SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Budha Gochar 2026: ଅକ୍ଟୋବର ୧ରେ ବୁଧଙ୍କ ଗୋଚର, ୪ରାଶିଙ୍କ ଉପରେ ହେବ ଧନବର୍ଷା!

Budha Gochar 2026: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ,ଗ୍ରହମାନଙ୍କର ରାଜକୁମାର ବୁଧ ଅକ୍ଟୋବର ୧ ତାରିଖରେ ସ୍ବାତୀ ନକ୍ଷତ୍ରରେ ପ୍ରବେଶ କରିବେ। ତେବେ, ଆସନ୍ତୁ ଜାଣିବା କେଉଁ ରାଶିଙ୍କ ଭାଗ୍ୟ ତମକିବାକୁ ଯାଉଛି। ....

Written By Narmada Behera Edited By Narmada Behera
Published: Sep 27, 2026, 11:13 AM IST | Updated: Sep 27, 2026, 11:15 AM IST
Image Credit: ଅକ୍ଟୋବର ୧ରେ ବୁଧଙ୍କ ଗୋଚର, ୪ରାଶିଙ୍କ ଉପରେ ହେବ ଧନବର୍ଷା!
Join

Budha Gochar 2026: ବୈଦିକ  ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ,ଗ୍ରହମାନଙ୍କର ରାଜକୁମାର ବୁଧ ଅକ୍ଟୋବର ୧ ତାରିଖରେ ସ୍ବାତୀ ନକ୍ଷତ୍ରରେ ପ୍ରବେଶ କରିବେ। ସେ ଏଠାରେ ପ୍ରାୟ ୧୨ ଅକ୍ଟୋବର ପର୍ଯ୍ୟନ୍ତ ରହିବେ।  ତେବେ, ବୁଧଙ୍କ ଏହି ଗୋଚର କିଛି ରାଶିଙ୍କ ପାଇଁ ସୁବର୍ଣ୍ଣ ସମୟ ଆଣିବ। ଯଦି ଜାତକରେ ବୁଧଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି କ୍ୟାରିୟର କ୍ଷେତ୍ରରେ ଅଗ୍ରଗତି କରିଥାଏ। ତେବେ, ଆସନ୍ତୁ ଜାଣିବା କେଉଁ ରାଶିଙ୍କ ଭାଗ୍ୟ ତମକିବାକୁ ଯାଉଛି। ....

ମିଥୁନ-: ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ କିଛି ରାଶିଙ୍କ ଭାଗ୍ୟ ଉଦୟ କରିବ। ବିଶେଷକରି, କ୍ୟାରିୟରେ ଲାଗି ରହିଥିବା ସମସ୍ୟା ଦୂର ହେବ। ଆର୍ଥିକ ସ୍ଥିତି ଭଲ ରହିବ। ଦିର୍ଘ ଦିନ ଧରି ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। କର୍ମକ୍ଷେତ୍ରରେ ପଦୋନ୍ନତି ପାଇବା ସହ ଦରମା ବୃଦ୍ଧି ହେବ। ବ୍ୟବସାୟରେ ଅଟକି ରହିଥିବା ଟଙ୍କା ମିଳିବ। ପୁରୁଣା ନିବେଶରୁ ଲାଭବାନ୍ ହେବେ ସତ ହେଲେ ପିତାମାତାଙ୍କ ସ୍ବାସ୍ଥ୍ୟକୁ ନେଇ ଟେନସନ୍ ରେ ରହିବେ। ଦୂରଯାତ୍ରାର ଯୋଗ ରହିଛି।

କନ୍ୟା-: ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ ଏହି ରାଶିଙ୍କ ପାଇଁ ବେଶ ଫଳଦାୟୀ ପ୍ରମାଣିତ ହେବ। ବିଶେଷକରି ଆର୍ଥିକ ସ୍ଥିତି ଭଲ ରହିବ। ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିଛି। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି, ସେମାନଙ୍କୁ କୌଣସି ଏକ ସ୍ଥାନରୁ ଭଲ ଅଫର ମିଳିପାରେ। ପୈତୃକ ସମ୍ପତ୍ତିରୁ ଲାଭବାନ୍ ହେବେ। କମ୍ପିଟେଟିଭ୍ ଏକଜାମ୍ ଦେଉଥିବା ଛାତ୍ରଛାତ୍ରୀମାନେ ଭଲ ରେଜଲ୍ଟ କରିବେ। ପ୍ରେମୀମାନଙ୍କ ପାଇଁ ସମୟ ଅନୁକୂଳ ରହିଛି। ପରିବାର ସହ ଭଲ ସମୟ ଅତିବାହିତ କରିବେ।

ତୁଳା-: ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ ଏହି ରାଶିଙ୍କ ପାଇଁ ବେଶ ଶୁଭଦାୟୀ ପ୍ରମାଣିତ ହେବ। କୌଣସି ଗୁରୁତ୍ବପୂର୍ଣ୍ଣ ନିସ୍ପତ୍ତି ନେଇପାରନ୍ତି। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ପ୍ରିୟପାତ୍ର ହେବେ। ଆୟର ନୂତନ ଉତ୍ସ ସୃଷ୍ଟି ହେବ। କିଛି ବଡ଼ ଡିଲ୍ ବ୍ୟବସାୟରେ ଫାଇନାଲ୍ କରିପାରନ୍ତି। ଦୂର ସ୍ଥାନକୁ ନିଜ ପ୍ରେମିକା ସହ ଡେଟ୍ ରେ ଯାଇପାରନ୍ତି। ରିୟଲି-ଇ-ଷ୍ଟେଟ୍  ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ରହିବ। ହେବେ, ବିବାହ ସମ୍ବନ୍ଧୀୟ ସମସ୍ୟାକୁ ନେଇ ଟେନସନ୍ ରେ ରହିବେ। ପରିବାର ସହ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇପାରେ।

କୁମ୍ଭ-: କୁମ୍ଭ ରାଶିଙ୍କ ପାଇଁ ବୁଧଙ୍କ ଗୋଚର ବେଶ୍ ଲାଭଦାୟୀ ପ୍ରମାଣିତ ହେବ। ବିଦେଶ ରେ ବାଣିଜ୍ୟ ବ୍ୟବସାୟ କରୁଥିବା ଲୋକେ ଭଲ ଲାଭ ପାଇବେ। ଆର୍ଥିକ ଲାଭ ଆଶା ଠାରୁ ଅଧିକ ହେବ। ଆଇଟି ଓ ମିଡିଆ ସେକ୍ଟରରେ କାର୍ଯ୍ୟରତ ଲୋକଙ୍କ ପାଇଁ ସମୟ ଅନୁକୂଳ ରହିବ। କର୍ମକ୍ଷେତ୍ରରେ ପ୍ରମୋସନ୍ ପାଇବାର ସମ୍ଭାବନା ରହିଛି। ଯଦି କୌଣସି ସଂସ୍ଥାରେ ଟଙ୍କା ବିନିଯୋଗ କରିବା ପାଇଁ ଯୋଜନା କରୁଛନ୍ତି। ତେବେ, ଏ-ହି ସମୟରେ କରନ୍ତୁ ଭଲ ରିଟର୍ଣ୍ଣ ପାଇବେ। ପୁରୁଣା ନିବେଶରୁ ଲାଭବାନ୍ ହେବା ସହ ନୂଆ ଘର କିମ୍ବା ଗାଡି କ୍ରୟ କରିପାରନ୍ତି। ସ୍ବାସ୍ଥ୍ୟ ଭଲ ରହିବ, ହେଲେ ନିଜ ପାର୍ଟନରଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଟେନସନ୍ ରେ ରହିବେ।


(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)
 

Add Zee News as a Preferred Source

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES