• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଫଟୋ
  • /Love Horoscope: ୧୯ ନଭେମ୍ବରରେ ଖୁସି ଖବର ପାଇବେ ଏହି ୪ ରାଶି, ବଦଳିବ ଭାଗ୍ୟ!

Love Horoscope: ୧୯ ନଭେମ୍ବରରେ ଖୁସି ଖବର ପାଇବେ ଏହି ୪ ରାଶି, ବଦଳିବ ଭାଗ୍ୟ!

Written ByPriyambada RanaEdited ByPriyambada Rana
Published: Nov 18, 2026, 19:11 IST|Updated: Nov 18, 2026, 19:16 IST
joinshare
Love Horoscope: ୧୯ ନଭେମ୍ବର ୨୦୨୬, ଗୁରୁବାର। ପ୍ରେମ ଓ ସମ୍ପର୍କ ଦୃଷ୍ଟିରୁ ଆଜିର ଦିନ କେତେକ ରାଶି ପାଇଁ ଖୁସି ଓ ରୋମାନ୍ସ ନେଇ ଆସିପାରେ। ଅନ୍ୟ କେତେକ ରାଶିର ଜାତକଙ୍କୁ ସମ୍ପର୍କରେ ଛୋଟମୋଟ ମତଭେଦ ଓ ଭୁଲ୍ ବୁଝାମଣାର ସାମ୍ନା କରିବାକୁ ପଡ଼ିପାରେ।

ସିଙ୍ଗଲ୍ ଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ କାହା ସହ ନୂଆ ପରିଚୟ କିମ୍ବା କଥାବାର୍ତ୍ତା ଆଗକୁ ବଢ଼ାଇବାର ସୁଯୋଗ ରହିଛି। ଆସନ୍ତୁ ଜାଣିବା, ଆଜି ସମସ୍ତ ୧୨ଟି ରାଶିର ପ୍ରେମ ଜୀବନ କିପରି ରହିବ।

ମେଷ ରାଶି:1/13

ମେଷ ରାଶି:

ଆଜି ପ୍ରେମ ସମ୍ପର୍କରେ ସାମାନ୍ୟ ତିକ୍ତତା ଦେଖାଦେଇପାରେ। ତେବେ ସୋସିଆଲ୍ ମିଡିଆ ମାଧ୍ୟମରେ କୌଣସି ନୂଆ ବ୍ୟକ୍ତିଙ୍କ ସହ ପରିଚୟ ହୋଇପାରେ। ପାର୍ଟନରଙ୍କଠାରୁ ଉପହାର ମିଳିବାର ମଧ୍ୟ ସମ୍ଭାବନା ରହିଛି।
ବୃଷ ରାଶି:2/13

ବୃଷ ରାଶି:

ପୁରୁଣା କୌଣସି କଥାକୁ ନେଇ ପାର୍ଟନରଙ୍କ ସହ ଯୁକ୍ତିତର୍କ ହୋଇପାରେ। ତେଣୁ କଥାବାର୍ତ୍ତା ସମୟରେ ସଂଯମ ରଖନ୍ତୁ। ପୁରୁଣା ଅଭିମାନ ଭୁଲି ସମ୍ପର୍କକୁ ନୂଆ ଭାବେ ଆଗକୁ ନେବା ଭଲ ହେବ। ମନର କଥା କହିବାକୁ ସୁଯୋଗ ମିଳିପାରେ।
ମିଥୁନ ରାଶି3/13

ମିଥୁନ ରାଶି

ଆଜି ସମ୍ପର୍କରେ ଛୋଟଛୋଟ କଥାକୁ ନେଇ ମନୋମାଳିନ୍ୟ ହୋଇପାରେ। ପୁରୁଣା କଥାକୁ ଭୁଲି ଆଗକୁ ବଢ଼ିବା ସହ ପାର୍ଟନରଙ୍କ ଭାବନାକୁ ବୁଝିବାକୁ ଚେଷ୍ଟା କରନ୍ତୁ।
କର୍କଟ ରାଶି4/13

କର୍କଟ ରାଶି

କର୍କଟ ରାଶି ପାଇଁ ଆଜିର ଦିନ ଖାସ୍ ରହିପାରେ। ପ୍ରେମ ସମ୍ପର୍କିତ କୌଣସି ଖବର ଆପଣଙ୍କୁ ଖୁସି ଦେଇପାରେ। ପାର୍ଟନରଙ୍କ ସହ ଭଲ ସମୟ ବିତାଇବା ସହ ମନର କଥା ପ୍ରକାଶ କରିବାର ସୁଯୋଗ ମିଳିପାରେ।
ସିଂହ ରାଶି5/13

ସିଂହ ରାଶି

ଅବିବାହିତ ଜାତକଙ୍କ ମନ ପୁରୁଣା ପ୍ରେମ ସମ୍ପର୍କ ଆଡ଼କୁ ଆକର୍ଷିତ ହୋଇପାରେ। କିନ୍ତୁ ଭାବପ୍ରବଣ ହୋଇ ତରବରିଆ ନିଷ୍ପତ୍ତି ନିଅନ୍ତୁ ନାହିଁ। କଥାବାର୍ତ୍ତା ମାଧ୍ୟମରେ ଭୁଲ୍ ବୁଝାମଣା ଦୂର କରିବା ଭଲ ହେବ।
କନ୍ୟା ରାଶି6/13

କନ୍ୟା ରାଶି

ପୁରୁଣା ଭୁଲ୍ ବୁଝାମଣା ଦୂର କରିବା ପାଇଁ ଆଜିର ଦିନ ଅନୁକୂଳ। ପାର୍ଟନରଙ୍କ ସହ ଖୋଲାଖୋଲି ଆଲୋଚନା କଲେ ସମ୍ପର୍କରେ ଥିବା ଦୂରତା କମିପାରେ। ନୂଆ ପ୍ରେମ ସମ୍ପର୍କ ଆରମ୍ଭ ହେବାର ମଧ୍ୟ ସମ୍ଭାବନା ରହିଛି।
ତୁଳା ରାଶି7/13

ତୁଳା ରାଶି

ମନର କଥା ପ୍ରକାଶ କରିବା ପାଇଁ ଆଜି ଭଲ ସମୟ ହୋଇପାରେ। ସମ୍ପର୍କକୁ ମଜଭୁତ କରିବା ପାଇଁ ପରସ୍ପରକୁ ଅଧିକ ସମୟ ଦିଅନ୍ତୁ। ସିଙ୍ଗଲ୍ ଜାତକଙ୍କ ମନ କୌଣସି ସହକର୍ମୀ କିମ୍ବା ବନ୍ଧୁଙ୍କ ପ୍ରତି ଆକର୍ଷିତ ହୋଇପାରେ।
ବିଛା ରାଶି8/13

ବିଛା ରାଶି

ସିଙ୍ଗଲ୍ ବ୍ୟକ୍ତିଙ୍କର କୌଣସି ବିଶେଷ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ବଢ଼ିପାରେ। ପ୍ରେମ ସମ୍ପର୍କରେ ବିଶ୍ୱାସ ଓ ବୁଝାମଣା ବଜାୟ ରଖିବା ଜରୁରୀ। ପାର୍ଟନରଙ୍କ ସହ ସମ୍ପର୍କ ଆହୁରି ମଜଭୁତ ହୋଇପାରେ। ଆର୍ଥିକ ଲାଭ ସହ ବନ୍ଧୁମାନଙ୍କ ସହ ପାର୍ଟି କରିବାର ସୁଯୋଗ ମିଳିପାରେ।
ଧନୁ ରାଶି9/13

ଧନୁ ରାଶି

ସିଙ୍ଗଲ୍ ଲୋକଙ୍କ ଜୀବନରେ ନୂଆ ବ୍ୟକ୍ତିଙ୍କ ପ୍ରବେଶ ହୋଇପାରେ। ପ୍ରେମ ସମ୍ପର୍କରେ ଥିବା ଲୋକଙ୍କ ମଧ୍ୟରେ ବିଶ୍ୱାସ ଓ ତାଳମେଳ ବଢ଼ିବ। ପାର୍ଟନରଙ୍କ ସହ ରୋମାଣ୍ଟିକ୍ ସମୟ ବିତାଇବାର ସୁଯୋଗ ମିଳିପାରେ।
ମକର ରାଶି10/13

ମକର ରାଶି

ଆଜି କୌଣସି ନିକଟ ସମ୍ପର୍କୀୟ ଆର୍ଥିକ ସହାୟତା ମାଗିପାରନ୍ତି। ଆପଣ ତାଙ୍କୁ ସହଯୋଗ କରିବାକୁ ଆଗେଇ ଆସିପାରନ୍ତି। ପରିବାର ସହ ସମୟ ବିତାଇଲେ ମନ ଖୁସି ରହିବ।
କୁମ୍ଭ ରାଶି11/13

କୁମ୍ଭ ରାଶି

ଆଜି ତରବରିଆ ଭାବେ ନିଜର ବ୍ୟକ୍ତିଗତ ସୂଚନା କାହା ସହ ବାଣ୍ଟନ୍ତୁ ନାହିଁ। କାହା ଉପରେ ଆଖିବୁଜା ବିଶ୍ୱାସ କରିବାରୁ ଦୂରେଇ ରୁହନ୍ତୁ। ସମ୍ପର୍କକୁ ଆଗକୁ ନେବା ପାଇଁ ଧୈର୍ଯ୍ୟ ଓ ବୁଝାମଣା ଜରୁରୀ।
 ମୀନ ରାଶି:12/13

ମୀନ ରାଶି:

ଆଜି ପାର୍ଟନର ନିଜର ପ୍ରେମ ଓ ଭାବନାକୁ ଖୋଲାଖୋଲି ପ୍ରକାଶ କରିପାରନ୍ତି। ଏହାଦ୍ୱାରା ସମ୍ପର୍କରେ ନିକଟତା ବଢ଼ିବ ଏବଂ ପରସ୍ପର ମଧ୍ୟରେ ବୁଝାମଣା ଭଲ ହେବ। ସିଙ୍ଗଲ୍ ଜାତକଙ୍କର ନୂଆ ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ।
Disclamer:13/13

Disclamer:

ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
TAGS:
Astrology

ଟ୍ରେଣ୍ଡିଂ

  • ଖବର
  • ଫୋଟୋ
  • ଭିଡିଓ
Kalinga Ghati: ବାତ୍ୟା ‘ଅକୱାନ୍’ ଭୟ: କଳିଙ୍ଗା ଘାଟି ରାସ୍ତା ସିଲ୍, ଆସନ୍ତାକାଲିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଯାତାୟାତ ବନ୍ଦ

Kalinga Ghati: ବାତ୍ୟା ‘ଅକୱାନ୍’ ଭୟ: କଳିଙ୍ଗା ଘାଟି ରାସ୍ତା ସିଲ୍, ଆସନ୍ତାକାଲିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଯାତାୟାତ ବନ୍ଦ

2

Odisha Assembly: ବିଧାନସଭାରେ ହଙ୍ଗାମା! ବନ୍ୟା ଓ କୋଟିଆ ପ୍ରସଙ୍ଗରେ ବିରୋଧୀଙ୍କ ହୋହଲ୍ଲା

3

Severe Cyclone Akvan: ବାତ୍ୟା ‘ଅକୱାନ୍’କୁ ନେଇ ହାଇଆଲର୍ଟ! ୫ ଜିଲ୍ଲାର ଜିଲ୍ଲାପାଳଙ୍କୁ SRCଙ୍କ ଚିଠି

4

Cyclone Akvan: ବାତ୍ୟା ‘ଅକ୍‌ଭାନ୍’କୁ ନେଇ ଗଞ୍ଜାମରେ ହାଇଆଲର୍ଟ, ୨ ଦିନ ସ୍କୁଲ୍-କଲେଜ ଛୁଟି

5

ICC ODI ରାଙ୍କିଂରେ ବଡ଼ ହଲଚଲ୍! ରୋହିତ-ଶ୍ରେୟସଙ୍କୁ ଝଟକା, ଗିଲ୍ ନମ୍ବର-୧

logo
  • contact us
  • privacy policy
  • legal
  • investor info
  • advertise with us
© 1998-2026 Indiadotcom Digital Private Limited, All Rights Reserved.