Astro Tips: ଅକ୍ଟୋବରରେ ପଡୁଛି ଦୁର୍ଲଭ ଯୋଗ! ଏହିସବୁ ରାଶିଙ୍କର ହେବ ଭାଗ୍ୟ ଉଦୟ
Astro Tips: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ,ଅକ୍ଟୋବର ମାସରେ କିଛି ବଡ଼ ଗ୍ରହ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି।
Astro Tips: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ,ଅକ୍ଟୋବର ମାସରେ କିଛି ବଡ଼ ଗ୍ରହ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ବୁଧ ଅକ୍ଟୋବର ୩ ତାରିଖ ଦିନ ତୁଳା ରାଶିରେ ପ୍ରବେଶ କରିବେ। ଏବଂ ଅକ୍ଟୋବର ୯ରେ ଶୁକ୍ର ମଧ୍ୟ ସେହି ରାଶିକୁ ଚଳନ କରିବେ। ଏବଂ ସୂର୍ଯ୍ୟ ଅକ୍ଟୋବର ୧୭ ତାରିଖରେ ତୁଳା ରାଶିକୁ ଚଳନ କରିବେ। ଗୋଟିଏ ରାଶିରେ ତିନି ଗ୍ରହଙ୍କ ମିଳନ ଦୁର୍ଲଭ ଯୋଗ ସୃଷ୍ଟି କରୁଛି। ଏହି ଦୁର୍ଲଭ ଯୋଗ କିଛି ରାଶି ପାଇଁ ଶୁଭଫଳ ପ୍ରଦାନ କରିବ। ତେବେ, ଆସନ୍ତୁ ଜାଣିବା କେଉଁ ରାଶିଙ୍କ ଭାଗ୍ୟ ଚମକାଇବାକୁ ଯାଉଛି ।
କନ୍ୟା-: ଅକ୍ଟୋବର ମାସରେ ପଡୁଥିବା ଏହି ଦୁର୍ଲଭ ଯୋଗ କିଛି ରାଶିଙ୍କ ପାଇଁ ବେଶ ଫଳଦାୟୀ ରହିବ। ବିଶେଷକରି, ଆର୍ଥିକ ସ୍ଥିତି ଭଲ ରହିବ। ଏହି ସମୟ ବ୍ୟବସାୟୀଙ୍କ ପାଇଁ ବେଶ୍ ଅନୁକୂଳ ରହିବ। ନୂଆ ବ୍ୟବସାୟ ଆରମ୍ଭ କଲେ ଅଧିକ ଟଙ୍କା ଲାଭ ପାଇବେ। ମାନସିକ ଚାପରୁ ମୁକ୍ତି ପାଇବେ। ଦିର୍ଘ ଦିନ ଧରି ଅଧା ରହିଥିବା କାର୍ଯ୍ୟକୁ ଶେଷ କରିବାରେ ସଫଳ ହେବେ। ପ୍ରତ୍ୟକ କାର୍ଯ୍ୟରେ ପରିବାରର ସମର୍ଥନ ମିଳିବ। ଦିର୍ଘ ଦିନ ଧରି, କର୍ମକ୍ଷେତ୍ରରେ ଚାଲିଥିବା ସମସ୍ୟାର ଅନ୍ତ ଘଟିବ।
ବିଛା-: ଅକ୍ଟୋବର ମାସରେ ପଡୁଥିବା ଏହି ଦୁର୍ଲଭ ଯୋଗ କିଛି ରାଶିଙ୍କ ପାଇଁ ବେଶ୍ ଲାଭଦାୟୀ ରହିବ। ବିଶେଷକରି,ଏହି ସମୟ ମଧ୍ୟରେ ଆପଣଙ୍କ ପ୍ରେମ ଜୀବନ ବେଶ୍ ଭଲ ରହିବ। କ୍ୟାରିୟରରେ ସଫଳତା ମିଳିବା ସହ ବାକି ପଡିଥିବା ଟଙ୍କା ମିଳିବ। ବ୍ୟବସାୟରେ ବଡ଼ ଡିଲ୍ ଫାଇନାଲ୍ କରିବେ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ପାଇବେ। ନୂଆ ଘର କିମ୍ବା ଜମି କିଣିବାର ସମ୍ଭାବନା ରହିଛି। ସ୍ବାସ୍ଥ୍ୟ ଭଲ ରହିବ।
ଧନୁ-:ଅକ୍ଟୋବର ମାସରେ ପଡୁଥିବା ଦୁର୍ଲଭ ଯୋଗ ଏହି ରାଶି ପାଇଁ ବେଶ୍ ଶୁଭଦାୟୀ ପ୍ରମାଣିତ ହେବ। ବିଶେଷକରି, ଏହି ସମୟରେ କର୍ମକ୍ଷେତ୍ରରେ ପଦୋନ୍ନତି ହେବାର ସମ୍ଭାବନା ରହିଛି। କୌଣସି ବିଦେଶ ଯାତ୍ରାରେ ଯାଇପାରନ୍ତି। ଜୀବନ ସାଥୀଙ୍କ ସହ ହୋଇଥିବା ମନୋମାଳିନ୍ୟ ଦୂର ହେବ। କମ୍ପିଟେଟିଭ୍ ଏକଜାମ୍ ପାଇଁ ପ୍ରସ୍ତୁତ ହେଉଥିବା ଆଶାୟୀଙ୍କ ପାଇଁ ସମୟ ଅନୁକୂଳ ରହିବ। ଭଲ ରେଜଲ୍ଟ କରିବେ। ରିୟଲି-ଇ-ଷ୍ଟେଟ୍ କ୍ଷେତ୍ରରେ କାର୍ଯ୍ୟରତ ଲୋକେ ବଡ଼ ଡିଲ୍ ଫାଇନାଲ୍ କରିବେ।
(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)