Diwali 2026: ଦୀପାବଳି ପୂର୍ବରୁ ପଡୁଛି ତ୍ରିଗ୍ରହୀ ଯୋଗ, ଧନବାନ୍ ହେବେ ଏହିସବୁ ରାଶି!
Diwali 2026: ନଭେମ୍ବର ୭ ତାରିଖରେ ତୁଳା ରାଶିରେ ସୂର୍ଯ୍ୟ , ବୁଧ ଓ ଚନ୍ଦ୍ରଙ୍କ ମିଳନ ହେତୁ ଏକ ଦୁର୍ଲଭ ଯୋଗ ବା ତ୍ରିଗ୍ରାହୀ ଯୋଗ ସୃଷ୍ଟି ହେଉଛି।
Diwali 2026: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏ-ହି କ୍ରମରେ ନଭେମ୍ବର ୮ ତାରିଖରେ ଦୀପାବଳି ପଡୁଛି। ଦୀପାବଳିର ଠିକ୍ ଗୋଟିଏ ଦିନ ପୂର୍ବରୁ ତ୍ରିଗ୍ରାହୀ ଯୋଗ ସୃଷ୍ଟି ହେଉଛି। ନଭେମ୍ବର ୭ ତାରିଖରେ ତୁଳା ରାଶିରେ ସୂର୍ଯ୍ୟ , ବୁଧ ଓ ଚନ୍ଦ୍ରଙ୍କ ମିଳନ ହେତୁ ଏକ ଦୁର୍ଲଭ ଯୋଗ ବା ତ୍ରିଗ୍ରାହୀ ଯୋଗ ସୃଷ୍ଟି ହେଉଛି। ଏହି ତ୍ରୀଗ୍ରାହୀ ଯୋଗ କିଛି ରାଶିଙ୍କ ପାଇଁ ବେଶ୍ ଫଳଦାୟୀ ସାବ୍ୟସ୍ତ ହେବ। ଯଦି ଜାତକରେ ଚନ୍ଦ୍ର-ସୂର୍ଯ୍ୟ ବୁଧଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ ବ୍ୟକ୍ତି ଅମାପ ଧନ-ଐଶ୍ବର୍ଯ୍ୟର ଅଧିକାରୀ ହୋଇଥାଏ। ତେବେ,ଆସନ୍ତୁ ଜାଣିବା କେଉଁ ରାଶିଙ୍କ ଭାଗ୍ୟ ଉଜ୍ଜଳ ହେବାକୁ ଯାଉଛି।....
ମିଥୁନ-: ତ୍ରିଗ୍ରହୀ ଯୋଗ ଏହି ରାଶିଙ୍କ ଭାଗ୍ୟ ଚମକାଇବ। ବିଶେଷକରି,ଆର୍ଥିକ ସ୍ଥିତି ଭଲ ରହିବ। ପରିବାର ସହ ଭଲ ସମୟ ଅତିବାହିତ କରିବେ। ଚାକିରି କରିଥିବା ଲୋକଙ୍କୁ ବରିଷ୍ଠ ଅଧିକାରୀଙ୍କ ସମର୍ଥନ ମିଳିବ। ବ୍ୟବସାୟୀମାନେଙ୍କ ଲାଗି ସମୟ ଅନୁକୂଳ ରହିବ। ପୁରୁଣା ନିବେଶରୁ ଲାଭବାନ୍ ହେବେ। କୌଣସି ଗୁରୁତ୍ବପୂର୍ଣ୍ଣ ନିସ୍ପତ୍ତି ନେବାରେ ସକ୍ଷମ ହେବେ। କଳା, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ କାର୍ଯ୍ୟରତ ଲୋକେ ଏହି ସମୟରେ ଶୁଭଫଳ ପାଇବେ। କମ୍ପିଟେଟିଭ୍ ଏକଜାମ୍ ଦେବା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ଲାଗି ସମୟ ଭଲ ରହିବ। ଆଶା ଠାରୁ ଭଲ ରେଜଲ୍ଟ ପାଇବେ।
ତୁଳା-: ତ୍ରିଗ୍ରହୀ ଯୋଗ ଏହି ରାଶିଙ୍କ ଭାଗ୍ୟ ଉଦୟ କରିବ। ଏହି ସମୟରେ ପ୍ରତ୍ୟକ କାର୍ଯ୍ୟ କରିବା ଲାଗି ଆତ୍ମବିଶ୍ବାସ ବୃଦ୍ଧି ପାଇବ। ଦିର୍ଘ ଦିନ ଧରି ପଡି ରହିଥିବା କାର୍ଯ୍ୟକୁ ପୂରା କରିବାରେ ସଫଳ ହେବେ। ଚାକିରି କରିଥିବା ଲୋକଙ୍କୁ ପଦୋନ୍ନତି ମିଳିପାରେ। ହେଲେ ପ୍ରେମୀମାନଙ୍କ ଲାଗି ସମୟ ଅନୁକୂଳ ରହିବ ନାହିଁ। ପ୍ରେମ ସମ୍ପର୍କ ଭାଙ୍ଗିପାରେ। ପ୍ରେମିକ ବା ପ୍ରେମିକା ଙ୍କ ଠାରୁ ଧୋକା ମିଳିପାରେ। ସ୍ବାସ୍ଥ୍ୟ ଭଲ ରହିଲେ ବି ମାନସିକ ଅବସ୍ଥା ଠିକ୍ ରହିବ ନାହିଁ।
ଧନୁ-: ତ୍ରିଗ୍ରହୀ ଯୋଗ ଏହି ରାଶିଙ୍କ ପାଇଁ ବେଶ୍ ଲାଭଦାୟୀ ପ୍ରମାଣିତ ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପରିବାର ଲୋକଙ୍କ ସହ ହୋଇଥିବା ମନୋମାଳିନ୍ୟ ଦୂର ହେବ। ଆୟ ବଢିବ। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ସମୟ ଅନୁକୂଳ ରହିବ। ଯେଉଁମାନେ ଚାକିରି ବଦଳାଇବା ଲାଗି ଚେଷ୍ଟା କରୁଛନ୍ତି,ଏହି ସମୟରେ ଚେଷ୍ଟା ଜାରି ରଖନ୍ତୁ ସଫଳତା ପାଇବେ। ରିୟଲି-ଇ-ଷ୍ଟେଟ୍ କ୍ଷେତ୍ରରେ କାର୍ଯ୍ୟରତ ଲୋକେ ଙ୍କୁ ନୂଆ ପ୍ରୋଜେକ୍ଟ ମିଳିବ।
କୁମ୍ଭ-:ତ୍ରିଗ୍ରହୀ ଯୋଗ ଏହି ରାଶିଙ୍କ ଲାଗି ବେଶ୍ ଫଳଦାୟୀ ରହିବ। କଳା, ସାହିତ୍ୟ ଓ ରିସର୍ଚ୍ଚ କ୍ଷେତ୍ରରେ କାର୍ଯ୍ୟରତଲୋକଙ୍କୁ ଶୁଭଫଳ ମିଳିବ। ପ୍ରଗତି ପାଇଁ ନୂଆ ରାସ୍ତା ଖୋଲିବ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ଠାରୁ ସମର୍ଥନ ମିଳିବ। ପୁରୁଣା ନିବେଶରୁ ଲାଭ ପାଇବେ। ନୂଆ ଘର ଓ ଗାଡି କିଣିବାର ଯୋଗ ରହିଛି। ପାରିବାରିକ ଜୀବନ ଶାନ୍ତିମୟ ରହିବ। ନିଜ ପାର୍ଟନରଙ୍କ ସହ ସମୟ ବିତାଇବେ।
(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)