ମାଣସ୍ଥଳରେ ବ୍ୟାପକ ଅବ୍ୟବସ୍ଥାକୁ ନେଇ ସମ୍ବଲପୁର ବିଜୁ ଜନତା ଦଳ ପକ୍ଷରୁ ତୀବ୍ର ପ୍ରତିବାଦ କରାଯାଇଛି। ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଜେଡି ସଭାପତି ଇଂ. ରୋହିତ ପୂଜାରୀଙ୍କ ନେତୃତ୍ୱରେ ମଙ୍ଗଳବାର ଅଇଁଠାପାଲି ଛକଠାରେ ଦଳୀୟ କର୍ମୀମାନେ ରାସ୍ତାରୋକ କରିବା ସହ ପ୍ରତିବାଦ ସଭା ଆୟୋଜନ କରିଥିଲେ। ନିର୍ମାଣାଧୀନ ଫ୍ଲାଏଓଭର ଅଞ୍ଚଳରେ ଘଟୁଥିବା ଦୁର୍ଘଟଣା ଓ ଜୀବନହାନି ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ତୁରନ୍ତ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଦଳ ଦାବି କରିଛି। ଏହି ଅବସରରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।

ଟାଙ୍ଗରପାଲିଠାରୁ ବରାଇପାଲି ପର୍ଯ୍ୟନ୍ତ ଜାତୀୟ ରାଜପଥ-୫୩ ଉପରେ ନିର୍ମାଣାଧୀନ ଛଅ ଲେନ୍ ବିଶିଷ୍ଟ ଫ୍ଲାଏଓଭର ଅଞ୍ଚଳରେ ଦିନକୁ ଦିନ ଦୁର୍ଘଟଣା ବଢ଼ୁଥିବା ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଦାବିପତ୍ର ଅନୁଯାୟୀ, ଗତ ଏକ ମାସ ମଧ୍ୟରେ ଏହି ଅଞ୍ଚଳରେ ସଡ଼କ ଦୁର୍ଘଟଣାରେ ୭ ଜଣଙ୍କ ଜୀବନ ଯାଇଥିବା ବେଳେ ଏହା ପୂର୍ବରୁ ୧୦ ମାସ ମଧ୍ୟରେ ୩୬ଟି ଦୁର୍ଘଟଣାରେ ୧୮ ଜଣଙ୍କ ମୃତ୍ୟୁ ଘଟିଛି। ପ୍ରାୟ ଦିନେ ଛାଡ଼ି ଦିନେ ଦୁର୍ଘଟଣା ଘଟୁଥିବାରୁ ଏହି ରାସ୍ତା ଯାତ୍ରୀଙ୍କ ପାଇଁ ବିପଦପୂର୍ଣ୍ଣ ହୋଇପଡ଼ିଛି ବୋଲି ଦଳ ଅଭିଯୋଗ କରିଛି। ନିର୍ମାଣ କାର୍ଯ୍ୟ ଯୋଗୁଁ ରାସ୍ତା ସଂକୀର୍ଣ୍ଣ ହେବା, ଭାରୀଯାନର ଚଳାଚଳ, ଟ୍ରାଫିକ୍ ନିୟନ୍ତ୍ରଣରେ ଅବ୍ୟବସ୍ଥା, ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥାର ଅଭାବ ଏବଂ ଆବଶ୍ୟକ ସତର୍କ ସୂଚନା ଫଳକ ନ ରହିବା ଯୋଗୁଁ ଯାତ୍ରୀ ଓ ସ୍ଥାନୀୟ ବାସିନ୍ଦା ନିରନ୍ତର ବିପଦର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ରାତି ସମୟରେ ଏହି ସମସ୍ୟା ଅଧିକ ଗମ୍ଭୀର ହେଉଛି। ପ୍ରାୟ ୩.୫ କିଲୋମିଟର ଦୀର୍ଘ ଏହି ଫ୍ଲାଏଓଭର ପ୍ରକଳ୍ପ ପାଇଁ ୩୭୫ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି। ୨୦୨୪ ଜୁନ୍‌ରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ଡିସେମ୍ବର ୨୦୨୬ ସୁଦ୍ଧା ଶେଷ ହେବାର ଧାର୍ଯ୍ୟ ରହିଥିଲେ ମଧ୍ୟ ଏପର୍ଯ୍ୟନ୍ତ ପ୍ରାୟ ୫୦ ପ୍ରତିଶତ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଛି ବୋଲି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି। ଏଏସ୍‌ସି ଇନ୍‌ଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ୍ ଏହି ପ୍ରକଳ୍ପର ନିର୍ମାଣ ଦାୟିତ୍ୱ ନେଇଛି। ପ୍ରତିବାଦ ସଭାରେ ଟାଙ୍ଗରପାଲି ଠାରୁ ବରାଇପାଲି ପର୍ଯ୍ୟନ୍ତ ସୁବ୍ୟବସ୍ଥିତ ଯାତାୟାତ ଓ ବିକଳ୍ପ ରାସ୍ତାର ବ୍ୟବସ୍ଥା, ନିର୍ମାଣସ୍ଥଳରେ ପର୍ଯ୍ୟାପ୍ତ ଆଲୋକୀକରଣ, ବିପଦପୂର୍ଣ୍ଣ ଛକ ଓ ରାସ୍ତା ପରିବର୍ତ୍ତନ ସ୍ଥାନରେ ତାଲିମପ୍ରାପ୍ତ ଟ୍ରାଫିକ୍ କର୍ମଚାରୀ ନିୟୋଜନ ଏବଂ ସମସ୍ତ ସୁରକ୍ଷା ନିୟମର କଡ଼ାକଡ଼ି ପାଳନ ନିମନ୍ତେ ଦାବି କରାଯାଇଥିଲା। ସୁରକ୍ଷା ନିୟମ ପାଳନରେ ଅବହେଳା କରୁଥିବା ଠିକା ସଂସ୍ଥା ବିରୋଧରେ କଠୋର ପଦକ୍ଷେପ ଏବଂ ଆବଶ୍ୟକ ପଡ଼ିଲେ କଳା ତାଲିକାଭୁକ୍ତ କରିବାକୁ ମଧ୍ୟ ଦାବି ହୋଇଥିଲା। ଏଥିସହ ପ୍ରକଳ୍ପ କାର୍ଯ୍ୟର ନିୟମିତ ତଦାରଖ ପାଇଁ ଜଣେ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦେବା ଏବଂ ଜିଲ୍ଲା ପ୍ରଶାସନ, ଜାତୀୟ ରାଜପଥ କର୍ତ୍ତୃପକ୍ଷ, ଟ୍ରାଫିକ୍ ପୋଲିସ ଓ ଠିକା ସଂସ୍ଥାକୁ ନେଇ ତୁରନ୍ତ ଏକ ସମନ୍ୱୟ ବୈଠକ ଡାକିବାକୁ ଦାବି କରାଯାଇଥିଲା। ଦୁର୍ଘଟଣାରେ ହେଉଥିବା ଜୀବନହାନି ପାଇଁ ଦାୟିତ୍ୱରେ ଥିବା ସମ୍ପୃକ୍ତ ଅଧିକାରୀଙ୍କ ଦାୟିତ୍ୱ ନିର୍ଦ୍ଧାରଣ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ବିଜେଡି ଦାବି କରିଛି। ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ବିଜେଡି ଜିଲ୍ଲା ମହିଳା ସଭାନେତ୍ରୀ ସଂଯୁକ୍ତା ମେହେର, ଟାଉନ୍ ସଭାପତି ବସନ୍ତ ମିଶ୍ର, ଉପସଭାପତି ସୁରୁବାବୁ ମେହେର, ସତ୍ୟେନ୍ଦ୍ର ଦାସ, ଧର୍ମରାଜ ମରେଇ, ଜିଲ୍ଲା ସଂଖ୍ୟାଲଘୁ ସେଲ୍ ସଭାପତି ଆଫତାବ ଆଲମ, ରାଜ୍ୟ ଉପସଭାପତି ହରଦୀପ ସିଂ ଭୁର୍ଜି ଓ ଯୁବ ସଭାପତି ପ୍ରଦୋଷ ମହାନ୍ତିଙ୍କ ସମେତ ବହୁ ଯୁବ, ଛାତ୍ର ଓ ମହିଳା କର୍ମୀ ଏବଂ ସ୍ଥାନୀୟ ବାସିନ୍ଦା ଯୋଗଦେଇଥିଲେ। ଜନସାଧାରଣଙ୍କ ଜୀବନ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଫ୍ଲାଏଓଭର ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବା ଏବଂ ଦୁର୍ଘଟଣା ରୋକିବା ପାଇଁ ତୁରନ୍ତ ଠୋସ୍ ପଦକ୍ଷେପ ନେବାକୁ ସମ୍ବଲପୁର ବିଜେଡି ପକ୍ଷରୁ ଦୃଢ଼ ଦାବି କରାଯାଇଛି।

ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଜୁ ଜନତା ଦଳ ଜିଲ୍ଲା ସଭାପତି ଇଂ ରୋହିତ ପୂଜାରୀଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବଲପୁର ମହାନଗର ବିଜେଡି ସଭାପତି ବସନ୍ତ ମିଶ୍ର ସଭାପତିତ୍ୱରେ ଆୟୋଜିତ ହୋଇ ସଭା ପରିଚାଲନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଦଳର ପୂର୍ବତନ ଜିଲ୍ଲା ସଭାପତି ଆର୍ତ୍ତତ୍ରାଣ ମିଶ୍ର, ଜିଲ୍ଲା କାର୍ଯ୍ୟକାରୀ ଅଶୋକ ସେନାପତି, ଜିଲ୍ଲା ଉପସଭାପତି ଆନନ୍ଦ ବଡଗୟା, ସୁରୁବାବୁ ମେହେର, ପ୍ରଫୁଲ୍ଲ ଦାସ, ସତ୍ୟେନ୍ଦ୍ର ଦାସ, ବରିଷ୍ଠ ନେତା ଗୋକୁଳ ମେହେର, ଅଜିମ ଅଜ୍ଜୁ, ରାଜ୍ୟ ଯୁବ ବିଜେଡି ଉପସଭାପତି ଦେବାଶିଷ ପରିଡ଼ା, ରାଜ୍ୟ ଯୁବ ସାଧାରଣ ସମ୍ପାଦକ ଧର୍ମରାଜ୍ ମରେଇ, ରାଜ୍ୟ ଛାତ୍ର ଉପସଭାପତି ଅନମୋଲ ଦାସ, ଜିଲ୍ଲା ଯୁବ ସଭାପତି ପ୍ରଦୋଷ ମହାନ୍ତି, ଛାତ୍ର ଜିଲ୍ଲା ସଭାପତି ଶୁଭ୍ରାଂଶୁ ପାଢ଼ୀ, ରାଜ୍ୟ ମହିଳା ବରିଷ୍ଠ ଉପସଭାନେତ୍ରୀ ଉଷା ପ୍ରଧାନ, ରାଜ୍ୟ ଉପସଭାନେତ୍ରୀ ସିପ୍ରା ମହାନ୍ତି, ଜିଲ୍ଲା ମହିଳା ସଭାନେତ୍ରୀ ସଂଯୁକ୍ତା ମେହେର, ରାଜ୍ୟ ସଂଖ୍ୟାଲଘୁ ଉପସଭାପତି ହର୍ଦିପ୍ ସିଂ ଭୂର୍ଜି, ଜିଲ୍ଲା ସଂଖ୍ୟାଲଘୁ ସଭାପତି ଅଫତାବ୍ ଆଲମ, ରାଜ୍ୟ ଯୁବ ସାଧାରଣ ସମ୍ପାଦକ ପ୍ରତାପ ତପନ, ପୂର୍ବତନ ଯୁବ ସଭାପତି ସୁବାସ ଜେନା, ଜିଲ୍ଲା ପଦାଧିକାରୀମାନଙ୍କ ମଧ୍ୟରେ ଆର ଏ ଶିବ କୁମାର, ରାଜେଶ୍ ମିଶ୍ର, ପ୍ରଦୀପ ମିଶ୍ର, ଶାନ୍ତନୁ ବଡ଼ପଣ୍ଡା, ସୁରେନ୍ଦ୍ର ବିଶ୍ୱାଳ, ବିକ୍ରମାଦିତ୍ୟ ପଣ୍ଡା, ପ୍ରହଲ୍ଲାଦ ଗୁରୁ, ରବୀନ୍ଦ୍ର ସିଂ, ମାନସ ମହାନ୍ତି, କୈଳାଶ କିଷାନ, ପ୍ରଶାନ୍ତ ଥାପା, ପୂର୍ବତନ ଜୀବନ ବିନ୍ଦୁ ସଂଯୋଜକ କବିତା ପୁରୋହିତ, ସବିତା ଆଚାର୍ଯ୍ୟ, ସସ୍ମିତା ଦୀପ, ଲିଳିମା ମଲ୍ଲିକ, ସୁରେଖା ସାହୁ, ରୂପାଞ୍ଜଳି ରାଣବିଡା, ପୂଜା ଦେବୀ, ସସ୍ମିତା ଦେହୁରୀ, ଅନିତା ଓରାମ, ସୁନନ୍ଦା ଚଇନି, ଯୁବ ନେତା କିଶୋର ପଣ୍ଡା, ବିକାଶ ଖେତୀ, ଦେବାଶିଷ ମାଝୀ, ସୁକେଶ ସିଂ, ଓଁକାର ନାୟକ, ସମୀର ପାଢ଼ୀ, ରାଜେଶ ପଣ୍ଡା, ମଞ୍ଜୁ ଓରାମ, ଉତ୍ତମ ବାଗ, ବରିଷ୍ଠ ନେତା ସଂଜୀବ ଷଡ଼ଙ୍ଗୀ, ମାନଭଞ୍ଜନ ତ୍ରିପାଠୀ, ସୁନୀଲ ମିଶ୍ର, ତ୍ରିନାଥ ପଣ୍ଡା, ହୃଷିକେଶ ସ୍ୱାଇଁ, ସୂର୍ଯ୍ୟକାନ୍ତ ସ୍ୱାଇଁ, ଗୋପ ମହାନନ୍ଦ, ଭବେଶ ଚାନ୍ଦ, ମାଖନୁ ମେହେର, ଛାତ୍ର ନେତା ଦୀପ୍ତି ରଞ୍ଜନ ମଲ୍ଲିକ, ସଦାନନ୍ଦ ଦାସ, ଭୂପେଶ୍ ଡନସନା, ଗୌତମ ବେହେରା, ଅନୁରାଗ ପୃସେଠ, ପ୍ରଶାନ୍ତ ନାୟକଙ୍କ ସମେତ ବହୁ ସଂଖ୍ୟାରେ କର୍ମକର୍ତ୍ତା ଏବଂ ନେତୃବୃନ୍ଦ ଉପସ୍ଥିତ ଥିଲେ।

Also Read- Top 10 News: ଆଜିଠାରୁ ବିଧାନସଭା ଶୀତକାଳୀନ ଅଧିବେଶନ, ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଓ ଅନ୍ୟ ଖବର
 

Add Zee News as a Preferred Source
TAGS:

About the Author

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ZEENEWS TRENDING STORIES