Guru Gochar 2026: ଆସନ୍ତା ୩୫ ଦିନ ଏହି ୮ ରାଶି ପାଇଁ ଅତ୍ୟନ୍ତ ଶୁଭ !
Jupiter Transit: ଦେବଗୁରୁ ବୃହସ୍ପତି ବର୍ତ୍ତମାନ କର୍କଟ ରାଶିରେ ଚଳନ କରୁଛନ୍ତି। ଜ୍ୟୋତିଷଙ୍କ ଅନୁଯାୟୀ, ଆଗାମୀ ୩୫ ଦିନ ମଧ୍ୟରେ ବୃହସ୍ପତିଙ୍କ ପ୍ରଭାବ ବିଶେଷ ଭାବରେ ୮ଟି ରାଶି ଉପରେ ପଡ଼ିବ।
Guru Gochar 2026: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ବୃହସ୍ପତିଙ୍କୁ ଜ୍ଞାନ, ଧନ, ଭାଗ୍ୟ, ବିବାହ, ସନ୍ତାନ ଏବଂ ବିସ୍ତାରର କାରକ ବୋଲି ବିବେଚନା କରାଯାଇଛି। ବୃହସ୍ପତିଙ୍କ ଚଳନ ପ୍ରତ୍ୟେକ ରାଶିରେ ଭିନ୍ନ ପ୍ରଭାବ ପକାଇପାରେ । ବର୍ତ୍ତମାନ ବୃହସ୍ପତି କର୍କଟ ରାଶିରେ ଚଳନ କରୁଛନ୍ତି । ମେଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ମକର ଏବଂ ମୀନ ରାଶିର ବ୍ୟକ୍ତିବିଶେଷ କେଉଁ କ୍ଷେତ୍ରରେ ଅତ୍ୟନ୍ତ ଶୁଭଫଳ ପାଇବେ ଆସନ୍ତୁ ଜାଣିବା ।
ମେଷ ରାଶି
କାର୍ଯ୍ୟ କ୍ଷେତ୍ର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ। ଚାକିରି କ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିପାରେ । ପୁରୁଣା ପ୍ରୋଜେକ୍ଟ ପୁନର୍ବାର ଆରମ୍ଭ କରିବାର ସୁଯୋଗ ମିଳିପାରେ । ବ୍ୟବସାୟ କରୁଥିଲେ ନୂତନ ସମ୍ପର୍କ ଲାଭଦାୟକ ହେବ । ଅଟକି ରହିଥିବା ଆର୍ଥିକ କାରବାର ଆଗକୁ ବଢ଼ିପାରେ।
ମିଥୁନ ରାଶି
ଆର୍ଥିକ ଦୃଷ୍ଟିକୋଣରୁ ଏହି ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। କୌଣସି କାର୍ଯ୍ୟ ଅଟକି ରହିଥିଲେ ତାହା ଆଗକୁ ବଢିବ ।
କନ୍ୟା ରାଶି
ଆର୍ଥିକ ଏବଂ କାର୍ଯ୍ୟ ସମ୍ବନ୍ଧୀୟ କ୍ଷେତ୍ରରେ ବୃହସ୍ପତିଙ୍କ ପ୍ରଭାବ ରହିବ । ଚାକିରି କ୍ଷେତ୍ରରେ ଆପଣଙ୍କୁ ନୂତନ ଦାୟିତ୍ୱ ମିଳିପାରେ । ବ୍ୟବସାୟ କରୁଥିଲେ ନୂତନ ଗ୍ରାହକ ଯୋଡି ହେବେ । ଆୟ ଅଧିକ ହେବ । ପୁରୁଣା ନିବେଶରୁ ଭଲ ଲାଭ ମିଳିପାରେ । ଅର୍ଥ ସମ୍ବନ୍ଧୀୟ କୌଣସି ଖୁସି ଖବର ପାଇପାରନ୍ତି।
ତୁଳା ରାଶି
ଆପଣଙ୍କ କ୍ୟାରିୟର ପାଇଁ ସମୟ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିପାରେ । ଦରମା ବୃଦ୍ଧି ହେବାର ସମ୍ଭାବନା ରହିଛି। ନିଜ ବ୍ୟବସାୟକୁ ଆଗକୁ ବଢାଇବାକୁ ସୁଯୋଗ ପାଇପାରନ୍ତି। ଘରେ ସୁଖଦ ବାତାବରଣ ରହିବ । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଶେଷ କରିବେ । ପରିବାର ସଦସ୍ୟଙ୍କ ସହଯୋଗ ମିଳିବ।
ବିଛା ରାଶି
ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ବୃହସ୍ପତିଙ୍କ ପ୍ରଭାବରୁ ଶୁଭଫଳ ପାଇବେ । ହଠାତ୍ ଏକ ଭଲ ସୁଯୋଗ ପାଇପାରନ୍ତି। ଚାକିରି ଖୋଜୁଥିଲେ ଶୁଭ ଖବର ମିଳିପାରେ । ବ୍ୟବସାୟରେ ନୂତନ ରାସ୍ତା ଫିଟିବ । ଭ୍ରମଣ ସମ୍ବନ୍ଧୀୟ ଯୋଜନା କାର୍ଯ୍ୟକାରୀ ହୋଇପାରେ। ଆର୍ଥିକ ସ୍ଥିତିରେ କ୍ରମାଗତ ଉନ୍ନତି ହେବ ।
ମକର ରାଶି
ଆଗାମୀ ସମୟ ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ । କାର୍ଯ୍ୟ ଏବଂ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ । କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ଦାୟିତ୍ୱ ବଢିବ । ନୂତନ ଚାକିରି ମିଳିପାରେ । ପୁରୁଣା ବ୍ୟବସାୟିକ ଯୋଜନା ପୁଣିଥରେ ଆରମ୍ଭ ହୋଇପାରେ। ଆର୍ଥିକ କ୍ଷେତ୍ରରେ ସତର୍କ ରହିବା ଆବଶ୍ୟକ ।
ମୀନ ରାଶି
ବୃହସ୍ପତି ଆପଣଙ୍କ ରାଶିର ଅଧିପତି ଗ୍ରହ । ବୃହସ୍ପତିଙ୍କ ସ୍ଥିତି ଆପଣଙ୍କ ପାଇଁ ବିଶେଷ ଗୁରୁତ୍ୱ ବହନ କରେ। ଏହି ସମୟ ମଧ୍ୟରେ କ୍ୟାରିୟରରେ ନୂଆ ସଫଳତା ହାସଲ କରିପାରନ୍ତି । ଚାକିରି ପରିବର୍ତ୍ତନ କରିବାକୁ ଚିନ୍ତା କରୁଥିଲେ ନୂଆ ସୁଯୋଗ ମିଳିବ । ଆର୍ଥିକ ସ୍ଥିତିରେ ଉନ୍ନତି ହେବ । ପରିବାରରେ ସକାରାତ୍ମକ ବାତାବରଣ ରହିବ।
Disclaimer: ଏଠାରେ ପ୍ରଦାନ କରାଯାଇଥିବା ସମସ୍ତ ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର ତଥ୍ୟକୁ ଭିତ୍ତି କରି ମିଳିଥିବା ସୂଚନା ଅନୁଯାୟୀ ଏହି ସୂଚନା ପ୍ରଦାନ କରାଯାଇଛି। ଆପଣଙ୍କ କୌଣସି ଆପତ୍ତି ପାଇଁ ZEE ODISHA NEWS ଦାୟୀ ରହିବ ନାହିଁ ।