- ଜି ନ୍ୟୁଜ୍ ଓଡ଼ିଶା
- /ଫଟୋ
- /Today Horoscope: ୧୨ଟି ରାଶି ମଧ୍ୟରୁ କାହା ପାଇଁ ଶୁଭ ରହିବ ସୋମବାର? ଜାଣନ୍ତୁ ଆପଣଙ୍କ ଭାଗ୍ୟଫଳ
Today Horoscope: ୧୨ଟି ରାଶି ମଧ୍ୟରୁ କାହା ପାଇଁ ଶୁଭ ରହିବ ସୋମବାର? ଜାଣନ୍ତୁ ଆପଣଙ୍କ ଭାଗ୍ୟଫଳ
Published: Nov 23, 2026, 07:17 IST|Updated: Nov 23, 2026, 07:21 IST
Today Horoscope: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶି ରହିଛି। ପ୍ରତ୍ୟେକ ରାଶିର ଅଧିପତି ଗ୍ରହ ଭିନ୍ନ ଭିନ୍ନ ହୋଇଥାଏ। ଗ୍ରହ ଓ ନକ୍ଷତ୍ରମାନଙ୍କର ଚଳନ ଆଧାରରେ ଦୈନିକ ରାଶିଫଳ ଗଣନା କରାଯାଏ।
ରାଶିଫଳ ଅନୁସାରେ କାହା ପାଇଁ ଦିନଟି ଶୁଭ ରହିବ, କାହାକୁ ଆର୍ଥିକ ମାମଲାରେ ସତର୍କ ରହିବାକୁ ପଡ଼ିବ ଏବଂ କାହାର ପାରିବାରିକ ଜୀବନରେ ଦେଖାଦେଇପାରେ ସମସ୍ୟା। ତେବେ ଆସନ୍ତୁ ଜାଣିବା, ନଭେମ୍ବର ୨୩ ତାରିଖ ସୋମବାର ଆପଣଙ୍କ ପାଇଁ କିପରି ରହିବ।
1/13ମେଷ ରାଶି:
ମେଷ ରାଶିର ଲୋକଙ୍କ ପାଇଁ ଆଜିର ଦିନ ଉତ୍ସାହ ଓ ସକାରାତ୍ମକ ଚିନ୍ତାଧାରାରେ ଭରପୂର ରହିବ। ଦୀର୍ଘଦିନର ମାନସିକ ଦ୍ୱନ୍ଦ୍ୱ ଦୂର ହେବା ସହ ନୂଆ ଉତ୍ସାହ ମିଳିବ। ବ୍ୟବସାୟିକ ଯାତ୍ରା ଲାଭଦାୟକ ହୋଇପାରେ। ସାମାଜିକ ଓ ଶୁଭ କାର୍ଯ୍ୟରେ ଯୋଗଦେବାର ସୁଯୋଗ ମିଳିବ। ଜମିବାଡ଼ି ଓ ଘର ସମ୍ବନ୍ଧୀୟ କାର୍ଯ୍ୟରେ ସଫଳତା ମିଳିବାର ଯୋଗ ରହିଛି।
2/13ବୃଷ ରାଶି:
ବୃଷ ରାଶିର ଲୋକଙ୍କ ପାଇଁ ଆଜି କିଛି ଚ୍ୟାଲେଞ୍ଜ ରହିପାରେ। କେତେକ ଲୋକ ଆପଣଙ୍କ ଉପରେ ଚାପ ପକାଇବାକୁ ଚେଷ୍ଟା କରିପାରନ୍ତି। ତେଣୁ କୌଣସି ନିଷ୍ପତ୍ତି ତରବରିଆ ଭାବେ ନିଅନ୍ତୁ ନାହିଁ। ପୁରୁଣା ବିବାଦର ସମାଧାନ ହେବାର ସମ୍ଭାବନା ରହିଛି। ଆଜି ଖର୍ଚ୍ଚ ବଢ଼ିପାରେ ଏବଂ କାମ ପାଇଁ ଅଧିକ ଦୌଡ଼ାଦୌଡ଼ି କରିବାକୁ ପଡ଼ିପାରେ। ଧୈର୍ଯ୍ୟ ଓ ଶୃଙ୍ଖଳା ବଜାୟ ରଖନ୍ତୁ।
3/13ମିଥୁନ ରାଶି
ମିଥୁନ ରାଶି ପାଇଁ ଆଜିର ଦିନ ସଫଳତା ଓ ପ୍ରଗତିର ସଙ୍କେତ ଦେଉଛି। ବ୍ୟବସାୟ ବିସ୍ତାର ପାଇଁ କରିଥିବା ଯୋଜନା ସଫଳ ହୋଇପାରେ। ଆତ୍ମବିଶ୍ୱାସ ଓ ସାହସ ବୃଦ୍ଧି ପାଇବ। ବିରୋଧୀଙ୍କ ଉପରେ ବିଜୟ ହାସଲ କରିବାର ସୁଯୋଗ ମିଳିପାରେ। ଦୀର୍ଘଦିନରୁ ଅଟକିଥିବା ଧାର୍ମିକ ଓ ଶୁଭ କାର୍ଯ୍ୟ ସମ୍ପନ୍ନ ହୋଇପାରେ।
4/13କର୍କଟ ରାଶି
କର୍କଟ ରାଶିର ଜାତ ଲୋକମାନେ ଆଜି ଭାବପ୍ରବଣ ହୋଇ କୌଣସି ବଡ଼ ନିଷ୍ପତ୍ତି ନିଅନ୍ତୁ ନାହିଁ। ଜିଦ୍ ଓ ତରବରିଆ ନିଷ୍ପତ୍ତି ସମସ୍ୟା ବଢ଼ାଇପାରେ। ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନେଇ କାମ କରିବା ଭଲ। ନିରନ୍ତର ପରିଶ୍ରମ ଦ୍ୱାରା ଆର୍ଥିକ ଲାଭର ସୁଯୋଗ ମିଳିପାରେ। ଚାକିରି ଓ ବ୍ୟବସାୟରେ ନୂଆ ସୁଯୋଗ ମିଳିବାର ଯୋଗ ରହିଛି।
5/13ସିଂହ ରାଶି
ସିଂହ ରାଶି ପାଇଁ ଆଜିର ଦିନ ମିଶ୍ରିତ ଫଳ ଦେଇପାରେ। ପରିବାରର ବୟସ୍କ ସଦସ୍ୟଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ବଢ଼ିପାରେ। ତେବେ ଆଇନଗତ ମାମଲାରେ ଆଶ୍ୱସ୍ତି ମିଳିବା ଏବଂ ପୁରୁଣା ବିବାଦର ସମାଧାନ ହେବାର ସମ୍ଭାବନା ରହିଛି। ଆର୍ଥିକ କାର୍ଯ୍ୟରେ ସଫଳତା ମିଳିପାରେ। କିନ୍ତୁ ବଡ଼ ନିବେଶ କିମ୍ବା ବିପଦପୂର୍ଣ୍ଣ କାମ କରିବା ପୂର୍ବରୁ ଭଲଭାବେ ବିଚାର କରନ୍ତୁ।
6/13କନ୍ୟା ରାଶି
କନ୍ୟା ରାଶିର ଜାତ ଲୋକଙ୍କ ପାଇଁ ଆଜି ଶୁଭ ଦିନ ରହିବ। ଉଚ୍ଚପଦସ୍ଥ ଅଧିକାରୀ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ସମ୍ପର୍କ ମଜଭୁତ ହେବ। କର୍ମକ୍ଷେତ୍ରରେ ଭଲ ସଫଳତା ମିଳିପାରେ। ଜମି ଓ ଘର ସମ୍ବନ୍ଧୀୟ କାର୍ଯ୍ୟ ଆଗକୁ ବଢ଼ିବ। ଚାକିରି କରୁଥିବା ଲୋକଙ୍କୁ ନିଜ ପରିଶ୍ରମର ଭଲ ଫଳ ମିଳିବାର ସମ୍ଭାବନା ରହିଛି।
7/13ତୁଳା ରାଶି
ତୁଳା ରାଶି ପାଇଁ ଆଜି ପରିବର୍ତ୍ତନ ଓ ନୂଆ ଯୋଜନାର ଦିନ। ପୁରୁଣା ଯୋଜନାଗୁଡ଼ିକରେ ଗତି ଆସିପାରେ। ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗ ମିଳିବ। କିନ୍ତୁ ଆୟ ତୁଳନାରେ ଖର୍ଚ୍ଚ ଅଧିକ ହୋଇପାରେ। ତେଣୁ ଆର୍ଥିକ କାରବାରରେ ସନ୍ତୁଳନ ରଖିବା ସହ ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ।
8/13ବିଛା ରାଶି
ବିଛା ରାଶିର ଜାତକମାନେ ଆଜି ଧୈର୍ଯ୍ୟ ଓ ସଂଯମର ସହ କାମ କରନ୍ତୁ। କର୍ମକ୍ଷେତ୍ରରେ କିଛି ବାଧା କିମ୍ବା ବିରୋଧ ଯୋଗୁଁ ଯୁକ୍ତିତର୍କ ହୋଇପାରେ। କୌଣସି କଥାରେ ତୁରନ୍ତ ପ୍ରତିକ୍ରିୟା ଦିଅନ୍ତୁ ନାହିଁ। ଅଚାନକ ଧନଲାଭର ଯୋଗ ରହିଛି। ତେବେ ଗୁପ୍ତ ଶତ୍ରୁଙ୍କଠାରୁ କ୍ଷତି ହେବାର ଆଶଙ୍କା ଥିବାରୁ ନିଜ ଯୋଜନା ଗୋପନ ରଖନ୍ତୁ।
9/13ଧନୁ ରାଶି
ଧନୁ ରାଶି ପାଇଁ ଆଜିର ଦିନ ଶିକ୍ଷା, ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ଭଲ ରହିପାରେ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ସଫଳତା ପାଇପାରନ୍ତି। ବ୍ୟବସାୟିକ ସହଭାଗିତା ଲାଭଦାୟକ ହେବ। ଚାକିରି କ୍ଷେତ୍ରରେ ଅଧିକାରୀଙ୍କ ସହଯୋଗ ମିଳିବ। ପରିବାରରେ ଶୁଭ କାର୍ଯ୍ୟର ଯୋଜନା ହୋଇପାରେ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବାର ଯୋଗ ରହିଛି।
10/13ମକର ରାଶି
ମକର ରାଶିର ଲୋକମାନେ ଆଜି ନିଜ କଥାବାର୍ତ୍ତା ଉପରେ ବିଶେଷ ନିୟନ୍ତ୍ରଣ ରଖନ୍ତୁ। ଅସଂଯମିତ କଥା ଯୋଗୁଁ ନିଜ ଲୋକଙ୍କ ସହ ସମ୍ପର୍କ ଖରାପ ହୋଇପାରେ। ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ। ଦୀର୍ଘଦିନରୁ ଅଟକିଥିବା କାମ ପୂରଣ ହେବାର ସମ୍ଭାବନା ରହିଛି।
11/13କୁମ୍ଭ ରାଶି
କୁମ୍ଭ ରାଶି ପାଇଁ ଆଜି କିଛି ପରିବର୍ତ୍ତନ ଆସିପାରେ। ପୂର୍ବରୁ ନେଇଥିବା ନିଷ୍ପତ୍ତି ବଦଳାଇବାକୁ ପଡ଼ିପାରେ। ବ୍ୟବସାୟିକ କାମରେ ଯାତ୍ରା କରିବାର ଯୋଗ ରହିଛି। କାମର ଚାପ ଓ ଦୌଡ଼ାଦୌଡ଼ି ବଢ଼ିପାରେ। ଅନିୟମିତ ଖାଦ୍ୟପେୟ ଯୋଗୁଁ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ। ତେଣୁ ନିଜ ଖାଦ୍ୟପେୟ ଓ ଦିନଚର୍ଯ୍ୟା ପ୍ରତି ଧ୍ୟାନ ଦିଅନ୍ତୁ।
12/13 ମୀନ ରାଶି:
ମୀନ ରାଶିର ଜାତ ଲୋକକଙ୍କ ପାଇଁ ଆଜି ଆର୍ଥିକ ଓ ବ୍ୟବସାୟିକ ଦୃଷ୍ଟିରୁ ଲାଭଦାୟକ ଦିନ ରହିପାରେ। ଜମି ଓ ଘର କିଣାବିକାରୁ ଲାଭ ମିଳିବାର ଯୋଗ ରହିଛି। ବ୍ୟବସାୟରେ ଉଚିତ ରଣନୀତି ଅବଲମ୍ବନ କଲେ ସଫଳତା ମିଳିପାରେ। ଜୀବନସାଥୀଙ୍କ ସହଯୋଗରେ ନୂଆ କାମ ଆରମ୍ଭ କରିବାର ସୁଯୋଗ ରହିଛି। ପାରିବାରିକ ଜୀବନରେ ସୁଖ ଓ ଶାନ୍ତି ବଜାୟ ରହିବ।
13/13Disclamer:
ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।