SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Maha Lakshmi Rajyog 2026: ନଭେମ୍ବର ୧ ରେ ପଡୁଛି ମହାଲକ୍ଷ୍ମୀ ରାଜଯୋଗ ,ଧନୀ ହେବେ ଏହି ୪ରାଶି!

Maha Lakshmi Rajyog 2026: ନଭେମ୍ବର ୧ ରେ ପଡୁଛି ମହାଲକ୍ଷ୍ମୀ ରାଜଯୋଗ ,ଧନୀ ହେବେ ଏହି ୪ରାଶି!

Written By Narmada Behera Edited By Narmada Behera
Published: Oct 28, 2026, 12:55 PM IST | Updated: Oct 28, 2026, 12:58 PM IST
Image Credit: Representative - AI / Social Media
Join

Maha Lakshmi Rajyog 2026: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏ-ହି କ୍ରମରେ,  ମଙ୍ଗଳ କର୍କଟ ରାଶିରେ ବିରାଜମାନ ଥିବା ବେଳେ ନଭେମ୍ବର ୧ ତାରିଖରେ ସେହି ରାଶିକୁ ଚନ୍ଦ୍ରଙ୍କ ଚଳନ ହେବ। ଗୋଟିଏ ରାଶିରେ ୨ ଗ୍ରହଙ୍କ ମିଳନ ଦୁର୍ଲଭ ଯୋଗ ବା ମହାଲକ୍ଷ୍ମୀ ରାଜଯୋଗ ସୃଷ୍ଟି କରିବ। ଏ-ହି ଦୁର୍ଲଭ ଯୋଗ କିଛି ରାଶି ପାଇଁ ବେଶ୍ ଫଳଦାୟୀ ରହିବ। ଯଦି ଜାତକରେ ଚନ୍ଦ୍ର ଓ ମଙ୍ଗଳଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ,ବ୍ୟକ୍ତି ଅମାପ ଧନ ଐଶ୍ବର୍ଯ୍ୟର ଅଧିକାରୀ ହୋଇଥାଏ। ତେବେ, ଆସନ୍ତୁ ଜାଣିବା କେଉଁ ରାଶିଙ୍କ ଭାଗ୍ୟ ଉଦୟ ହେବାକୁ ଯାଉଇି।....


କର୍କଟ-: ମହାଲକ୍ଷ୍ମୀ ରାଜଯୋଗ ଏହି ରାଶି ପାଇଁ ବେଶ୍ ଫଳଦାୟୀ ରହିବ। ବିଶେଷକରି, ଆର୍ଥିକ ସ୍ଥିତି ଭଲ ରହିବ। ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାରୁ ମୁକ୍ତି ମିଳିବ। ଆୟ ବୃଦ୍ଧି ହୋଇପାରେ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଫଳ ମିଳିବ। ଚାକିରି କରିଥିବା ଲୋକଙ୍କୁ ପଦୋନ୍ନତି ମିଳିବା ସହ ବ୍ୟବସାୟୀଙ୍କ ଲାଗି ସମୟ ଅନୁକୂଳ ରହିବ।  ସ୍ବାସ୍ଥ୍ୟ ଭଲ ରହିବ। ପରିବାର ସହ ସମ୍ପର୍କ ଅଧିକ ମଜବୁତ୍ ହେବ।

ମେଷ-:ମହାଲକ୍ଷ୍ମୀ ରାଜଯୋଗ ଏହି ରାଶିଙ୍କ ଭାଗ୍ୟ ଉଦୟ କରିବ। ଆଶା କରିଥିବା କ୍ଷେତ୍ରରୁ ସଫଳତା ମିଳିବ। ବ୍ୟବସାୟୀମାନେ ଏହି ସମୟରେ ନୂଆ ବ୍ୟବସାୟ ଆରମ୍ଭ କରିପାରିବେ। କୌଣସି ଗୁରୁତ୍ବପୂର୍ଣ୍ଣ ନିସ୍ପତ୍ତି ନେବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ। ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଆଶାୟୀଙ୍କ ଲାଗି ସମୟ ଅନୁକୂଳ ରହିଛି।  ଯଦି କୌଣସି ସ୍ଥାନରେ ଟଙ୍କା ବିନିଯୋଗ କରିବା ପାଇଁ ଯୋଜନା କରୁଛନ୍ତି। ଏହି ସମୟରେ ଭଲ ଭାବରେ ବୁଝାସୁଝା କରି ବିନିଯୋଗ କରନ୍ତୁ ଲାଭ ପାଇବେ।

ତୁଳା-:ମହାଲକ୍ଷ୍ମୀ ରାଜଯୋଗ ଏହି ରାଶିଙ୍କ ପାଇଁ ବେଶ୍ ଲାଭଦାୟୀ ପ୍ରମାଣିତ ହେବ।  ଆର୍ଥିକ ସ୍ଥିତି ଭଲ ରହିବ। କର୍ମକ୍ଷେତ୍ରରୁ ନୂତନ ଦାୟିତ୍ବ ଗ୍ରହଣ କରିପାରନ୍ତି।ବ୍ୟବସାୟରେ ବଡ଼ ଡିଲ୍ ଫାଇନାଲ୍ ହେବ। ଯେଉଁଥିରୁ ପ୍ରଚୁର ଲାଭ ମିଳିବ। ଖର୍ଚ୍ଚ ନିୟନ୍ତ୍ରଣ କରନ୍ତୁ। ନିୟମିତ ସଞ୍ଚୟ ଉପରେ ଧ୍ୟାନ ଦିଅନ୍ତୁ। ଅବିବାହିତ ମାନେ ଜୀବନ ସାଥୀ ପାଇପାରନ୍ତି । ପ୍ରେମରେ ପଡି଼ ପାରନ୍ତି। ଆୟ ବଢିବା ସହ ସ୍ବାସ୍ଥ୍ୟ ଭଲ ରହିବ।

କୁମ୍ଭ-:ମହାଲକ୍ଷ୍ମୀ ରାଜଯୋଗ ଏହି ରାଶିଙ୍କ ଭାଗ୍ୟ ଉଦୟ କରିବ। ଚାକିରିଆଙ୍କ ପାଇଁ ସମୟ ଖାସ୍ ରହିବ। କର୍ମକ୍ଷେତ୍ରରେ ହୋଇଥିବା ମନୋମାଳିନ୍ୟ ଦୂର ହେବ।  ପୁରୁଣା ବିନିଯୋଗରୁ ଲାଭବାନ୍ ହେଇପାରନ୍ତି। ଯେଉଁମାନେ ଚାକିରି ବଦଳାଇବା ପାଇଁ ଚେଷ୍ଟା କରୁଛନ୍ତି। ଏହି ସମୟରେ ଚେଷ୍ଟା କରନ୍ତୁ,ସଫଳତା ନିଶ୍ଚୟ ପାଇବେ।

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)

 

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES