SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Today Horoscope: ଆଜି ୨ଟି ଶୁଭଯୋଗ, ପଢନ୍ତୁ ରାଶିଫଳ...

Horoscope Today 15 November 2026: ଆଜି ଷଷ୍ଠୀ ତିଥିରେ ସୂର୍ଯ୍ୟ ଦେବତାଙ୍କୁ ସନ୍ଧ୍ୟା ଅର୍ଘ୍ୟ ଅର୍ପଣ କରାଯିବ। ଏହା ସହିତ ଆଜି ସୂର୍ଯ୍ୟ-ଶୁକ୍ରଙ୍କ ଦ୍ୱିଦ୍ୱାଦଶ ଯୋଗ ସୃଷ୍ଟି ହେଉଛି ଏବଂ ଚନ୍ଦ୍ର ମକର ରାଶିରେ ଅବସ୍ଥାନ କରିବେ। ଏହି ସମସ୍ତ ଗ୍ରହ ପ୍ରଭାବ ମଧ୍ୟରେ ଆଜିର ଦିନଟି କିପରି ରହିବ, ଜାଣନ୍ତୁ ରାଶିଫଳ।

Written By Soubhagya Ranjan Mishra Edited By Soubhagya Ranjan Mishra
Published: Nov 15, 2026, 06:48 AM IST | Updated: Nov 15, 2026, 06:51 AM IST
Image Credit: Today Horoscope
Join

Horoscope Today 15 November 2026: ଛଠ ମହାପର୍ବର ଆଜି ତୃତୀୟ ଦିନ ଏବଂ ସନ୍ଧ୍ୟାରେ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଦିଆଯିବ। ଏହା ହିଁ ଏହି ପର୍ବର ପ୍ରମୁଖ ଦିନ ହୋଇଥାଏ। ଏହି ଶୁଭ ଦିନ ଅବସରରେ ସୂର୍ଯ୍ୟ-ଶୁକ୍ର ୩୦ ଡିଗ୍ରୀରେ ରହି ଦ୍ୱିଦ୍ୱାଦଶ ଯୋଗ ସୃଷ୍ଟି କରୁଛନ୍ତି। ଏହା ସହିତ ସୂର୍ଯ୍ୟ ତୁଳା ରାଶିରେ ବୁଧଙ୍କ ସହ ଯୁତି କରି ବୁଧାଦିତ୍ୟ ରାଜଯୋଗ ଗଠନ କରୁଛନ୍ତି। ଆଜି ଚନ୍ଦ୍ର ମକର ରାଶିରେ ରହିବେ। ଏହି ସମସ୍ତ ଗ୍ରହ-ସ୍ଥିତି ମଧ୍ୟରେ ସମସ୍ତ ୧୨ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି କିପରି ରହିବ, ଜାଣିବା ପାଇଁ ପଢ଼ନ୍ତୁ ୧୫ ନଭେମ୍ବର ୨୦୨୬ର ଦୈନିକ ରାଶିଫଳ।

ମେଷ ରାଶି
କୌଣସି ମାମଲା ଅଟକି ରହିଥିଲେ ତାହା ଆପୋଷ ବୁଝାମଣାରେ ସମାଧାନ ହୋଇପାରେ। ଟଙ୍କା-ପଇସା ସମ୍ବନ୍ଧୀୟ କାରବାର କରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ବ୍ୟବସାୟରେ କାମ ସୁରୁଖୁରୁରେ ହୋଇଯିବ । ମନ ଖୁସି ରହିବ । ପ୍ରେମ ସମ୍ପର୍କରେ ଅଯୋଥା ନିଜ ସମୟ ନଷ୍ଟ କରନ୍ତୁ ନାହିଁ। ଅଧିକ କାର୍ଯ୍ୟଭାର ଯୋଗୁଁ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡ଼ିପାରେ। ଶୁଭ ରଙ୍ଗ ଗୋଲାପୀ ଏବଂ ଶୁଭ ଅଙ୍କ ୪ ।

ବୃଷ ରାଶି
କୌଣସି ନୂତନ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଚାହୁଁଥିଲେ ସମୟ ଅନୁକୂଳ। ଅନାବଶ୍ୟକ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ, ନଚେତ୍ ବଜେଟ୍ ବିଗିଡ଼ି ଯିବ। ସମ୍ମାନିତ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ବଜାୟ ରଖିବା ଆପଣଙ୍କ ବ୍ୟବସାୟ ପାଇଁ ଲାଭଦାୟକ ପ୍ରମାଣିତ ହେବ। ବୈବାହିକ ସମ୍ପର୍କରେ ମଧୁରତା ବଜାୟ ରଖନ୍ତୁ। ପାଣିପାଗ ପରିବର୍ତ୍ତନର ପ୍ରଭାବ ସ୍ୱାସ୍ଥ୍ୟ ଉପରେ ପଡ଼ିପାରେ। ଶୁଭ ରଙ୍ଗ କମଳା ଏବଂ ଶୁଭ ଅଙ୍କ ୩ ।

ମିଥୁନ ରାଶି
ଆଜି ଆପଣଙ୍କର କୌଣସି ସ୍ୱପ୍ନ ସାକାର ହୋଇପାରେ । ନିଜ କାର୍ଯ୍ୟ ଉପରେ ହିଁ ଧ୍ୟାନ ଦିଅନ୍ତୁ । ବେଳେବେଳେ କାମର ଅଧିକତା ଯୋଗୁଁ ସ୍ୱଭାବରେ ଚିଡ଼ିଚିଡ଼ାପଣ ମଧ୍ୟ ରହିବ। ବ୍ୟବସାୟରେ କୌଣସି ଗୁରୁତ୍ୱପୂର୍ଣ୍ଣ ଡିଲ୍ ଫାଇନାଲ୍ ହୋଇପାରେ । ଘରର ବାତାବରଣ ଶୃଙ୍ଖଳିତ ରଖିବାରେ ସ୍ୱାମୀ-ସ୍ତ୍ରୀ ଉଭୟଙ୍କର ପୂର୍ଣ୍ଣ ସହଯୋଗ ରହିବ। ମାଆଙ୍କ ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନେବା ଅତି ଆବଶ୍ୟକ। ଶୁଭ ରଙ୍ଗ ହଳଦିଆ ଏବଂ ଶୁଭ ଅଙ୍କ ୩ ।

କର୍କଟ ରାଶି
କୌଣସି କାମରେ ଆପଣଙ୍କୁ ବିଶେଷ ସଫଳତା ମିଳିପାରେ । ଶୁଣାକଥା ଉପରେ ଧ୍ୟାନ ଦିଅନ୍ତୁ ନାହିଁ । ବ୍ୟବସାୟରେ କୌଣସି ଡିଲ୍ ଫାଇନାଲ୍ ହୋଇପାରେ । ପ୍ରେମ ସମ୍ପର୍କରେ ମଧୁରତା ରହିବ । ଶୁଭ ରଙ୍ଗ ସବୁଜ ଏବଂ ଶୁଭ ଅଙ୍କ ୮ ।

ସିଂହ ରାଶି
କୌଣସି ବି ଅସୁବିଧା ଆସିଲେ ତାହାକୁ ଧୈର୍ଯ୍ୟ ଓ ସଂଯମର ସହ ମୁକାବିଲା କରନ୍ତୁ । ରାଗ ଯୋଗୁଁ କାମ ଅଧିକ ବିଗିଡ଼ି ପାରେ। ବ୍ୟବସାୟରେ ଭଲ କାରବାର ହେବ । ଆୟର ନୂଆ ଉତ୍ସ ସୃଷ୍ଟି ହୋଇପାରେ । ଜୀବନସାଥୀ ତଥା ପରିବାର ସହିତ ସପିଂ କରିବାରେ ସମୟ ଅତିବାହିତ ହେବ। ସଂକ୍ରମଣ କିମ୍ବା ଆଲର୍ଜି ଭଳି ସମସ୍ୟା ରହିପାରେ। ଶୁଭ ରଙ୍ଗ ଆକାଶି ଏବଂ ଶୁଭ ଅଙ୍କ ୪ ।

କନ୍ୟା ରାଶି
ଘରକୁ ବନ୍ଧୁବାନ୍ଧବଙ୍କ ଯିବାଆସିବା ଲାଗି ରହିବ। ଅଟକି ରହିଥିବା ଟଙ୍କା ଫେରସ୍ତ ମିଳିପାରେ। କୌଣସି ବି ପ୍ରତିକୂଳ ପରିସ୍ଥିତି ଆସିଲେ ଧୈର୍ଯ୍ୟ ହରାନ୍ତୁ ନାହିଁ । କିଛି ନା କିଛି ବାଧାବିଘ୍ନ ଲାଗି ରହିବ। ଶୀଘ୍ର ସଫଳତା ପାଇବା ଲାଳସାରେ ଭୁଲ କାର୍ଯ୍ୟକଳାପ ପ୍ରତି ଆକର୍ଷିତ ହୁଅନ୍ତୁ ନାହିଁ। ସ୍ୱାମୀ-ସ୍ତ୍ରୀଙ୍କର ପରସ୍ପର ପ୍ରତି ସହଯୋଗ ରହିବ । ଗ୍ୟାସ୍ ଓ ପେଟ ସମ୍ବନ୍ଧୀୟ କୌଣସି ପ୍ରକାର ଅସୁବିଧା ଦେଖାଦେଇପାରେ । ଶୁଭ ରଙ୍ଗ ବାଦାମୀ ଏବଂ ଶୁଭ ଅଙ୍କ ୭ ।

ତୁଳା ରାଶି
ନୂଆ-ନୂଆ ଯୋଜନା ପ୍ରସ୍ତୁତ କରିବେ । ନୂଆ ଯୋଜନା ଉଭୟ ଘର ତଥା ବ୍ୟବସାୟ ଉଭୟ ପାଇଁ ଉତ୍ତମ ପ୍ରମାଣିତ ହେବ। ଯୁବ ବର୍ଗ ନିଜ ଲକ୍ଷ୍ୟ ହାସଲ କରିବା ପାଇଁ ଅଧିକ ଧ୍ୟାନ ଦେବା ଆବଶ୍ୟକ। ସୋସିଆଲ ମିଡିଆ ଏବଂ ସମ୍ପର୍କ ସୂତ୍ର ମାଧ୍ୟମରେ ଆପଣଙ୍କୁ ବ୍ୟବସାୟ ସମ୍ବନ୍ଧୀୟ ନୂତନ ଉପଲବ୍ଧି ହାସଲ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ବନ୍ଧୁତାରେ ନିକଟତା ବଢ଼ିବ। ଶାରୀରିକ ଏବଂ ମାନସିକ ଥକାପଣ ଅନୁଭବ ହୋଇପାରେ। ଅଧିକ ଚିନ୍ତା କରନ୍ତୁ ନାହିଁ । ଶୁଭ ରଙ୍ଗ କେଶରୀ ଏବଂ ଶୁଭ ଅଙ୍କ ୯ ।

ବିଛା ରାଶି
ଆଜି କିଛି ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ । ଅନେକ ପ୍ରସଙ୍ଗ ଉପରେ ବିଚାର-ବିମର୍ଶ ହୋଇପାରେ। କୌଣସି ଚିନ୍ତାକୁ ନିଜ ଉପରେ ହାବି ହେବାକୁ ଦିଅନ୍ତୁ ନାହିଁ । ଏଥିଯୋଗୁଁ ଆପଣଙ୍କ କାର୍ଯ୍ୟକ୍ଷମତା ପ୍ରଭାବିତ ହୋଇପାରେ। ଆପଣଙ୍କର କୌଣସି ମହତ୍ତ୍ୱାକାଂକ୍ଷା ପୂରଣ ହୋଇପାରେ । ଆୟର ଉତ୍ସ ବଢ଼ିବ। ଘରେ ଶାନ୍ତିର ବାତାବରଣ ରହିବ । ଗଳା ଜନିତ ସମସ୍ୟା ଦେଖାଦେଇପାରେ । ଶୁଭ ରଙ୍ଗ ଲାଲ ଏବଂ ଶୁଭ ଅଙ୍କ ୬ ।

ଧନୁ ରାଶି
ପରିବାର ଲୋକଙ୍କ ସହିତ ବ୍ୟକ୍ତିଗତ କାର୍ଯ୍ୟକଳାପକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ବିଚାର-ବିମର୍ଶ ହେବ। ବେଳେବେଳେ ଏପରି ଅନୁଭବ ହେବ ଯେପରି ଭାଗ୍ୟ ସାଥ୍ ଦେଉନାହିଁ। କିନ୍ତୁ ଏହା କେବଳ ଆପଣଙ୍କର ଭ୍ରମ ଅଟେ। ବର୍ତ୍ତମାନର କାର୍ଯ୍ୟକଳାପ ଉପରେ ହିଁ ନିଜ ଧ୍ୟାନ କେନ୍ଦ୍ରିତ ରଖନ୍ତୁ। କାରବାରରେ ସାବଧାନତା ଅବଲମ୍ବନ କରନ୍ତୁ। ଜୀବନସାଥୀଙ୍କ ସହ ଆପୋଷ ସମ୍ପର୍କରେ ମଧୁରତା ଆସିବ। ନିଜ ଜୀବନଶୈଳୀକୁ ସୁବ୍ୟବସ୍ଥିତ ରଖନ୍ତୁ। ଶୁଭ ରଙ୍ଗ ଧଳା ଏବଂ ଶୁଭ ଅଙ୍କ ୨ ।

ମକର ରାଶି
ଯଦି ଅନ୍ୟମାନଙ୍କ ପରାମର୍ଶ ବଦଳରେ ନିଜ ନିଷ୍ପତ୍ତିକୁ ପ୍ରାଥମିକତା ଦେବେ । ଆପଣ ଉତ୍ତମ ଫଳାଫଳ ହାସଲ କରିବାରେ ସକ୍ଷମ ହେବେ। ନିଜ ଉପଲବ୍ଧିର ଅଧିକ ଦେଖାଣିଆ କରନ୍ତୁ ନାହିଁ। ଅନ୍ୟମାନଙ୍କ ମାମଲାରେ ହସ୍ତକ୍ଷେପ କରିବା ଦ୍ୱାରା ମାନହାନି ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ କାମ କରିବାର ଉତ୍ସାହ ଅଧିକ ରହିବ। କୌଣସି ବି ବେଆଇନ କାମ କରନ୍ତୁ ନାହିଁ । ପରିବାରରେ ସୁଖ-ଶାନ୍ତିର ବାତାବରଣ ରହିବ। ରକ୍ତଚାପ, ଡାଇବେଟିସ୍ ଆଦି ନିୟମିତ ଯାଞ୍ଚ କରାନ୍ତୁ। ଶୁଭ ରଙ୍ଗ ଆକାଶିଆ ଏବଂ ଶୁଭ ଅଙ୍କ ୫

କୁମ୍ଭ ରାଶି
କୌଣସି ସୁଖଦ ଖବର ମିଳିପାରେ । ଆପଣଙ୍କ ଆତ୍ମବିଶ୍ୱାସ ବଢ଼ିବ । କୌଣସି ବି ନିଷ୍ପତ୍ତି ନେବା ପୂର୍ବରୁ ତାର ଭଲ-ମନ୍ଦ ଦିଗ ଉପରେ ନିଶ୍ଚୟ ବିଚାର କରନ୍ତୁ। ବ୍ୟବସାୟରେ ସୁଧାର ଆଣିବାକୁ ନୂଆ ଜ୍ଞାନକୌଶଳ ଶିଖିବା ଜରୁରୀ ଅଟେ। ବିବାହିତ ଜୀବନରେ ଉଚିତ ସାମଞ୍ଜସ୍ୟ ବଜାୟ ରଖନ୍ତୁ। କାମର ଅଧିକ କାରଣରୁ ମନରେ ଚିନ୍ତା ରହିପାରେ। ଶୁଭ ରଙ୍ଗ କମଳା ଏବଂ ଶୁଭ ଅଙ୍କ ୩ ।

ମୀନ ରାଶି
ଆଜି କୌଣସି ଖାସ୍ ଖବର ମିଳିପାରେ । ଆପଣଙ୍କ ବ୍ୟକ୍ତିଗତ କାର୍ଯ୍ୟରେ ବାଧାବିଘ୍ନ ଆସିପାରେ। ଯାନବାହନ ସହ ଜଡ଼ିତ କୌଣସି ବଡ଼ ଖର୍ଚ୍ଚ ହୋଇପାରେ। ବ୍ୟବସାୟରେ ମିଡିଆ ତଥା ବିଜ୍ଞାପନ ସମ୍ବନ୍ଧୀୟ କାର୍ଯ୍ୟ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଅବିବାହିତ ଲୋକଙ୍କ ପାଇଁ ଭଲ ପ୍ରସ୍ତାବ ଆସିପାରେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଥିଲେ ସେଥିରେ ସୁଧାର ଆସିବ। ଶୁଭ ରଙ୍ଗ ନୀଳ ଏବଂ ଶୁଭ ଅଙ୍କ ୯ ।

(Disclaimer: ଏହି ଲେଖାଟି ଜ୍ୟୋତିଷୀୟ ଗଣନା, ପାରମ୍ପରିକ ମାନ୍ୟତା ଏବଂ ବିଭିନ୍ନ ଭବିଷ୍ୟଫଳ ପଦ୍ଧତିର ବ୍ୟାଖ୍ୟା ଉପରେ ଆଧାରିତ। ରାଶିଫଳରେ ଦିଆଯାଇଥିବା ସୂଚନା ସାଧାରଣ ଜ୍ୟୋତିଷୀୟ ଆକଳନ ଅଟେ। ବ୍ୟକ୍ତି ବିଶେଷଙ୍କ ଉପରେ ଏହାର ପ୍ରଭାବ ସେମାନଙ୍କ ଜନ୍ମ କୁଣ୍ଡଳୀ, ଗ୍ରହର ସ୍ଥିତି, ଦଶା ଏବଂ ଅନ୍ୟାନ୍ୟ ବ୍ୟକ୍ତିଗତ କାରକ ଅନୁଯାୟୀ ଭିନ୍ନ ହୋଇପାରେ। ଏହାକୁ କୌଣସି ନିଶ୍ଚିତ ପରିଣାମ, ଦାବି କିମ୍ବା ନିଷ୍ପତ୍ତିର ଆଧାର ଭାବେ ଗ୍ରହଣ କରାଯିବା ଉଚିତ ନୁହେଁ।)

Also Read- Saturn Transit 2026: ୩ ମାସରେ ୪ଟି ରାଶିକୁ ବମ୍ପର ଲାଭ !

Add Zee News as a Preferred Source
TAGS:

About the Author

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ZEENEWS TRENDING STORIES