SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Today Horoscope: କେମିତି କଟିବ ନଭେମ୍ବର ମାସର ପ୍ରଥମ ଦିନ? ପଢନ୍ତୁ ରାଶିଫଳ

ସିଂହ ରାଶିରେ ଗୁରୁ-କେତୁଙ୍କ ଧ୍ୱଜ ଯୋଗ ଏବଂ ସୂର୍ଯ୍ୟ-ଶନିଙ୍କ ଷଡ଼ଷ୍ଟକ ଯୋଗ ସହିତ ନଭେମ୍ବର ମାସ ଆରମ୍ଭ ହେଉଛି। ଏହି ଦୁଇଟି ଯୋଗ କେତେକ କ୍ଷେତ୍ରରେ ଅଶୁଭ ସାବ୍ୟସ୍ତ ହୋଇଥାଏ।

Written By Soubhagya Ranjan Mishra Edited By Soubhagya Ranjan Mishra
Published: Nov 01, 2026, 06:31 AM IST | Updated: Nov 01, 2026, 06:38 AM IST
Image Credit: Astrology
Join

Horoscope Today 1 November 2026: ୩୧ ଅକ୍ଟୋବର ଏବଂ ୧ ନଭେମ୍ବର ମଧ୍ୟରାତ୍ରି ୧୨ଟାରେ ଚନ୍ଦ୍ର ନିଜର କର୍କଟ ରାଶିରେ ଚଳନ କରିଛନ୍ତି। ଚନ୍ଦ୍ର ନିଜ ରାଶିରେ ରହି ଶୁଭ ଫଳ ପ୍ରଦାନ କରନ୍ତି।

ମେଷ ରାଶି
ଆପଣଙ୍କର ମାନ-ସମ୍ମାନ ବୃଦ୍ଧି ପାଇବ । ଅନ୍ୟମାନଙ୍କ ବିବାଦ ମଧ୍ୟରେ ଅଯଥାରେ ମୁଣ୍ଡ ପୁରାନ୍ତୁ ନାହିଁ । ବ୍ୟବସାୟରେ ସମସ୍ୟା ଦେଖାଦେଇପାରେ। ସ୍ୱାମୀ-ସ୍ତ୍ରୀଙ୍କ ପ୍ରଚେଷ୍ଟା କାରଣରୁ ଘରେ ସୁଖଦ ପରିବେଶ ରହିବ। ମାଂସପେଶୀ ଜନିତ ଯନ୍ତ୍ରଣା ବୃଦ୍ଧି ପାଇପାରେ। ଶୁଭ ରଙ୍ଗ: ନାଲି ଏବଂ ଶୁଭ ଅଙ୍କ: ୯

ବୃଷ ରାଶି
ଆୟର ନୂତନ ଉତ୍ସ ଖୋଲିବ । ଅଟକି ରହିଥିବା ଟଙ୍କା ସହଜରେ ଫେରସ୍ତ ପାଇବେ। ନିଜର ସ୍ୱାଭିମାନ ବଜାୟ ରଖନ୍ତୁ। ନିଜ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଗତିବିଧିକୁ ନଜରଅନ୍ଦାଜ କରନ୍ତୁ ନାହିଁ। ମାର୍କେଟିଂ ସମ୍ବନ୍ଧୀୟ କାର୍ଯ୍ୟ ଆଜି ପାଇଁ ସ୍ଥଗିତ ରଖନ୍ତୁ। ବ୍ୟବସାୟ ସମ୍ପ୍ରସାରଣ ଯୋଜନାକୁ ଗମ୍ଭୀରତାର ସହ ନିଅନ୍ତୁ। ପ୍ରେମ ସମ୍ପର୍କରେ ମର୍ଯ୍ୟାଦା ରକ୍ଷା କରନ୍ତୁ। ଅତୀତର ନକାରାତ୍ମକ କଥା ଆପଣଙ୍କ ମନରେ ମାନସିକ ଚାପ ଓ ଅବସାଦ ଭଳି ସ୍ଥିତି ସୃଷ୍ଟି କରିପାରେ। ଶୁଭ ରଙ୍ଗ: କମଳା ଏବଂ ଶୁଭ ଅଙ୍କ: ୩

ମିଥୁନ ରାଶି
ପରିବର୍ତ୍ତନ ସମ୍ବନ୍ଧୀୟ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଚାହୁଁଥିଲେ ସମୟ ଅନୁକୂଳ । ଯୁବବର୍ଗ ମୌଜମଜଲିସରେ ପଡ଼ି ନିଜ କ୍ୟାରିୟର ସହିତ ଖେଳନ୍ତୁ ନାହିଁ। ଜନସମ୍ପର୍କ କ୍ଷେତ୍ରରେ କାର୍ଯ୍ୟ କରୁଥିଲେ ସାବଧାନତା ଅବଲମ୍ବନ କରନ୍ତୁ । ବିବାହ ଯୋଗ୍ୟ ଲୋକଙ୍କ ପ୍ରସ୍ତାବରେ କୌଣସି ବାଧା ଆସିପାରେ। ଶୁଭ ରଙ୍ଗ: ହଳଦିଆ ଶୁଭ ଅଙ୍କ: ୨

କର୍କଟ ରାଶି
ଆପଣଙ୍କ କ୍ଷେତ୍ରରେ କିଛି ସମସ୍ୟା ରହିପାରେ । ନିଜ ଯୋଗ୍ୟତା ବଳରେ ପରିସ୍ଥିତିର ସମାଧାନ କରିବାରେ ସଫଳ ହେବେ। ଛାତ୍ରଛାତ୍ରୀ ଏବଂ ଯୁବକମାନଙ୍କୁ ମନୋମୁତାବକ ଫଳ ମିଳିପାରେ । ଚାକିରି କ୍ଷେତ୍ରରେ ନିଜ କ୍ଲାଏଣ୍ଟଙ୍କ ସହ କୌଣସି ପ୍ରକାର ଯୁକ୍ତିତର୍କ କରନ୍ତୁ ନାହିଁ। ପ୍ରେମ ପ୍ରସଙ୍ଗରେ ପଡ଼ି ନିଜ ସମୟ ନଷ୍ଟ କରନ୍ତୁ ନାହିଁ। ଘରର କୌଣସି ବରିଷ୍ଠ ସଦସ୍ୟଙ୍କ ସ୍ୱାସ୍ଥ୍ୟକୁ ନେଇ କିଛି ଚିନ୍ତା ରହିବ। ଶୁଭ ରଙ୍ଗ: କ୍ରିମ୍ ଏବଂ ଶୁଭ ଅଙ୍କ: ୫

ସିଂହ ରାଶି
କୌଣସି ନିକଟ ସମ୍ପର୍କୀୟଙ୍କ ସହ ବିବାଦ ଥିଲେ ସେଥିରେ ସୁଧାର ଆସିବ। ପୁରୁଣା ନକାରାତ୍ମକ କଥାକୁ ବର୍ତ୍ତମାନ ଉପରେ ହାବି ହେବାକୁ ଦିଅନ୍ତୁ ନାହିଁ । ଅନ୍ୟମାନଙ୍କ ପରାମର୍ଶ ଉପରେ ଧ୍ୟାନ ଦିଅନ୍ତୁ। କାର୍ଯ୍ୟକ୍ଷେତ୍ରରେ ଦୀର୍ଘ ଦିନ ଧରି ଚାଲିଥିବା ମାନ୍ଦାବସ୍ଥାରେ ଆଜି ଆଶାର କିରଣ ଦେଖାଯିବ। ପାରିବାରିକ ପରିବେଶ ଆରାମଦାୟକ ଓ ସୁଖମୟ ରହିବ। ଋତୁକାଳୀନ ରୋଗ ଆପଣଙ୍କୁ ହଇରାଣ କରିପାରେ। ଶୁଭ ରଙ୍ଗ: ନୀଳ ଏବଂ ଶୁଭ ଅଙ୍କ: ୬

କନ୍ୟା ରାଶି
ଆପଣଙ୍କୁ ନୂଆ ସୂଚନା ମିଳିପାରେ। ଆପଣଙ୍କ ବ୍ୟକ୍ତିତ୍ୱରେ ସୁଧାର ଆସିବ। ଘରର ଗୁରୁଜନମାନଙ୍କ ପରାମର୍ଶ ଏବଂ ମାର୍ଗଦର୍ଶନକୁ ଅବହେଳା କରନ୍ତୁ ନାହିଁ। ଯନ୍ତ୍ରପାତି ଇତ୍ୟାଦି ସହ ଜଡ଼ିତ ବ୍ୟବସାୟରେ କୌଣସି ପ୍ରକାର କ୍ଷତି ହେବାର ଆଶଙ୍କା ରହିଛି। ପରିବାର ଲୋକଙ୍କ ସହ କିଛି ସମୟ ବିତାଇବା ଦ୍ୱାରା ସମ୍ପର୍କ ମଧୁର ହେବ। ମାନସିକ ଚାପ ଯୋଗୁଁ ଅନିଦ୍ରା ସମସ୍ୟା ବଢ଼ିପାରେ। ଶୁଭ ରଙ୍ଗ: ନାଲି ଏବଂ ଶୁଭ ଅଙ୍କ: ୧

ତୁଳା ରାଶି
କୌଣସି ବରିଷ୍ଠ ବ୍ୟକ୍ତିଙ୍କ ସହଯୋଗ ଏବଂ ମାର୍ଗଦର୍ଶନ ଆପଣ ପାଇବେ । ଅନେକ ସମସ୍ୟାର ସମାଧାନ ହୋଇଯିବ। କିଛି ବାଧାବିଘ୍ନ ଆସିପାରେ । ଗ୍ଲାମର ଏବଂ ବିଉଟି ପ୍ରୋଡକ୍ଟ ସହ ଜଡ଼ିତ ବ୍ୟବସାୟ କରୁଥିଲେ ଅଧିକ ଲାଭ ହେବ। ପ୍ରେମ ସମ୍ପର୍କରେ ନିବିଡ଼ତା ବଢିବ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କିଛି ନା କିଛି ସମସ୍ୟା ଲାଗି ରହିପାରେ। ଶୁଭ ରଙ୍ଗ: ବାଦାମୀ ଏବଂ ଶୁଭ ଅଙ୍କ: ୪

ବିଛା ରାଶି
ଆପଣଙ୍କ ଆତ୍ମବିଶ୍ୱାସ କାର୍ଯ୍ୟଦକ୍ଷତାକୁ ବଢ଼ାଇବ। ତରବର ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। କୌଣସି ନିକଟତର ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ହୋଇପାରେ। ବ୍ୟବସାୟିକ ଗତିବିଧି ସାମାନ୍ୟ ମନ୍ଥର ରହିବ । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମଧୁର ସମ୍ପର୍କ ରହିବ। ଅତ୍ୟଧିକ ପରିଶ୍ରମ ଯୋଗୁଁ କ୍ଲାନ୍ତି ଓ ମାନସିକ ଚାପ ହାବି ରହିବ। ଶୁଭ ରଙ୍ଗ: ଆକାଶୀ ଏବଂ ଶୁଭ ଅଙ୍କ: ୮

ଧନୁ ରାଶି
ଯୁବବର୍ଗ ନିଜ ଭବିଷ୍ୟତ ସମ୍ବନ୍ଧୀୟ ଯୋଜନାକୁ ନେଇ ଗମ୍ଭୀର ରୁହନ୍ତୁ । ଅଜଣା ଲୋକଙ୍କ ସହ ମିଳାମିଶା କରିବା ସମୟରେ ନିଜ ମାନ-ସମ୍ମାନ ପ୍ରତି ଧ୍ୟାନ ରଖନ୍ତୁ। ବ୍ୟବସାୟରେ ସୁଧାର ଆସିବ । ବିପଦପୂର୍ଣ୍ଣ କାର୍ଯ୍ୟଠାରୁ ଦୂରେଇ ରୁହନ୍ତୁ। ଦାମ୍ପତ୍ୟ ଜୀବନରେ ଚାଲିଥିବା କିଛି ଭୁଲ୍ ବୁଝାମଣାର ସମାଧାନ ମିଳିବ। ଶୁଭ ରଙ୍ଗ: ନୀଳ ଏବଂ ଶୁଭ ଅଙ୍କ: ୭

ମକର ରାଶି
ଘରର ରକ୍ଷଣାବେକ୍ଷଣ ସମ୍ବନ୍ଧୀୟ ଜିନିଷପତ୍ର କିଣାକିଣି କରିପାରନ୍ତି। ମାନ-ସମ୍ମାନ ବଜାୟ ରହିବ। କୌଣସି ବିଶେଷ କାର୍ଯ୍ୟକୁ ନେଇ ଦ୍ୱନ୍ଦ୍ୱ ସ୍ଥିତି ଉପୁଜିପାରେ । କାର୍ଯ୍ୟଶୈଳୀରେ ସୁଧାର ଆସିବ। ପରିବାରରେ ସୁଖଦ ଏବଂ ଆନନ୍ଦଦାୟକ ପରିବେଶ ରହିବ। ଗ୍ୟାସ୍ ଏବଂ ମୁଣ୍ଡବିନ୍ଧା ଭଳି ସମସ୍ୟାରେ ଆପଣ ହଇରାଣ ହୋଇପାରନ୍ତି। ଶୁଭ ରଙ୍ଗ: ସବୁଜ ଏବଂ ଶୁଭ ଅଙ୍କ: ୨

କୁମ୍ଭ ରାଶି
ଅଭିଜ୍ଞ ଲୋକଙ୍କ ମାର୍ଗଦର୍ଶନ ଏବଂ ଅନୁଭୂତିକୁ ନିଶ୍ଚୟ ଆପଣାନ୍ତୁ । ନିଜ କର୍ମ ଉପରେ ବିଶ୍ୱାସ ରଖନ୍ତୁ। ନିଜ କ୍ରୋଧ ଏବଂ ଉତ୍ତେଜନା ଉପରେ ନିୟନ୍ତ୍ରଣ ରଖନ୍ତୁ। ଫ୍ୟାକ୍ଟ୍ରି ଏବଂ ପ୍ରଡକ୍ସନ ସମ୍ବନ୍ଧୀୟ ବ୍ୟବସାୟିକ କାର୍ଯ୍ୟରେ ଅବହେଳା କରନ୍ତୁ ନାହିଁ। ପରିବାର ଲୋକେ ଆପଣଙ୍କ କାର୍ଯ୍ୟରେ ପୂର୍ଣ୍ଣ ସହଯୋଗ କରିବେ। କିଛି କ୍ଲାନ୍ତି ଏବଂ ଦୁର୍ବଳତା ଅନୁଭବ କରିବେ। ଶୁଭ ରଙ୍ଗ: କେଶରୀ ଏବଂ ଶୁଭ ଅଙ୍କ: ୩

ମୀନ ରାଶି
ମନରେ ଚାଲିଥିବା କୌଣସି ଦ୍ୱନ୍ଦ୍ୱର ଅବସାନ ହୋଇପାରେ। ନିଜ ପାଇଁ କିଛି ନୂଆ କରିବାର ଇଚ୍ଛା ରହିବ। ନିଜର ମାନସିକ ସ୍ଥିତିକୁ ସଂଯମିତ ରଖନ୍ତୁ। କାମ ହାସଲ କରିବା ପାଇଁ ବ୍ୟବସାୟିକ ବୁଦ୍ଧିର ପ୍ରୟୋଗ କରନ୍ତୁ। ଘରେ ପ୍ରେମ ଏବଂ ସକାରାତ୍ମକ ଶକ୍ତିଭରା ପରିବେଶ ରହିବ। ପ୍ରତିକୂଳ ପରିସ୍ଥିତିରେ ନିଜର ମନୋବଳ ଓ ଆତ୍ମବିଶ୍ୱାସ ଦୁର୍ବଳ ହେବାକୁ ଦିଅନ୍ତୁ ନାହିଁ। ଶୁଭ ରଙ୍ଗ: ବାଦାମୀ ଏବଂ ଶୁଭ ଅଙ୍କ: ୯

(Disclaimer: ଏହି ଲେଖାଟି ଜ୍ୟୋତିଷୀୟ ଗଣନା, ପାରମ୍ପରିକ ମାନ୍ୟତା ଏବଂ ବିଭିନ୍ନ ଭବିଷ୍ୟଫଳ ପଦ୍ଧତିର ବ୍ୟାଖ୍ୟା ଉପରେ ଆଧାରିତ। ରାଶିଫଳରେ ଦିଆଯାଇଥିବା ସୂଚନା ସାଧାରଣ ଜ୍ୟୋତିଷୀୟ ଆକଳନ ଅଟେ। ବ୍ୟକ୍ତି ବିଶେଷଙ୍କ ଉପରେ ଏହାର ପ୍ରଭାବ ସେମାନଙ୍କ ଜନ୍ମ କୁଣ୍ଡଳୀ, ଗ୍ରହର ସ୍ଥିତି, ଦଶା ଏବଂ ଅନ୍ୟାନ୍ୟ ବ୍ୟକ୍ତିଗତ କାରକ ଅନୁଯାୟୀ ଭିନ୍ନ ହୋଇପାରେ। ଏହାକୁ କୌଣସି ନିଶ୍ଚିତ ପରିଣାମ, ଦାବି କିମ୍ବା ନିଷ୍ପତ୍ତିର ଆଧାର ଭାବେ ଗ୍ରହଣ କରାଯିବା ଉଚିତ ନୁହେଁ।)

Add Zee News as a Preferred Source
TAGS:

About the Author

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ZEENEWS TRENDING STORIES