• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଫଟୋ
  • /Love Horoscope: ୨୩ ନଭେମ୍ବରରେ ଖୁସି ଖବର ପାଇବେ ଏହି ୪ ରାଶି, ବଦଳିବ ଭାଗ୍ୟ!

Love Horoscope: ୨୩ ନଭେମ୍ବରରେ ଖୁସି ଖବର ପାଇବେ ଏହି ୪ ରାଶି, ବଦଳିବ ଭାଗ୍ୟ!

Written ByPriyambada RanaEdited ByPriyambada Rana
Published: Nov 22, 2026, 14:08 IST|Updated: Nov 22, 2026, 14:25 IST
joinshare
Love Horoscope: ପ୍ରେମ ଓ ସମ୍ପର୍କ ଜୀବନରେ ଆଜିର ଦିନ କେତେକ ରାଶି ପାଇଁ ଖୁସି ଓ ରୋମାନ୍ସ ନେଇ ଆସିବାକୁ ଥିବାବେଳେ ଆଉ କେତେକ ରାଶିଙ୍କୁ ସମ୍ପର୍କରେ ଧୈର୍ଯ୍ୟ ଓ ବୁଝାମଣା ରଖିବାକୁ ପଡ଼ିବ।

କାହା ପ୍ରେମ ଜୀବନରେ ଆସିବ ନୂଆ ମୋଡ଼? କାହା ବିବାହରେ ଥିବା ବାଧା ହେବ ଦୂର? ଆସନ୍ତୁ ଜାଣିବା ଜ୍ୟୋତିଷ ଆଧାରିତ ଆଜିର ୧୨ଟି ରାଶିର ପ୍ରେମ ରାଶିଫଳ।

ମେଷ ରାଶି:1/13

ମେଷ ରାଶି:

ଆଜି ମେଷ ରାଶିର ଜାତକଙ୍କ ପ୍ରେମ ଜୀବନ ଭଲ ରହିବ। ପ୍ରେମ ସମ୍ପର୍କରେ ପୂର୍ବ ଅପେକ୍ଷା ଅଧିକ ସୁଧାର ଆସିବ। ପାର୍ଟନରଙ୍କ ସହ ସମ୍ପର୍କରେ ଉଷ୍ମତା ଓ ନିବିଡ଼ତା ବଢ଼ିବ। ପୁରୁଣା ମନୋମାଳିନ୍ୟ ଦୂର ହେବା ସହ ପ୍ରେମ ଜୀବନରେ ନୂଆ ଆରମ୍ଭ ପାଇଁ ଦିନଟି ଅନୁକୂଳ ରହିବ।
ବୃଷ ରାଶି:2/13

ବୃଷ ରାଶି:

ବୃଷ ରାଶିର ଜାତକଙ୍କ ମନ ଆଜି ପ୍ରସନ୍ନ ରହିବ। ବିବାହରେ ଦେଖାଦେଉଥିବା ବାଧା ଦୂର ହେବାର ସମ୍ଭାବନା ରହିଛି। ବିବାହିତ ଜୀବନରେ ପ୍ରେମ ଓ ଆପଣାପଣ ବଢ଼ିବ। ଜୀବନସାଥୀଙ୍କ ସହ ଭଲ ସମୟ ବିତାଇବାର ସୁଯୋଗ ମିଳିବ।
ମିଥୁନ ରାଶି3/13

ମିଥୁନ ରାଶି

ମିଥୁନ ରାଶିର ଜାତକଙ୍କ ପାଇଁ ପ୍ରେମ ଜୀବନରେ ଖୁସି ଖବର ମିଳିପାରେ। ଜୀବନସାଥୀଙ୍କ ସନ୍ଧାନରେ ଥିବା ଲୋକଙ୍କୁ ଭଲ ପ୍ରସ୍ତାବ ମିଳିପାରେ। ନିଜ କ୍ରଶ୍‌ଙ୍କୁ ଆଜି ଏକ ବିଶେଷ ଉପହାର ଦେଇପାରନ୍ତି। ପାର୍ଟନରଙ୍କ ସହ ବୁଲିବାକୁ ଯିବାର ଯୋଜନା ମଧ୍ୟ କରିପାରନ୍ତି।
କର୍କଟ ରାଶି4/13

କର୍କଟ ରାଶି

କର୍କଟ ରାଶିର ଜାତ ଲୋକଙ୍କ ପାଇଁ ଆଜି ପ୍ରେମ ଜୀବନ ମିଶ୍ରିତ ରହିବ। କାମର ବ୍ୟସ୍ତତା ଯୋଗୁଁ ପାର୍ଟନରଙ୍କୁ ପର୍ଯ୍ୟାପ୍ତ ସମୟ ଦେବାରେ ସମସ୍ୟା ହୋଇପାରେ। ସମ୍ପର୍କରେ ପ୍ରେମ, ବିଶ୍ୱାସ ଓ ସମର୍ପଣ ବଜାୟ ରଖିବା ଜରୁରୀ। କଥାବାର୍ତ୍ତା ସମୟରେ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ।
ସିଂହ ରାଶି5/13

ସିଂହ ରାଶି

ସିଂହ ରାଶିର ଜାତ ଲୋକଙ୍କ ପ୍ରେମ ଜୀବନରେ ନୂଆପଣ ଆସିବ। ପାର୍ଟନରଙ୍କ ସହ ତାଳମେଳ ଭଲ ରହିବ। ସମ୍ପର୍କରେ ସକାରାତ୍ମକ ପରିବର୍ତ୍ତନ ସହ ଖୁସି ଓ ସନ୍ତୋଷ ବଜାୟ ରହିବ। ପରସ୍ପରକୁ ବୁଝିବା ଦ୍ୱାରା ସମ୍ପର୍କ ଆହୁରି ମଜବୁତ ହେବ।
କନ୍ୟା ରାଶି6/13

କନ୍ୟା ରାଶି

କନ୍ୟା ରାଶିର ଜାତ ଲୋକଙ୍କ ପାଇଁ ବିବାହ ଯୋଗ ସୃଷ୍ଟି ହୋଇପାରେ। ଜୀବନରେ ନୂଆ ଆରମ୍ଭ କରିବା ସହ ସମ୍ପର୍କକୁ ମଜବୁତ କରିବା ପାଇଁ ଆପଣ ପଦକ୍ଷେପ ନେଇପାରନ୍ତି। ତେବେ ପ୍ରେମ ସମ୍ପର୍କରେ କିଛି ଛୋଟମୋଟ ସମସ୍ୟା ଦେଖାଦେଇପାରେ। ତେଣୁ ଧୈର୍ଯ୍ୟ ରଖିବା ଆବଶ୍ୟକ।
ତୁଳା ରାଶି7/13

ତୁଳା ରାଶି

ତୁଳା ରାଶିର ଅବିବାହିତ ଜାତ ଲୋକଙ୍କ ପାଇଁ ଆଜି ଭଲ ଦିନ। କୌଣସି ପୁରୁଣା ବନ୍ଧୁଙ୍କ ସହ ନିକଟତା ବଢ଼ିପାରେ। ଧୀରେ ଧୀରେ ଏହି ବନ୍ଧୁତା ପ୍ରେମ ସମ୍ପର୍କର ରୂପ ନେଇପାରେ। ଚାକିରି ମିଳିବାର ଖୁସିକୁ ପାର୍ଟନରଙ୍କ ସହ ପାଳନ କରିବାର ଯୋଜନା କରିପାରନ୍ତି।
ବିଛା ରାଶି8/13

ବିଛା ରାଶି

ବିଛା ରାଶିର ବ୍ୟକ୍ତିଙ୍କ ଜୀବନରେ ଆଜି ନୂଆ ପ୍ରେମ ସମ୍ପର୍କ ଆରମ୍ଭ ହୋଇପାରେ। ବିବାହିତ ଜୀବନରେ ମଧ୍ୟ ପ୍ରେମ ଓ ଖୁସି ବଜାୟ ରହିବ। ମନରେ ଥିବା ପୁରୁଣା ଚିନ୍ତା ଦୂର ହେବ। ପାର୍ଟନରଙ୍କ ସହ କିଛି ରୋମାଣ୍ଟିକ୍ ମୁହୂର୍ତ୍ତ ବିତାଇବାର ସୁଯୋଗ ମିଳିପାରେ।
ଧନୁ ରାଶି9/13

ଧନୁ ରାଶି

ଧନୁ ରାଶିର ଜାତ ଲୋକଙ୍କ ପ୍ରେମ ସମ୍ପର୍କରେ ଆଜି ସାମାନ୍ୟ ମତଭେଦ ଦେଖାଦେଇପାରେ। ପୁରୁଣା କଥା ଓ ଭୁଲ୍ ବୁଝାମଣା ଯୋଗୁଁ ସମ୍ପର୍କରେ ତିକ୍ତତା ଆସିପାରେ। ତେଣୁ ପୁରୁଣା କଥାକୁ ଦୋହରାଇବା ପରିବର୍ତ୍ତେ ସମସ୍ୟାର ସମାଧାନ କରନ୍ତୁ। ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ।
ମକର ରାଶି10/13

ମକର ରାଶି

ମକର ରାଶିର ଜାତ ଲୋକଙ୍କ ପ୍ରେମ ଜୀବନରେ ଧୀରେ ଧୀରେ ଶାନ୍ତି ଓ ଉନ୍ନତି ଆସିବ। ପାର୍ଟନରଙ୍କ ସହ ବସି ପୁରୁଣା ଅଭିଯୋଗ ଓ ମନୋମାଳିନ୍ୟ ଦୂର କରିବାକୁ ଚେଷ୍ଟା କରିବେ। ଆପଣଙ୍କ ସକାରାତ୍ମକ ଚିନ୍ତାଧାରା ଓ ବୁଝାମଣା ସମ୍ପର୍କକୁ ମଜବୁତ କରିବ।
କୁମ୍ଭ ରାଶି11/13

କୁମ୍ଭ ରାଶି

କୁମ୍ଭ ରାଶିର ଜାତ ଲୋକଙ୍କ ପ୍ରେମ ଜୀବନରେ ମଧୁରତା ବଜାୟ ରହିବ। ଆଜି ପାର୍ଟନରଙ୍କ ସହ ଡିନର୍ ଡେଟ୍‌ରେ ଯିବା ସହ ରୋମାଣ୍ଟିକ୍ ସମୟ ବିତାଇବାର ସୁଯୋଗ ମିଳିପାରେ। ନିଜ ସମ୍ପର୍କ ପ୍ରତି ଆପଣ ସଚ୍ଚୋଟତା ଓ ସମର୍ପଣ ଭାବ ଦେଖାଇବେ।
 ମୀନ ରାଶି:12/13

ମୀନ ରାଶି:

ମୀନ ରାଶିର ଲୋକଙ୍କ ପ୍ରେମ ଜୀବନ ଭଲରେ କଟିବ। ଆପଣଙ୍କ ବୁଝାମଣା ଭରା ବ୍ୟବହାର ପାର୍ଟନରଙ୍କ ମନ ଜିଣିବ। ନିଜ ପ୍ରିୟଜନଙ୍କୁ ଏକ ସୁନ୍ଦର ଉପହାର ଦେଇ ଖୁସି କରିପାରନ୍ତି। ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଆପଣଙ୍କ ପ୍ରୟାସ ସଫଳ ହୋଇପାରେ।
Disclamer:13/13

Disclamer:

ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
TAGS:
Astrology

ଟ୍ରେଣ୍ଡିଂ

  • ଖବର
  • ଫୋଟୋ
  • ଭିଡିଓ
ରେଷ୍ଟୁରାଣ୍ଟରେ ଅଭିନେତ୍ରୀ ସୋମାଲିନଙ୍କ ସହ କଣ ଘଟିଲା ? ସାମ୍ନାକୁ ଆସିଲା ସତ !

ରେଷ୍ଟୁରାଣ୍ଟରେ ଅଭିନେତ୍ରୀ ସୋମାଲିନଙ୍କ ସହ କଣ ଘଟିଲା ? ସାମ୍ନାକୁ ଆସିଲା ସତ !

2

ତ୍ରୀବିକ୍ରମ ବେଶରେ ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ

3

କୋଣାର୍କରେ ଭକ୍ତିମୟ ପରିବେଶ ସୃଷ୍ଟି କଲେ ଗୁଜରାଟୀ ପର୍ଯ୍ୟଟକ

4

Habishyali Death: ବାଲେଶ୍ୱରରୁ ପୁରୀ ଆସିଥିଲେ ହବିଷ୍ୟ ବ୍ରତ ପାଇଁ, ଆଉ ଫେରିଲେନି ରଙ୍ଗଲତା

5

BJD vs BJP: ଅଭିଯୋଗର ତଦନ୍ତକୁ ଡର କାହିଁକି? ନବୀନଙ୍କୁ ସିଧା ପ୍ରଶ୍ନ କଲେ ମନମୋହନ ସାମଲ

logo
  • contact us
  • privacy policy
  • legal
  • investor info
  • advertise with us
© 1998-2026 Indiadotcom Digital Private Limited, All Rights Reserved.