Ketu Gochar 2026: ବର୍ଷ ଶେଷରେ କେତୁ ଚଳାଇବେ ବଡ଼ ଚାଲ୍, ୪ ରାଶିଙ୍କ ଆରମ୍ଭ ହେବ ଗୋଲଡେନ୍ ଟାଇମ୍
Ketu Gochar 2026: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ, ଛାୟାଗ୍ରହ କେତୁ ଡିସେମ୍ବର ୫ ତାରିଖ ବେଳକୁ କର୍କଟ ରାଶିରେ ପ୍ରବେଶ କରିବେ। କେତୁଙ୍କ ଏହି ଗୋଚର କିଛି ରାଶିଙ୍କ ପାଇଁ ବେଶ୍ ଲାଭଦାୟୀ ରହିବ। ତେବେ, ଆସନ୍ତୁ ଜାଣିବା କେଉଁ ରାଶିଙ୍କ ଭାଗ୍ୟ ଚମକିବାକୁ ଯାଉଛି।...
Ketu Gochar 2026: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ, ଛାୟାଗ୍ରହ କେତୁ ଡିସେମ୍ବର ୫ ତାରିଖ ବେଳକୁ କର୍କଟ ରାଶିରେ ପ୍ରବେଶ କରିବେ। କେତୁଙ୍କ ଏହି ଗୋଚର କିଛି ରାଶିଙ୍କ ପାଇଁ ବେଶ୍ ଲାଭଦାୟୀ ରହିବ। ତେବେ, ଆସନ୍ତୁ ଜାଣିବା କେଉଁ ରାଶିଙ୍କ ଭାଗ୍ୟ ଚମକିବାକୁ ଯାଉଛି।...
ବୃଷ-:କେତୁଙ୍କ ଗୋଚର ଏହି ରାଶି ପାଇଁ ବେଶ୍ ଫଳଦାୟୀ ରହିବ। ବିଶେଷକରି, ଆର୍ଥିକ ସ୍ଥିତି ମଜବୁତ୍ ରହିବ। ଆର୍ଥିକ ସ୍ଥିତି ଭଲ ରହିବ। ଅଧା ପଡିରହିଥିବା କାର୍ଯ୍ୟକୁ ସୁରୁଖୁରୁରେ ଶେଷ କରିବାକୁ ସମର୍ଥ ହେବେ। ଯେଉଁ କାର୍ଯ୍ୟରେ ହାତ ଦେବେ ସେଥିରେ ସଫଳତା ହାସଲ କରିବେ। କର୍ମକ୍ଷେତ୍ରରେ ପଦୋନ୍ନତି ହେବାର ସମ୍ଭାବନା ରହିଛି। ବ୍ୟବସାୟରେ ଲାଭବାନ୍ ହେବେ। ସ୍ବାସ୍ଥ୍ୟ ଭଲ ରହିବ। ନୂଆ ଘର ଗାଡି଼ କିଣିବାର ଯୋଗ ରହିଛି। ସ୍ବାସ୍ଥ୍ୟ ଭଲ ରହିବ।
ମିଥୁନ-: କେତୁଙ୍କ ଗୋଚର ଏହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ। ବିଶେଷକରି, ଆର୍ଥିକ ସ୍ଥିତି ଭଲ ରହିବ। ପରିବାର ସହ ହୋଇଥିବା ମନୋମାଳିନ୍ୟ ଦୂର ହେବ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ପରିବର୍ତ୍ତନ ପାଇଁ ଯୋଜନା କରୁଛନ୍ତି। ଏହି ସମୟରେ ଚେଷ୍ଟା ଜାରି ରଖନ୍ତୁ, ସଫଳତା ନିଶ୍ଚୟ ପାଇବେ। ରିୟଲି-ଇ-ଷ୍ଟେଟ୍ କ୍ଷତ୍ରରେ କାର୍ଯ୍ୟରତ ଲୋକଙ୍କୁ ବଡ଼ ପ୍ରୋଜେକ୍ଟ ମିଳିବ। ବ୍ୟବସାୟରେ ଫସି ରହିଥିବା ଟଙ୍କା ପାଇବେ। ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ।
ALSO READ: Bhubaneswar News: ଭୁବନେଶ୍ବରରେ ଆଜିଠୁ ଅର୍ବାନ୍ ମୋବିଲିଟି ଇଣ୍ଡିଆ କନଫରେନ୍ସ ଓ ଏକ୍ସପୋ, କାଲିଠୁ...
ALSO READ: Cyclone: ପୁଣି ବାତ୍ୟା ଭୟ! କେଉଁଠି କରିବ ଲ୍ୟାଣ୍ତଫଲ୍ ଓଡ଼ିଶା ନା ଆନ୍ଧ୍ର?
ତୁଳା-: କେତୁଙ୍କ ଗୋଚର ଏହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ। କର୍ମକ୍ଷେତ୍ରରେ ବଡ଼ ସଫଳତା ମିଳିବ। ବ୍ୟବସାୟରେ ଆଶାତିତ ଲାଭ ପାଇବେ। ସେୟାର ମାର୍କେଟ୍ ରୁ ଲାଭବାନ୍ ହେବେ। ପୈତୃକ ସମ୍ପତ୍ତିରୁ ଲାଭବାନ୍ ହେବେ। ଅବିବାହିତ ଓ ସିଙ୍ଗଲ୍ ଥିବା ଲୋକେ ପ୍ରେମରେ ପଡି଼ପାରନ୍ତି। ଜୀବନରେ ଆସିବାକୁ ଥିବା ସାଥୀଙ୍କୁ ଜୀବନ ସାଥୀ କରିପାରନ୍ତି।
କନ୍ୟା-:କେତୁଙ୍କ ଗୋଚର କନ୍ୟା ରାଶିଙ୍କ ଭାଗ୍ୟ ଉଦୟ କରିବ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଫଳ ମିଳିବ। ଦିର୍ଘ ଦିନ ଧରି କୋର୍ଟ-କଚେରୀରେ ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ।ବ୍ୟବସାୟରେ ଲାଗି ରହିଥିବା ମାନ୍ଦାବସ୍ଥା ଦୂର ହେବ। କୌଣସି କାର୍ଯ୍ୟ ପାଇଁ ଦୂରଯାତ୍ରା କରିବାକୁ ପଡିପାରେ। ନିଜ ସାଥୀଙ୍କ ସହ କ୍ବାଲିଟି ସମୟ ଅତିବାହିତ କରିବେ। ସ୍ବାସ୍ଥ୍ୟ ଭଲ ରହିବ। ବିବାହିତ ଲୋକେ ସନ୍ତାନ ପ୍ରାପ୍ତି ନେଇ କୌଣସି ପ୍ରକାର ଗୁଡ୍ ନ୍ୟୁଜ୍ ପାଇ ପାରନ୍ତି। ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଆଶାୟୀ ଙ୍କୁ ଶୁଭ ଖବର ମିଳିବ।
(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)