Pitru Paksha 2026: ପିତୃପକ୍ଷରେ ପଡି଼ଛି ଦୁର୍ଲଭ ଯୋଗ,ଚମକିବ ଏହି ୪ରାଶିଙ୍କ ଭାଗ୍ୟ ସହ ମିଳିବ ଖୁସି ଖବର
ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ, ସେପ୍ଟେମ୍ବର ୨୬ ତାରିଖରୁ ଆରମ୍ଭ କରି ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ଏହି ପିତୃପକ୍ଷ ଚାଲିବ।
Pitru Paksha 2026: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ, ସେପ୍ଟେମ୍ବର ୨୬ ତାରିଖରୁ ଆରମ୍ଭ କରି ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ଏହି ପିତୃପକ୍ଷ ଚାଲିବ। ଏହି ଅବସରରେ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଦିଆଯିବାର ପରମ୍ପରା ରହିଛି। ଏହି ପିତୃପକ୍ଷର ଶୁଭ ଅବସରରେ ବୁଧ ତୁଳା ରାଶି ରେ ପ୍ରବେଶ କରିଥିବା ବେଳେ ଶୁକ୍ର ସେହି ରାଶିରେ ପୂର୍ବରୁ ବିରାମଜମାନ ଅଛନ୍ତି। ଗୋଟିଏ ରାଶିରେ ୨ ଗ୍ରହଙ୍କ ମିଳନ ଲକ୍ଷ୍ମୀ ନାରାୟଣ ରାଜଯୋଗ ସୃଷ୍ଟି କରିଛି। ଏହି ଶୁଭ ବା ଦୁର୍ଲଭ ଯୋଗ କିଛି ରାଶିଙ୍କ ଭାଗ୍ୟ ଚମକାଇବ। ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...
ମିଥୁନ-: ପିତୃପକ୍ଷରେ ପଡିଥିବା ଦୁର୍ଲଭ ଯୋଗ ଏହି ରାଶିଙ୍କ ଭାଗ୍ୟ ଉଦୟ କରିବ। ବିଶେଷ କରି,ଆର୍ଥିକ ସ୍ଥିତି ଭଲ ରହିବା ସହ କର୍ମକ୍ଷେତ୍ରରେ ପଦୋନ୍ନତି ହେବ। ଯେଉଁମାନେ ବ୍ୟବସାୟ କରୁଛନ୍ତି। ସେମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ବ୍ୟବସାୟରେ ଅପ୍ରତ୍ୟାଶିତ ଲାଭ ମିଳିବ। ବାଣିଜ୍ୟ ବ୍ୟବସାୟରେ ଲାଗି ଥିବା ସମସ୍ୟା ଦୂର ହେବ।
ତୁଳା-: ପିତୃପକ୍ଷରେ ପଡୁଥିବା ଦୁର୍ଲଭ ଯୋଗ ଏହି ରାଶିଙ୍କ ପାଇଁ ବେଶ୍ ଲାଭଦାୟୀ ପ୍ରମାଣିତ ହେବ। ଏହି ସମୟ ମଧ୍ୟରେ ଭାଗ୍ୟର ପୂର୍ଣ୍ଣ ସମର୍ଥନ ପାଇବେ। କୌଣସି ଗୁରୁତ୍ବପୂର୍ଣ୍ଣ ନିସ୍ପତ୍ତି ନେଇପାରନ୍ତି। କର୍ମକ୍ଷେତ୍ରରେ ସମ୍ମାନୀତ ହେବା ସହ ସମାଜରେ ମାନ ସମ୍ମାନ ବଢିବ। ଆର୍ଥିକ ଲାଭ ହେବାର ସମ୍ଭାବନା ରହିଛି। ଏକ ବଡ଼ ଡିଲ୍ ଫାଇନାଲ୍ ହୋଇପାରେ।
ମକର-: ପିତୃପକ୍ଷରେ ପଡୁଥିବା ଦୁର୍ଲଭ ଯୋଗ ଏହି ରାଶିଙ୍କ ପାଇଁ ବେଶ୍ ଶୁଭଦାୟୀ ରହିବ। ବରିଷ୍ଠ ଅଧିକାରୀଙ୍କ ଠାରୁ ପ୍ରଶଂସା ପାଇବେ। ଯେଉଁମାନେ ନୂଆ କରି ଚାକିରି ଖୋଜୁଛନ୍ତି,ସେମାନେ କୌଣସି ଏକ ସଂସ୍ଥାରୁ ଭଲ ଅଫର ପାଇପାରନ୍ତି। କୌଣସି ନୂଆ ଘର କିମ୍ବା ଜମି କ୍ରମ କରିପାରନ୍ତି। ସ୍ବାସ୍ଥ୍ୟ ଭଲ ରହିବା ସହ ମାନସିକ ସ୍ଥିତି ଭଲ ରହିବ। କୌଣସି ପ୍ରକାର ଖୁସି ଖବର ପାଇ ପାରନ୍ତି।
କୁମ୍ଭ-:ପିତୃପକ୍ଷରେ ପଡିଥିବା ଦୁର୍ଲଭ ଯୋଗ ଏହି ରାଶିଙ୍କ ପାଇଁ ବେଶ୍ ଫଳଦାୟୀ ପ୍ରମାଣିତ ହେବ। ପିତୃପୁରୁଷଙ୍କ ଆର୍ଶିବାଦରୁ ଅଧା ରହିଥିବା କାର୍ଯ୍ୟ ପୂରା ହେବ। ଏହି ସମୟରେ ପ୍ରାଇଭେଟ୍ ସେକ୍ଟରରେ କାମ କରୁଥିବା ଲୋକଙ୍କ ପାଇଁ ବେଶ୍ ଅନୁକୂଳ ରହିବ। ପୂଜା ବୋନସ୍ ମିଳିବା ସହ ବରିଷ୍ଠ ଅଧିକାରୀଙ୍କ ସମର୍ଥନ ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ। ସ୍ବାସ୍ଥ୍ୟ ଭଲ ରହିଲେ ମଧ୍ୟ ପିତାମାତାଙ୍କ ସ୍ବାସ୍ଥ୍ୟକୁ ନେଇ ଟେନସନ୍ ରେ ରହିବେ। ନିଜ ସନ୍ତାନ ଠାରୁ ଗୁଡ୍ ନ୍ୟୁଜ୍ ମିଳିବ।
Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)