Kendra Drishti Yog 2026: ଅକ୍ଟୋବର ୨ରେ ପଡୁଛି କେନ୍ଦ୍ର ଦୃଷ୍ଟି ଯୋଗ ,୪ ରାଶିଙ୍କ ଫିଟିବ ଭାଗ୍ୟ
Kendra Drishti Yog 2026: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ, ଅକ୍ଟୋବର ୨ରେ ମଙ୍ଗଳ-ବୁଧ ପରପ୍ପର ଠାରୁ ୯୦ ଡିଗ୍ରୀ ବ୍ୟବଧାନରେ ରହିବେ। ଯାହା ଫଳରେ କେନ୍ଦ୍ର ଦୃଷ୍ଟି ଯୋଗ ସୃଷ୍ଟି ହେଉଛି। ଏହି ଦୁର୍ଲଭ ଯୋଗ କିଛି ରାଶିଙ୍କ ପାଇଁ ବେଶ୍ ଫଳଦାୟୀ ପ୍ରମାଣିତ ହେବ।
Kendra Drishti Yog 2026: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ, ଅକ୍ଟୋବର ୨ରେ ମଙ୍ଗଳ-ବୁଧ ପରପ୍ପର ଠାରୁ ୯୦ ଡିଗ୍ରୀ ବ୍ୟବଧାନରେ ରହିବେ। ଯାହା ଫଳରେ କେନ୍ଦ୍ର ଦୃଷ୍ଟି ଯୋଗ ସୃଷ୍ଟି ହେଉଛି। ଏହି ଦୁର୍ଲଭ ଯୋଗ କିଛି ରାଶିଙ୍କ ପାଇଁ ବେଶ୍ ଫଳଦାୟୀ ପ୍ରମାଣିତ ହେବ। ଯଦି ଜାତକରେ ମଙ୍ଗଳ ବୁଧଙ୍କର ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି ଅମାପ ଧନ-ଐଶ୍ବର୍ଯ୍ୟର ଅଧିକାରୀ ହୋଇଥାଏ। ତେବେ,ଆସନ୍ତୁ ଜାଣିବା କେଉଁ ରାଶିଙ୍କ ଭାଗ୍ୟ ଚମକିବାକୁ ଯାଉଛି।
ମିଥୁନ ରାଶି-: କେନ୍ଦ୍ର ଦୃଷ୍ଟି ଯୋଗ ଏହି ରାଶିଙ୍କ ଭାଗ୍ୟ ଚମକାଇବ। ଆର୍ଥିକ ସ୍ଥିତି ଭଲ ରହିବ। ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିବ। ଏହି ସମୟ ମଧ୍ୟରେ ବ୍ୟବସାୟ,ଆଇଟି, ମାର୍କେଟିଂ ଓ ମିଡିଆ ସହ ସଡିତ ବ୍ୟକ୍ତି ବିଶେଷଙ୍କ ଲାଗି ସମୟ ଶୁଭ ରହିବ। ବ୍ୟବସାୟରେ ବଡ଼ ଡିଲ୍ ଫାଇନାଲ୍ ହେବ। ଆପଣଙ୍କର ନିସ୍ପତ୍ତି ନେବାର କ୍ଷମତା ବୃଦ୍ଧି ହେବ। ଅଧା ରହିଥିବା କାର୍ଯ୍ୟକୁ ପୂରା କରିବାରେ ସଫଳ ହେବେ। ଅଧା ପଡି ରହିଥିବା କାର୍ଯ୍ୟକୁ ଶେଷ କରିବାରେ ସଫଳ ହେବେ। ପୁରୁଣା ବିନିଯୋଗରୁ ଲାଭ ପାଇବେ।
କନ୍ୟା-: କେନ୍ଦ୍ର ଦୃଷ୍ଟି ଯୋଗ ଏହି ରାଶିଙ୍କ ଭାଗ୍ୟ ବଦଳାଇବ। ଆୟର ଉତ୍ସ ଖୋଲିବ। କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ଦୂର ହେବ। ସହକର୍ମୀଙ୍କ ସହ ହୋଇଥିବା ମତଭେଦ ଦୂର ହେବ। ନୂଆ ଗାଡି କିମ୍ବା ଘର କିଣିବାର ସ୍ବପ୍ନ ସାକାର ହେବ। ବ୍ୟବସାୟରେ ଚାଲିଥିବା ମାନ୍ଦାବସ୍ଥାରେ ସୁଧାର ଆସିବ। ପ୍ରେମୀମାନଙ୍କ ଲାଗି ସମୟ ଅନୁକୂଳ ରହିବ। ପ୍ରେମ ବିବାହରେ ଆସୁଥିବା ସମସ୍ୟା ଦୂର ହେବ। ସ୍ବାସ୍ଥ୍ୟବସ୍ଥାରେସୁଧାର ଆସିବ। ପରିବାର ସହ ଭଲ ସମୟ ଅତିବାହିତ କରିବେ।
ବିଛା-:କେନ୍ଦ୍ର ଦୃଷ୍ଟି ଯୋଗ ଏହି ରାଶିଙ୍କ ଭାଗ୍ୟ ପରିବର୍ତ୍ତନ କରିବ। ପରିବାର ସହ ହୋଇଥିବା ବିବାଦ ଦୂର ହେବ। ଆର୍ଥିକ ସ୍ଥିତି ଭଲ ରହିବ। ଆପଣଙ୍କ ସାହାସ ବୃଦ୍ଧି ହେବ। ଆର୍ଥିକ ଲାଭର ମଧ୍ୟ ସମ୍ଭାବନା ରହିଛି। ଯେଉଁମାନେ ବିଦେଶରେ ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରୁଛନ୍ତି। ଏହି ସମୟରେ ଆରମ୍ଭ କଲେ ଅଧିକ ଲାଭ ପାଇବେ। ଯେଉଁମାନେ ଦିର୍ଘ ଦିନ ଧରି,ଚାକିରି ଖୋଜୁଛନ୍ତି। ସେମାନଙ୍କୁ ଚାକିରି ମିଳିବ। ନୂଆ ଗାଡି଼ କିଣିବେ। ମନର ମଣିଷ ସହ ସମୟ ଅତିବାହିତ କରିବେ। ସ୍ବାସ୍ଥ୍ୟ ଭଲ ରହିବ। ଦୂରଯାତ୍ରା କରିବେ।
ମକର-: କେନ୍ଦ୍ର ଦୃଷ୍ଟି ଯୋଗ ଏହି ରାଶିଙ୍କ ଫଳଦାୟୀ ରହିବ। ଆର୍ଥିକ ସ୍ଥିତି ଭଲ ରହିବ। ନୂଆ ଘର,ଜମି କିଣିବାର ଯୋଗ ରହିଛି। କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ଦୂର ହେବ। ବ୍ୟବସାୟରେ ଅଗ୍ରଗତି କରିବେ। ଦିର୍ଘ ଦିନ ଧରି କୋର୍ଟ କଚେରୀରେ ଲାଗି ରହିଥିବା ସମସ୍ୟା ଦୂର ହେବ। ପୁରୁଣା ଋଣକୁ ସୁଝିବାରେ ସଫଳ ହେବେ। ପୈତୃକ ସମ୍ପତ୍ତିରୁ ଲାଭ ମିଳିବ। ପୁରୁଣା ନିବେଶରୁ ଭଲ ଲାଭ ମିଳିବ।
(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)