Gajalakshmi Puja: କୁମାର ପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ଗାଁ ଠୁ ସହର,ସେପଟେ, ଆଜିଠୁ ଢେଙ୍କାନାଳରେ ଜମିବ ଗଜଲକ୍ଷ୍ମୀ ପୂଜା
Gajalakshmi Puja: ଆଜି ହେଉଛି କୁମାର ପୂର୍ଣ୍ଣିମା। ପ୍ରତ୍ୟକ ବର୍ଷ ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ ଏହି ପର୍ବ ପଡିଥାଏ । ଏହି ପର୍ବକୁ ବେଶ୍ ଉତ୍ସାହର ସହ ଚାହିଁଥାଆନ୍ତି ପ୍ରତ୍ୟକ କୁମାରୀ। କୁମାର ପୂର୍ଣ୍ଣିମାକୁ ଉତ୍ସବ ମୁଖର ଗାଁ ଠୁ ସହର।
Gajalakshmi Puja: ଆଜି ହେଉଛି କୁମାର ପୂର୍ଣ୍ଣିମା। ପ୍ରତ୍ୟକ ବର୍ଷ ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ ଏହି ପର୍ବ ପଡିଥାଏ । ଏହି ପର୍ବକୁ ବେଶ୍ ଉତ୍ସାହର ସହ ଚାହିଁଥାଆନ୍ତି ପ୍ରତ୍ୟକ କୁମାରୀ। କୁମାର ପୂର୍ଣ୍ଣିମାକୁ ଉତ୍ସବ ମୁଖର ଗାଁ ଠୁ ସହର। ସକାଳୁ ସକାଳୁ କୁଆଁରୀମାନେ ଗୋଧୋଇ ସଜବାଜ ହୋଇ ନୂଆ ପୋଷାକ ପିନ୍ଧି ଆଞ୍ଜୁଳା ଟେକିଛନ୍ତି। ଆଉ ସଂନ୍ଧ୍ୟାରେ ତୁଳସୀ ଚଉଁରା ପୂଜା ପାଇଁ ପ୍ରସ୍ତୁତି ବି ଆରମ୍ଭ କରିଛନ୍ତି। ପୌରାଣିକ ତଥା ଓଡ଼ିଆ ବିଧି ଅନୁସାରେ, ବଡ଼ି ଭୋରୁ ଉଠି କୁଆଁରୀ ମାନେ ୭ ପ୍ରକାର ଫଳ ସହ ଖଇ ଏକ ପାତ୍ରରେ ରଖି ସୂର୍ଯ୍ୟଙ୍କୁ ଆଞ୍ଜୁଳି ଟେକି ଥାଆନ୍ତି।
ଚଉଁରା ପାଖରେ ଏକ କଳସ ସ୍ଥାପନା କରାଯାଇ ଛେନା,ଦହି,କ୍ଷୀର, ଖଇ,ନଡିଆ, କଦଳୀ, କାକୁଡ,ମହୁ, ଆଖୁ, ଘିଅ ଓ ଅଦା ଆଦି ବିଭିନ୍ନ ଫଳମୂଳ ଦେଇ ଏକ ଚକଟା ପ୍ରସ୍ତୁତ କରାଯାଇଥାଏ। ଏହାକୁ ଚାନ୍ଦ ଚକଟା ବୋଲି କୁହାଯାଏ। ଏହି ଏକ କଦଳୀ ପତ୍ର କିମ୍ବା ଏକ ପାତ୍ରରେ ଚାନ୍ଦ ଭାବରେ ସଜାଯାଏ। ଏବଂ ସଂଜ ସମୟରେ ଚଉଁରା ନିକଟରେ ରଖାଯାଇ ପୂଜା କରାଯାଏ। ଏହାକୁ ଜହ୍ନି ଓଷା ବି କୁହନ୍ତି। ଏହି ଦିନ ଗାଁ ଗହଳି ରେ ତାସ୍ ସହ ଜୁଆ ଖେଳ ମଧ୍ୟ କେତେକ ସ୍ଥାନରେ ହୋଇଥାଏ। ତେବେ,ଏହି ପର୍ବଟି କୁମାର ପୂର୍ଣ୍ଣିମା ଭଗବାନ କାର୍ତ୍ତିକେୟଙ୍କ ସହ ବେଶ ଜଡ଼ିତ। ଲୋକକଥା ରହିଛି ଯେ, ଏହିଦିନ କୁମାରୀ ଝିଅମାନେ ଜହ୍ନି ଓଷା କଲେ କାର୍ତ୍ତିକେୟଙ୍କ ପରି ଗୁଣବାନ୍ ଓ ସୁନ୍ଦର ଜୀବନସାଥୀ ମିଳିଥାଏ।
ସେପଟେ, ଆଜିଠାରୁ ରାଜ୍ୟର କେତେକ ସ୍ଥାନରେ ମାଆ ଗଜଲକ୍ଷ୍ମୀ ଙ୍କ ପୂଜା ମଧ୍ୟ ଆରମ୍ଭ ହେବାକୁ ଯାଉଛି। ଢେଙ୍କାନାଳରେ ଗଜଲକ୍ଷ୍ମୀ ପୂଜା ବେଶ୍ ଧୂମଧାମ୍ ରେ ପାଳନ ହେବାକୁ ଯାଉଛି। ଏ-ବର୍ଷ ୪୧ ମଣ୍ତପରେ ମାଆଙ୍କ ମୂର୍ତ୍ତୀ ପୂଜା ପାଇବା ସହ ବିଭିନ୍ନ କମିଟି ମଧ୍ୟ ସୁନ୍ଦର ସାଜସଜା ସହ ତୋରଣ ନିର୍ମାଣକୁ ବେଶ୍ ଗୁରୁତ୍ବ ଦେଉଛନ୍ତି। ଏବଂ ଜିଲ୍ଲା ପ୍ରଶାସନ ଓ ପୋଲିସ୍ ପ୍ରଶାସନ ତରଫରୁ ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।