SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

ଆସନ୍ତାକାଲି ଦେଶବ୍ୟାପୀ ‘ବିକଶିତ ଭାରତ ସଂକଳ୍ପ ସଭା’ କାର୍ଯ୍ୟକ୍ରମ

ଗରିବ, କୃଷକ, ମହିଳା ଓ ଯୁବବର୍ଗଙ୍କ ସଶକ୍ତୀକରଣ ସହ ଜଡିତ ଏହି ୨୫ ବର୍ଷର ନିରନ୍ତର ସେବା, ସୁଶାସନ, ଗରିବକଲ୍ୟାଣ ଓ ବିକାଶ ଗାଥାକୁ ସମାଜର ଶେଷ ଧାଡ଼ିରେ ଥିବା ବ୍ୟକ୍ତି ପାଖରେ ପହଞ୍ଚାଇବା ମୋଦୀ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ସମ୍ବଲପୁର ବିଜେପି ଜିଲ୍ଲା ସଭାପତି ରାମ ଚନ୍ଦ୍ର ମେହେର କହିଛନ୍ତି ।

Reported By Ajaya Kumar Nath Written By Soubhagya Ranjan Mishra
Published: Oct 06, 2026, 06:42 PM IST | Updated: Oct 06, 2026, 06:49 PM IST
Image Credit: ଦେଶବ୍ୟାପୀ ‘ବିକଶିତ ଭାରତ ସଂକଳ୍ପ ସଭା’ କାର୍ଯ୍ୟକ୍ରମ
Join

ସମ୍ୱଲପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାର୍ବଜନୀନ ଜୀବନ ଓ ଜନସେବାର ସଫଳ ୨୫ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ଅକ୍ଟୋବର ୭ ତାରିଖ ଦିନ ଦେଶବ୍ୟାପୀ ‘ବିକଶିତ ଭାରତ ସଂକଳ୍ପ ସଭା’ କାର୍ଯ୍ୟକ୍ରମ । ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ସେବା, ସମର୍ପଣ ଓ ସଂକଳ୍ପର ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବା ଲକ୍ଷ ସୂଚନା ଦେଲେ ଜିଲ୍ଲା ବିଜେପି ସଭାପତି ରାମ ଚନ୍ଦ୍ର ମେହେର । ଆସନ୍ତା କାଲି ୭ ତାରିଖ ପୂର୍ବାହ୍ନ ୧୦ ଘଟିକାରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଆଭାସୀ ମାଧ୍ୟମରେ ଦେଶର ୭୫୦ଟି ଜିଲ୍ଲା ଏବଂ ରାଜ୍ୟ ମୁଖ୍ୟାଳୟରେ ଉପସ୍ଥିତ ସମବେତ ଜନତାଙ୍କୁ ସିଧାସଳଖ ସମ୍ବୋଧିତ କରିବେ । ପ୍ରତ୍ୟେକ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବାହାରିବ ‘ସେବା ଜ୍ୟୋତି ଯାତ୍ରା’। ପ୍ରତ୍ୟେକ ଜିଲ୍ଲା ସଦର ମହକୁମାରେ 'ସେବା ଜ୍ୟୋତି ଛକ' ଚିହ୍ନଟ କରାଯାଇ ‘ବିକଶିତ ଭାରତ ସଂକଳ୍ପ ପ୍ରତୀକାତ୍ମକ ସ୍ଥାପନା କରାଯିବ । 'ବିକଶିତ ଭାରତ ୨୦୪୭' ପାଇଁ ସାମୂହିକ ସଂକଳ୍ପ ଗ୍ରହଣ କରାଯିବା ସହ ସାମୂହିକ 'ବନ୍ଦେ ମାତରମ୍‌' ଗାନ କରାଯିବ ।

ଆସନ୍ତା କାଲି ଅକ୍ଟୋବର ୭ ତାରିଖ ଦିନ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଜଣେ ପ୍ରଜାସେବକ ଓ ଜନସେବକ ଭାବେ ସାର୍ବଜନୀନ ଜୀବନ ଓ ଶାସନରେ ୨୫ ବର୍ଷ ସଫଳତାର ସହ ପୁରଣ କରିବେ । ସେଥିପାଇଁ ଆସନ୍ତା କାଲି ଦେଶବ୍ୟାପୀ ‘ସେବା ଜ୍ୟୋତି ଯାତ୍ରା’ ଓ ‘ବିକଶିତ ଭାରତ ସଂକଳ୍ପ ସଭା’ ଆୟୋଜିତ ହେବାକୁ ଯାଉଛି । ଗରିବ, କୃଷକ, ମହିଳା ଓ ଯୁବବର୍ଗଙ୍କ ସଶକ୍ତୀକରଣ ସହ ଜଡିତ ଏହି ୨୫ ବର୍ଷର ନିରନ୍ତର ସେବା, ସୁଶାସନ, ଗରିବକଲ୍ୟାଣ ଓ ବିକାଶ ଗାଥାକୁ ସମାଜର ଶେଷ ଧାଡ଼ିରେ ଥିବା ବ୍ୟକ୍ତି ପାଖରେ ପହଞ୍ଚାଇବା ମୋଦୀ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ସମ୍ବଲପୁର ବିଜେପି ଜିଲ୍ଲା ସଭାପତି ରାମ ଚନ୍ଦ୍ର ମେହେର କହିଛନ୍ତି । ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟ ସମ୍ମୁଖ ପଡ଼ିଆରେ ହେବାକୁ ଥିବା କାର୍ଯ୍ୟକ୍ରମ ସ୍ଥଳରୁ ସାମ୍ବାଦିକଙ୍କୁ ଆଜି ସୁଚନା ଦେଇ ଜିଲ୍ଲା ସଭାପତି ଶ୍ରୀ ମେହେର କହିଛନ୍ତି ଯେ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଗତ ସେପ୍ଟେମ୍ବର ୧୭ରୁ ଆରମ୍ଭ ହୋଇଥିବା ମାସ ବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’ ଅନ୍ତର୍ଗତ ଦେଶବ୍ୟାପୀ ସେବା ଜ୍ୟୋତି ଯାତ୍ରା କାର୍ଯ୍ୟକ୍ରମ ଆସନ୍ତା ଅକ୍ଟୋବର ୭ ତାରିଖ ଦିନ ଆରମ୍ଭ ହେବ । ସେହିଦିନ ପୂର୍ବାହ୍ନ ୧୦ ଘଟିକାରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ଆଭାସୀ ମାଧ୍ୟମରେ ଦେଶର ୭୫୦ଟି ଜିଲ୍ଲା ଏବଂ ରାଜ୍ୟ ମୁଖ୍ୟାଳୟରେ ଉପସ୍ଥିତ ସମବେତ ଜନତାଙ୍କୁ ସିଧାସଳଖ ସମ୍ବୋଧିତ କରିବେ । ଓଡ଼ିଶାରେ ରାଜଧାନୀ ଭୁବନେଶ୍ୱର ସମେତ ସମସ୍ତ ୩୦ଟି ଜିଲ୍ଲାରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରଭାରୀ ମନ୍ତ୍ରୀଙ୍କ ସହ ସ୍ଥାନୀୟ ଜନପ୍ରତିନିଧି ଏବଂ ଅତିଥିମାନେ ଯୋଗଦେବେ । ପ୍ରତ୍ୟେକ ଜିଲ୍ଲା ସଦର ମହକୁମାରେ ''ସେବା ଜ୍ୟୋତି ଛକ'' ଚିହ୍ନଟ କରାଯାଇ ‘ବିକଶିତ ଭାରତ ସଂକଳ୍ପ ପ୍ରତୀକାତ୍ମକ ସ୍ଥାପନା କରାଯିବ । ଏହି ଅବସରରେ ଜିଲ୍ଲାର ସମସ୍ତ ବ୍ଲକ, ଗ୍ରାମ, ୱାର୍ଡ ଓ ମଣ୍ଡଳରୁ ''ସେବା ଜ୍ୟୋତି ଯାତ୍ରା'' ବାହାରି ସେବା ଜ୍ୟୋତି ଛକଠାରେ ଏକତ୍ରିତ ହେବ । ''ବିକଶିତ ଭାରତ ୨୦୪୭'' ପାଇଁ ସାମୂହିକ ସଂକଳ୍ପ ଗ୍ରହଣ କରାଯିବା ସହ ସାମୂହିକ "ବନ୍ଦେ ମାତରମ୍‌'' ଗାନ କରାଯିବ । ସେବା, ସମର୍ପଣ ଓ ସଂକଳ୍ପର ଏହି ଅଭିଯାନକୁ ଘରେ ଘରେ ପହଞ୍ଚାଇବା ସଂକଳ୍ପ ନେବା ଏବଂ ୨୦୪୭ ସୁଦ୍ଧା ଭାରତକୁ ଏକ ସମୃଦ୍ଧ ଓ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ସମାଜର ସବୁ ବର୍ଗର ଲୋକଙ୍କୁ ବିକଶିତ ଭାରତର ଏହି ମହାଯଜ୍ଞରେ ଆମେ ସମସ୍ତେ ନିଜ ନିଜର ଯୋଗଦାନ ଦେବାକୁ ଜିଲ୍ଲା ସଭାପତି ଶ୍ରୀ ମେହେର ଆହ୍ୱାନ ଜଣାଇଛନ୍ତି । କାର୍ଯ୍ୟକ୍ରମ ପ୍ରସ୍ତୁତି ସ୍ଥଳରେ ସାମ୍ବାଦିକଙ୍କୁ ସୂଚନା ଦେବା ସମୟରେ ପୂର୍ବତନ ରେଙ୍ଗାଲି ବିଧାୟକ ନାଉରି ନାଏକ, ରାଜ୍ୟ ପ୍ରବକ୍ତା ମାନସ ରଞ୍ଜନ ବକ୍ସି, ଜିଲ୍ଲା ସାଧାରଣ ସମ୍ପାଦକ ସମୀର ରଞ୍ଜନ ବାବୁ, ଜିଲ୍ଲା ଅଳ୍ପ ସଂଖ୍ୟକ ମୋର୍ଚ୍ଚା ସଭାପତି ଗୁରଦୀପ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

Add Zee News as a Preferred Source
TAGS:

About the Author

Ajaya Kumar Nath
Read More

ZEENEWS TRENDING STORIES