SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Navpancham Yog 2026: ନଭେମ୍ବର ୧୪ରେ ପଡୁଛି ନବପଞ୍ଚମ ରାଜଯୋଗ, ଏହି ୩ ରାଶିଙ୍କ ଫିଟିବ ଭାଗ୍ୟ!

Navpancham Yog 2026: ୧୪ ନଭେମ୍ବର ରାତିରେ ଚନ୍ଦ୍ର ଧନୁ ରାଶି ଛାଡି଼ ମକର ରାଶିକୁ ଚଳନ କରିବେ। ଯେଉଁ ରାଶିରେ କି ପୂର୍ବରୁ ଶୁକ୍ର ବିରାଜମାନ ଅଛନ୍ତି। ଗୋଟିଏ ରାଶିରେ ଶୁକ୍ର -ଚନ୍ଦ୍ରଙ୍କ ମିଳନ ଦୁର୍ଲଭ ଯୋଗ ସୃଷ୍ଟି ହେଉଛି।

Written By Narmada Behera Edited By Narmada Behera
Published: Nov 13, 2026, 08:03 PM IST | Updated: Nov 13, 2026, 08:05 PM IST
Image Credit: Representative - Social Media
Join

 

Navpancham Yog 2026:  ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ, ୧୪ ନଭେମ୍ବର ରାତିରେ ଚନ୍ଦ୍ର ଧନୁ ରାଶି ଛାଡି଼ ମକର ରାଶିକୁ ଚଳନ କରିବେ। ଯେଉଁ ରାଶିରେ କି ପୂର୍ବରୁ ଶୁକ୍ର ବିରାଜମାନ ଅଛନ୍ତି। ଗୋଟିଏ ରାଶିରେ ଶୁକ୍ର -ଚନ୍ଦ୍ରଙ୍କ ମିଳନ ଦୁର୍ଲଭ ଯୋଗ ସୃଷ୍ଟି ହେଉଛି। ଏହି ଦୁର୍ଲଭ ଯୋଗ କିଛି ରାଶିଙ୍କ ପାଇଁ ବେଶ୍ ଫଳଦାୟୀ ରହିବ। ଯଦି ଜାତକରେ ଶୁକ୍ରଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି ଅମାପ ଧନ-ଐଶ୍ବର୍ଯ୍ୟର ଅଧିକାରୀ ହୋଇଥାଏ। ତେବେ, ଆସନ୍ତୁ ଜାଣିବା କେଉଁ ରାଶିଙ୍କ ଭାଗ୍ୟ ଉଜ୍ଜଳ ହେବାକୁ ଯାଉଛି।...

କନ୍ୟା: ନବପଞ୍ଜମ ରାଜଯୋଗ ଏହି ରାଶିଙ୍କ ପାଇଁ ବେଶ୍ ଫଳଦାୟୀ ରହିବ। ଆର୍ଥିକ ସ୍ଥିତି ମଜବୁତ୍ ରହିବ। ଅଟକି ରହିଥିବା ଟଙ୍କା ମିଳିବ।  ସେୟାର ବଜାରରୁ  ଲାଭବାନ୍ ହେବେ।  ବ୍ୟବସାୟୀଙ୍କ ଲାଗି ସମୟ ଅନୁକୂଳ ରହିବ।  କର୍ମକ୍ଷେତ୍ରରେ ପ୍ରଂଶସା ସାଉଁଟିବେ।  ନିଜ ଜୀବନ ସାଥୀଙ୍କ ସହ ଭଲ ସମୟ ଅତିବାହିତ କରିବେ। କୌଣସି ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ -କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ।

ମକର:ନବପଞ୍ଚମ ରାଜଯୋଗ ଏହି ରାଶିଙ୍କ ପାଇଁ ସମୟ ବେଶ୍ ଶୁଭ ରହିବ। ଆର୍ଥିକ ଲାଭ ମିଳିବ। ଭୌତିକ ସୁବିଧା ମିଳିପାରେ। ଆୟର ନୂଆ ଉତ୍ସ ସୃଷ୍ଟି ହେବ। ଯଦି ଆପଣ ବିଦେଶରେ ବାଣିଜ୍ୟ-ବ୍ୟବସାୟ କରୁଛନ୍ତି। ଏହି ସମୟରେ କୌଣସି ପ୍ରକାର ବିଶେଷ ଲାଭ ପାଇବେ। ବଡ଼ ଡିଲ୍ ଫାଇନାଲ୍ ହେବ। ପରିବାର ରେ ଲାଗି ରହିଥିବା ସମସ୍ୟା ଦୂର ହେବ। ପୈତୃକ ସମ୍ପତ୍ତିରୁ ଲାଭ ପାଇବେ।

ମୀନ:ନବପଞ୍ଚମ ରାଜଯୋଗ ଏହି ରାଶିଙ୍କ ଭାଗ୍ୟ ବଦଳାଇବ। କ୍ୟାରିୟର ଦୃଷ୍ଟିକୋଣରୁ ସମୟ ଅନୁକୂଳ ରହିବ। ଆତ୍ମବିଶ୍ବାସ ବୃଦ୍ଧି ହେବ। ଯେଉଁମାନେ ଚାକିରି ବଦଳାଇବା ପାଇଁ ଚେଷ୍ଟା କରୁଛନ୍ତି, ଏହି ସମୟରେ ଚେଷ୍ଟା ଜାରି ରଖନ୍ତୁ ସଫଳତା ପାଇବେ। ଆର୍ଥିକ ସ୍ଥିତି ଭଲ ରହିବ। ବିଦେଶ ଯାତ୍ରାର ଯୋଗ ରହିଛି। ପାରିବାରିକ ଜୀବନ ବେଶ୍ ସୁଖମୟ ରହିବ।ପୁରୁଣା ନିବେଶରୁ ଲାଭବାନ୍ ହେବେ। ସ୍ବାସ୍ଥ୍ୟ ଭଲ ରହିବ।

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)
 

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES