SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

November 2026 Astrology:ନଭେମ୍ବର ପ୍ରଥମ ସପ୍ତାହରୁ ଚମକିବ ୪ରାଶିଙ୍କ ଭାଗ୍ୟ, ମିଳିବ ଶୁଭ ଖବର...

November 2026 Astrology: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ନଭେମ୍ବର ୩ ତାରିଖ ଦିନ ସକାଳ ୫ଟା ୫୩ ମିନିଟ୍ ସମୟରେ ବୁଧ ସ୍ବାତୀ ନକ୍ଷତ୍ରକୁ ତଳନ କରିବେ। ବୁଧଙ୍କ ଏହି ଚଳନ କିଛି ରାଶି ପାଇଁ ବେଶ୍ ଲାଭଦାୟୀ ପ୍ରମାଣିତ ହେବ। ଯଦି ଜାତକରେ ବୁଧଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି ଅମାପ ଧନଐଶ୍ବର୍ଯ୍ୟର ଅଧିକାରୀ ହୋଇଥାଏ। ତେବେ, ଆସନ୍ତୁ ଜାଣିବା ବୁଧଙ୍କ ଏହି ଚଳନ କେଉଁ ରାଶିଙ୍କ ପାଇଁ ବେଶ୍ ଫଳଦାୟୀ ରହିବ।

Written By Narmada Behera Edited By Narmada Behera
Published: Oct 29, 2026, 12:01 PM IST | Updated: Oct 29, 2026, 12:05 PM IST
Image Credit: Representative - AI / Social Media
Join

November 2026 Astrology: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ନଭେମ୍ବର ୩ ତାରିଖ ଦିନ ସକାଳ ୫ଟା  ୫୩ ମିନିଟ୍ ସମୟରେ ବୁଧ ସ୍ବାତୀ ନକ୍ଷତ୍ରକୁ ତଳନ କରିବେ। ବୁଧଙ୍କ ଏହି ଚଳନ କିଛି ରାଶି ପାଇଁ ବେଶ୍ ଲାଭଦାୟୀ ପ୍ରମାଣିତ ହେବ। ଯଦି ଜାତକରେ ବୁଧଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି ଅମାପ ଧନଐଶ୍ବର୍ଯ୍ୟର ଅଧିକାରୀ ହୋଇଥାଏ। ତେବେ, ଆସନ୍ତୁ ଜାଣିବା ବୁଧଙ୍କ ଏହି ଚଳନ କେଉଁ ରାଶିଙ୍କ ପାଇଁ ବେଶ୍ ଫଳଦାୟୀ ରହିବ।

ବୃଷ-: ବୁଧଙ୍କ କୃପାରୁ ଏହି ରାଶିଙ୍କ ଭାଗ୍ୟ ଉଦୟ ହେବ। ଆର୍ଥିକ ସ୍ଥିତି ଭଲ ରହିବ। କର୍ମକ୍ଷେତ୍ରରେ ପ୍ରଶଂସା ସାଉଁଟିବେ। ପଦୋନ୍ନତି ମିଳିବା ସହ ଦରମାରେ ବୃଦ୍ଧି ହେବ।  ଦିର୍ଘ ଦିନ ଧରି ପଡି଼ ରହିଥିବା କାର୍ଯ୍ୟ ପୂରା ହେବ।   ବ୍ୟବସାୟରେ ବଡ଼ ଧରଣର ଲାଭ ହେବା ସହ ନିଜ ସନ୍ତାନଙ୍କ ଠାରୁ ଗୁଡ୍ ନ୍ୟୁଜ୍ ମିଳିବ। ସ୍ବାସ୍ଥ୍ୟ ଭଲ ରହିବ। ପିତାମାତାଙ୍କ ସହ ହୋଇଥିବା ମନୋମାଳିନ୍ୟ ଦୂର ହେବ।


ମିଥୁନ-:ବୁଧଙ୍କ ବିଶେଷ ଆର୍ଶିବାଦ  ଏହି ରାଶି ଉପରେ ରହିବ। ଚାକିରି କରୁଥିବା ଲୋକେ ଙ୍କୁ କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳିବା ସହ ନୂତନ ଚାକିରି ଅଫର ମିଳିବ। ବ୍ୟବସାୟୀଙ୍କ ଲାଗି ସମୟ ଅନୁକୂଳ ରହିବ। ପରିବାର ସହ ଦୂର ଯାତ୍ରା କରିବେ। ଧାର୍ମିକ ସ୍ଥଳ ଯାତ୍ରା କରିପାରନ୍ତି। କୌଣସି ଗୁରୁତ୍ବପୂର୍ଣ୍ଣ ନିସ୍ପତ୍ତି ନେବାରୁ ଦୂରେଇ ରୁହନ୍ତୁ। ପୁରୁଣା ନିବେଶରୁ ଲାଭବାନ୍ ହେବେ।


ସିଂହ-: ବୁଧଙ୍କ ବିଶେଷ କୃପା ଏହି ରାଶିଙ୍କ ଭାଗ୍ୟ ଉଦୟ କରିବ। ବିଶେଷକରି, କ୍ୟାରିୟର ଦୃଷ୍ଟିକୋଣରୁ ସମୟ ଅନୁକୂଳ ରହିବ। ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା ରଖିଥିବା ବ୍ୟକ୍ତିମାନଙ୍କ ଲାଗି ଶୁଭ ରହିବ। ଚାକିରିଆଙ୍କ ପାଇଁ ସମୟ ଅନୁକୂଳ ରହିବ। ନିଜର ଦକ୍ଷତା ଓ ପରିଶ୍ରମ ଦ୍ବାରା ସରକାରୀ ଚାକିରି ଲାଗି ପ୍ରସ୍ତୁତ ହେଉଥିବା ଆଶାୟୀଙ୍କ ଆଶା ପୂରା ହେବ। ସ୍ବାସ୍ଥ୍ୟ ଭଲ ରହିବା ସହ ପରିବାରରେ କୌଣସି ପ୍ରକାର ଶୁଭ କାର୍ଯ୍ୟ ହୋଇପାରେ।  ନୂଆ ଘର ଓ ଗାଡି଼ କିଣିପାରନ୍ତି।


ତୁଳା-: ବୁଧଙ୍କ ନକ୍ଷତ୍ର ଗୋଚର ଏହି ରାଶିଙ୍କ ଭାଗ୍ୟ ଉଦୟ କରିବ। କର୍ମକ୍ଷେତ୍ରରେ ଲାଗି ରହିଥିବା ବିବାଦ ଦୂର ହେବ। କର୍ମକ୍ଷେତ୍ରରେ ସମସ୍ତଙ୍କ ସାହାର୍ଯ୍ୟ ସହଯୋଗ ମିଳିବ। ରିୟଲି-ଇ-ଷ୍ଟେଟ୍ ରେ ଥିବା ଲୋକଙ୍କୁ ଅଧିକ ଲାଭ ମିଳିବ। ସେୟାର ମାର୍କେଟ୍ ରୁ ଲାଭ ପାଇବେ। ବୁଦ୍ଧିମାନ୍ ପ୍ରୟାସ ଆପଣଙ୍କୁ ସକରାତ୍ମକ ଫଳାଫଳ ଦେବ। ପ୍ରତ୍ୟକ କାର୍ଯ୍ୟରେ ଆତ୍ମ ବିଶ୍ବାସ ବୃଦ୍ଧି ପାଇବ। ଏହି ରାଶିର ଲୋକେ ପ୍ରେମରେ ପଡି଼ପାରନ୍ତି।

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)

 

 

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES