SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Lucky Zodiac Signs: ନଭେମ୍ବର ମାସରେ ଚମକିବ ୪ରାଶିର ଭାଗ୍ୟ

November 2026 Lucky Zodiac Signs: ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଚଳିତ ବର୍ଷ ନଭେମ୍ବର ମାସଟି ୪ଟି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି ।

Written By Soubhagya Ranjan Mishra Edited By Soubhagya Ranjan Mishra
Published: Oct 23, 2026, 04:16 PM IST | Updated: Oct 23, 2026, 04:20 PM IST
Image Credit: November 2026 Lucky Zodiac Signs
Join

November 2026 Lucky Zodiac Signs:  ଗ୍ରହ-ନକ୍ଷତ୍ର ଚଳନ ଦୃଷ୍ଟିକୋଣରୁ ନଭେମ୍ବର ୨୦୨୬ କିଛି ରାଶି ପାଇଁ ଅତ୍ୟନ୍ତ ବିଶେଷ ସାବ୍ୟସ୍ତ ହେବ। କାରଣ ଏହି ମାସରେ ଗ୍ରହ ସେନାପତି ମଙ୍ଗଳ ସିଂହ ରାଶିରେ ଚଳନ କରିବେ ଏବଂ ଦେବ ବୃହସ୍ପତି ମାସ ସାରା ସିଂହ ରାଶିରେ ହିଁ ରହିବେ। ସୂର୍ଯ୍ୟ ଦେବ ୧୬ ନଭେମ୍ବର ପର୍ଯ୍ୟନ୍ତ ତୁଳା ରାଶିରେ ରହିବେ ଏବଂ ତାପରେ ବିଛା ରାଶିରେ ଚଳନ କରିବେ। ବୁଧ ତୁଳା ରାଶିରେ ରହିବେ ଏବଂ ନ୍ୟାୟର ଦେବତା ଶନି ମୀନ ରାଶିରେ ବିରାଜମାନ କରିବେ । କେବଳ ସେତିକି ନୁହେଁ, ଶୁକ୍ର ୬ ନଭେମ୍ବରରେ କନ୍ୟା ରାଶିକୁ ଏବଂ ୨୨ ନଭେମ୍ବରରେ କନ୍ୟାରୁ ବାହାରି ତୁଳା ରାଶିରେ ଚଳନ କରିବେ। ଜାଣନ୍ତୁ ଗ୍ରହ-ନକ୍ଷତ୍ରର ଏହି ସ୍ଥିତି କେଉଁ ସବୁ ରାଶି ପାଇଁ ଶୁଭ ସାବ୍ୟସ୍ତ ହେବାର ସମ୍ଭାବନା ରହିଛି ।

ମେଷ ରାଶି
ନଭେମ୍ବର ମାସଟି ଆପଣଙ୍କ ପାଇଁ ଚମତ୍କାର ସାବ୍ୟସ୍ତ ହୋଇପାରେ । ବିଭିନ୍ନ ସୁତ୍ରରୁ ବମ୍ପର ଲାଭ ମିଳିବାର ଯୋଗ ବନୁଛି। ଆପଣଙ୍କ ଆତ୍ମବିଶ୍ୱାସ ବଢିବାକୁ ଲାଗିବ । ନିଜ ମଧ୍ୟରେ ନିଷ୍ପତ୍ତି ନେବାର କ୍ଷମତା ବଢ଼ିବ। ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି । ଯଦି ଆପଣ ନୂଆ ଚାକିରି ଖୋଜୁଛନ୍ତି ତେବେ ଖୁସି ଖବର ମିଳିପାରେ । ପୂର୍ବରୁ କରାଥିବା ନିବେଶରୁ ଏହି ସମୟରେ ଅପ୍ରତ୍ୟାଶିତ ଆର୍ଥିକ ଲାଭ ମିଳିପାରେ । ପ୍ରେମ ଜୀବନରେ କୌଣସି ଖାସ୍ ବ୍ୟକ୍ତିଙ୍କ ଏଣ୍ଟ୍ରି ହୋଇପାରେ।

ସିଂହ ରାଶି
ନଭେମ୍ବର ମାସଟି ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ । କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ କାମକୁ ତଥା ପରିଶ୍ରମକୁ ପ୍ରଶଂସା ମିଳିବ। ଅଫିସର ଉଚ୍ଚ ପଦାଧିକାରୀଙ୍କ ସହ ଆପଣଙ୍କ ସମ୍ପର୍କ ମଜବୁତ ହେବାକୁ ଲାଗିବ। ବ୍ୟବସାୟ କରୁଥିଲେ କୌଣସି ବଡ଼ ଡିଲ୍ ଫାଇନାଲ୍ ହେବାର ସମ୍ଭାବନା ରହିଛି । ଆୟର ନୂଆ ଉତ୍ସ ସୃଷ୍ଟି ହେବ। ଜୀବନସାଥୀଙ୍କ ସହ ସମ୍ପର୍କ ଆହୁରି ମଧୁରମୟ ହେବ। ଦୂରଯାତ୍ରାର ସମ୍ଭାବନା ରହିଛି ।

ବିଛା ରାଶି
ଆପଣଙ୍କ ପାଇଁ ନଭେମ୍ବର ମାସଟି ବରଦାନ ସଦୃଶ ହୋଇପାରେ। କୌଣସି କାମ ଅଟକି ରହିଥିଲେ ତାହା ଶେଷ ହେବାକୁ ଲାଗିବ । ନୂଆ ପ୍ରୋଜେକ୍ଟ ମିଳିବାର ସମ୍ଭାବନା ରହିଛି। ରୋଜଗାରରେ ଉନ୍ନତି ଆସିବ। କୌଣସି ସ୍ଥାନରେ ଟଙ୍କା ଫସି ରହିଥିଲେ ତାହା ଫେରି ପାଇବାର ସମ୍ଭାବନା ଅଛି । ପ୍ରେମ ଜୀବନରେ କୌଣସି ଭୁଲ ବୁଝାମଣା ଥିଲେ ତାହା ଦୂର ହେବ। କୌଣସି ସୁତ୍ରରୁ ହଠାତ୍ ଧନ ପ୍ରାପ୍ତି ହୋଇପାରେ ।

କୁମ୍ଭ ରାଶି
ନଭେମ୍ବର ମାସ ଆପଣଙ୍କ ପାଇଁ ଚମତ୍କାର ସାବ୍ୟସ୍ତ ହୋଇପାରେ। ବିଭିନ୍ନ କ୍ଷେତ୍ରରେ ସଫଳତା ମିଳିବାର ସମ୍ଭାବନା ରହିଛି। ଆର୍ଥିକ ଦୃଷ୍ଟିରୁ ସୁଦୃଢ ହେବେ । କୋର୍ଟ-କଚେରୀ ସହ ଜଡ଼ିତ କୌଣସି ବାଦ ବିବାଦ ଥିଲେ ସେଥିରେ ସଫଳତା ମିଳିପାରେ। ଚାକିରି ଖୋଜୁଥିଲେ ମିଳିବାର ସମ୍ଭାବନା ଅଧିକ । ବ୍ୟବସାୟରେ ଭଲ ଲାଭ ମିଳିପାରେ। ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ ସମୟ ଅନୁକୂଳ।

(Disclaimer: ଏହି ଲେଖାଟି ଜ୍ୟୋତିଷୀୟ ଗଣନା, ପାରମ୍ପରିକ ମାନ୍ୟତା ଏବଂ ବିଭିନ୍ନ ଭବିଷ୍ୟଫଳ ପଦ୍ଧତିର ବ୍ୟାଖ୍ୟା ଉପରେ ଆଧାରିତ। ରାଶିଫଳରେ ଦିଆଯାଇଥିବା ସୂଚନା ସାଧାରଣ ଜ୍ୟୋତିଷୀୟ ଆକଳନ ଅଟେ। ବ୍ୟକ୍ତି ବିଶେଷଙ୍କ ଉପରେ ଏହାର ପ୍ରଭାବ ସେମାନଙ୍କ ଜନ୍ମ କୁଣ୍ଡଳୀ, ଗ୍ରହର ସ୍ଥିତି, ଦଶା ଏବଂ ଅନ୍ୟାନ୍ୟ ବ୍ୟକ୍ତିଗତ କାରକ ଅନୁଯାୟୀ ଭିନ୍ନ ହୋଇପାରେ। ଏହାକୁ କୌଣସି ନିଶ୍ଚିତ ପରିଣାମ, ଦାବି କିମ୍ବା ନିଷ୍ପତ୍ତିର ଆଧାର ଭାବେ ଗ୍ରହଣ କରାଯିବା ଉଚିତ ନୁହେଁ।)

Add Zee News as a Preferred Source
TAGS:

About the Author

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ZEENEWS TRENDING STORIES