SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Navratri Astrology: ନବରାତ୍ରୀରେ ବର୍ଷିବ ଦେବୀଙ୍କ କୃପା, ଚମକିବ ୫ ରାଶିର ଭାଗ୍ୟ

Navratri Horoscope: ଶାରଦୀୟ ନବରାତ୍ରୀର ବିଶେଷ ଗୁରୁତ୍ୱ ରହିଛି । ଏହି ସମୟ ଦେବୀ ଦୁର୍ଗାଙ୍କ ଆରାଧନା ଏବଂ ନୂତନ ଆରମ୍ଭର ପ୍ରତୀକ ବୋଲି ମାନାଯାଏ। ଏଥର ନବରାତ୍ରୀରେ କିଛି ଶୁଭ ଗ୍ରହମାନଙ୍କର ବିରଳ ସଂଯୋଗ ହେବାକୁ ଯାଉଛି ।

Written By Soubhagya Ranjan Mishra Edited By Soubhagya Ranjan Mishra
Published: Oct 12, 2026, 01:34 PM IST | Updated: Oct 12, 2026, 01:46 PM IST
Image Credit: Navaratri 2026
Join

Navratri Horoscope 2026: ନବରାତ୍ରୀରେ ତୁଳା ରାଶିରେ ସୂର୍ଯ୍ୟ, ବୁଧ ଏବଂ ଶୁକ୍ର ଗ୍ରହଙ୍କ ମିଳନ ହେଉଛି । ଦେବ ଗୁରୁ ବୃହସ୍ପତି ମଧ୍ୟ ନିଜର ଉଚ୍ଚ ରାଶି କର୍କଟରେ ବିରାଜମାନ ଅଛନ୍ତି। ତୁଳା ରାଶିରେ ସୂର୍ଯ୍ୟ, ବୁଧ ଏବଂ ଶୁକ୍ର ରହିବା କାରଣରୁ ଶୁଭ ଶୁକ୍ରାଦିତ୍ୟ ଯୋଗ, ବୁଧାଦିତ୍ୟ ଯୋଗ, ତ୍ରିଗ୍ରାହୀ ଯୋଗ ସମେତ ଲକ୍ଷ୍ମୀ ନାରାୟଣ ଯୋଗ ଗଠନ ହେଉଛି। ଚନ୍ଦ୍ର ଏବଂ ଗୁରୁଙ୍କ ବିଶେଷ ସ୍ଥିତି ପ୍ରଭାବରେ ଶୁଭ ଗଜକେଶରୀ ଯୋଗ ଗଠନ ହେବାର ସମ୍ଭାବନା ରହିଛି । ନବରାତ୍ରୀ ବିଶେଷ କରି ୫ଟି ରାଶି ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ।

ବୃଷ ରାଶି
ଏହି ସମୟ ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବ । ମାମଲା ଏବଂ ସାମାଜିକ ସମ୍ପର୍କ ଦୃଷ୍ଟିରୁ ସମୟ ବିଶେଷ ଅନୁକୂଳ ସାବ୍ୟସ୍ତ ହେବ । ବୃହସ୍ପତିଙ୍କ ଚଳନ ଏକାଦଶ ଭାବରେ ହେଉଛି । ଆପଣଙ୍କର ଏକ ଇଚ୍ଛା ପୂରଣ ହୋଇପାରେ । ବନ୍ଧୁମାନଙ୍କ ସହଯୋଗ ପାଇବେ। ଦୀର୍ଘ ଦିନରୁ କେଉଁଠାରେ ଟଙ୍କା ଅଟକି ରହିଥିଲେ ଫେରି ପାଇବାର ସମ୍ଭାବନା ରହିଛି। ପ୍ରଭାବଶାଳୀ ବ୍ୟକ୍ତିଙ୍କ ଠାରୁ ସହଯୋଗ ମିଳିବ । ଚାକିରି କ୍ଷେତ୍ରରେ ନୂତନ ସୁଯୋଗ ପାଇବେ । ୧୩ ଅକ୍ଟୋବରରେ ମା’ ଚନ୍ଦ୍ରଘଣ୍ଟାଙ୍କ ଆରାଧନା କରନ୍ତୁ। ମାଆଙ୍କ ପୂଜା କରିବା ଦ୍ୱାରା ସାହସ, ଆତ୍ମବିଶ୍ୱାସ ଏବଂ ନକାରାତ୍ମକତା ସହ ଲଢ଼ିବାର ଶକ୍ତି ମିଳିବ।

ମିଥୁନ ରାଶି
ଦେବଗୁରୁ ବୃହସ୍ପତିଙ୍କ ଚଳନ ଆପଣଙ୍କ ରାଶିର ଦ୍ୱିତୀୟ ଭାବରେ ହେଉଛି । ପାରିବାରିକ ଜୀବନରେ ମଧୁରତା ବଢ଼ିବ । ଧିରେ ଧିରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ପରିବାରରେ କୌଣସି ଶୁଭ କାର୍ଯ୍ୟ ହୋଇପାରେ। କାହା ସହ ପୁରୁଣା ମତଭେଦ ଥିଲେ ତାହା ଦୂର ହୋଇଯିବ। ଆପଣଙ୍କ ବକ୍ତବ୍ୟର ପ୍ରଭାବ ରହିବ । ଧନ ସଞ୍ଚୟ କରିବାରେ ସକ୍ଷମ ହେବେ । ୧୫ ଅକ୍ଟୋବରରେ ମା’ ସ୍କନ୍ଦମାତାଙ୍କ ପୂଜା କରି ଆଶୀର୍ବାଦ ଲୋଡନ୍ତୁ। ମାଆଙ୍କ କୃପାରୁ ସନ୍ତାନ ସୁଖ, ପାରିବାରିକ ଶାନ୍ତି ମିଳିଥାଏ ।

ବିଛା ରାଶି
ନବରାତ୍ରୀ ଆପଣଙ୍କ ପାଇଁ ନୂତନ ସମ୍ଭାବନା ଆଣିପାରେ । ଆପଣଙ୍କ ରାଶିରୁ ବୃହସ୍ପତିଙ୍କ ଚଳନ ନବମ ଭାବରେ ହେଉଛି । କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବାଧା ଆସୁଥିଲେ ତାହା ଦୂରେଇଯିବ । ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ଭଲ ସୁଯୋଗ ମିଳିପାରେ। ଅଭିଜ୍ଞ ବ୍ୟକ୍ତିଙ୍କ ମାର୍ଗଦର୍ଶନ ଆପଣଙ୍କ ପାଇଁ ବିଶେଷ ଉପଯୋଗୀ ସାବ୍ୟସ୍ତ ହୋଇପାରେ। ଧାର୍ମିକ ଯାତ୍ରା କରିବାର ସମ୍ଭାବନା ରହିଛି । ୧୨ ଅକ୍ଟୋବରରେ ମା’ ବ୍ରହ୍ମଚାରିଣୀଙ୍କ ପୂଜା କରି ଆଶୀର୍ବାଦ ଭିକ୍ଷା କରନ୍ତୁ। ମାଆଙ୍କ ଆରାଧନା କରି ସୌଭାଗ୍ୟ ଲାଭ କରିପାରିବେ ।

ମକର ରାଶି
ବୃହସ୍ପତିଙ୍କ ଚଳନ ଆପଣଙ୍କ ରାଶିର ସପ୍ତମ ଭାବରେ ହେଉଛି । ବ୍ୟବସାୟରେ ଲାଭଦାୟକ ସୁଯୋଗ ମିଳିପାରେ। ବୈବାହିକ ଜୀବନ ସୁଖମୟ ହେବ । ଜୀବନସାଥୀଙ୍କ ସହିତ ବୁଝାମଣା ଭଲ ରହିବ । ଅବିବାହିତ ଥିଲେ ଭଲ ବିବାହ ପ୍ରସ୍ତାବ ଆସିପାରେ। ପ୍ରେମ ଜୀବନରେ ଜୀବନସାଥିଙ୍କ ସମର୍ଥନ ପାଇବେ । ୧୭ ଅକ୍ଟୋବରରେ ମା’ କାଳରାତ୍ରୀଙ୍କ ଆରାଧନା କରି ଆଶୀର୍ବାଦ ଲାଭ କରନ୍ତୁ। ଭୟ, ବାଧାବିଘ୍ନ ଏବଂ ନକାରାତ୍ମକତାରୁ ମୁକ୍ତି ପାଇପାରିବେ ।

ମୀନ ରାଶି
ସୃଜନଶୀଳତା ସହିତ ଜଡ଼ିତ ଥିଲେ ଅତ୍ୟନ୍ତ ଶୁଭଫଳ ପାଇବେ। ପାଠପଢ଼ାରେ ଏକାଗ୍ରତା ବଢିବା ସହ ଛାତ୍ରଛାତ୍ରୀଙ୍କୁ ଭଲ ସୁଯୋଗ ମିଳିପାରେ। ଆର୍ଥିକ ମାମଲାରେ ଲାଭଦାୟକ ଫଳାଫଳ ରହିଛି । ଅଟକି ରହିଥିବା ଧନ ମିଳିପାରେ । କୌଣସି ବିବାଦରେ ଫସି ରହିଥିଲେ ସେଥିରୁ ମୁକ୍ତି ପାଇବେ। ୧୬ ଅକ୍ଟୋବରରେ ମା’ କାତ୍ୟାୟନୀଙ୍କ ଆରାଧନା କରି ଆଶୀର୍ବାଦ ଲାଭ କରନ୍ତୁ।

(Disclaimer: ଏହି ସାମଗ୍ରୀ ଜ୍ୟୋତିଷୀୟ ଗଣନା, ପାରମ୍ପରିକ ମାନ୍ୟତା ଏବଂ ବିଭିନ୍ନ ଭବିଷ୍ୟଫଳ ପଦ୍ଧତିର ବ୍ୟାଖ୍ୟା ଉପରେ ଆଧାରିତ। ରାଶିଫଳରେ ଦିଆଯାଇଥିବା ସୂଚନା ସାଧାରଣ ଜ୍ୟୋତିଷୀୟ ଆକଳନ ଅଟେ। ଆପଣଙ୍କ କୌଣସି ଆପତ୍ତି ପାଇଁ ZEE ODISHA NEWS ଦାୟୀ ରହିବ ନାହିଁ)

Add Zee News as a Preferred Source
TAGS:

About the Author

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ZEENEWS TRENDING STORIES