Pratiyuti Yog 2026: ପ୍ରତିୟୁତି ଯୋଗ ବଦଳାଇବ ଏହିସବୁ ରାଶିଙ୍କ ଭାଗ୍ୟ, ବର୍ଷ ଶେଷ ଯାଏଁ ମାଲାମାଲ୍ ହେବା ସହ...
ସୂର୍ଯ୍ୟ କନ୍ୟା ରାଶିରେ ଥିବା ବେଳେ ଶନି କୁମ୍ଭ ରାଶିରେ ବିରାଜମାନ ଅଛନ୍ତି। ଶନି ସୂର୍ଯ୍ୟଙ୍କ ଠାରୁ ୧୮୦ ଡିଗ୍ରୀ ଦୂରତାରେ ଅଛନ୍ତି। ଫଳରେ ପ୍ରତିୟୁତି ଯୋଗ ସୃଷ୍ଟି ହେଉଛି। ଏହି ପ୍ରତିୟୁତି ଯୋଗ କିଛି ରାଶିଙ୍କ ପାଇଁ ବେଶ୍ ଲାଭଦାୟୀ ରହିବ।
Pratiyuti Yog 2026: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏ-କ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ସୂର୍ଯ୍ୟ କନ୍ୟା ରାଶିରେ ଥିବା ବେଳେ ଶନି କୁମ୍ଭ ରାଶିରେ ବିରାଜମାନ ଅଛନ୍ତି। ଶନି ସୂର୍ଯ୍ୟଙ୍କ ଠାରୁ ୧୮୦ ଡିଗ୍ରୀ ଦୂରତାରେ ଅଛନ୍ତି। ଫଳରେ ପ୍ରତିୟୁତି ଯୋଗ ସୃଷ୍ଟି ହେଉଛି। ଏହି ପ୍ରତିୟୁତି ଯୋଗ କିଛି ରାଶିଙ୍କ ପାଇଁ ବେଶ୍ ଲାଭଦାୟୀ ରହିବ। ଯଦି ଜାତକରେ ଶନି ଓ ସୂର୍ଯ୍ୟଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି ଅମାପ ଧନ-ଐଶ୍ବର୍ଯ୍ୟର ଅଧିକାରୀ ହୋଇଥାଏ। ତେବେ, ଆସନ୍ତୁ ଜାଣିବା ଆଜିଠାରୁ କେଉଁ ରାଶିଙ୍କ ଭାଗ୍ୟ ଚମକିବାକୁ ଯାଉଛି।...
ମେଷ-: ପ୍ରତିୟୁତି ଯୋଗ ଏହି ରାଶିଙ୍କ ଭାଗ୍ୟ ଚମକାଇବ। ବିଶେଷକରି, ଏହି ସମୟରେ ଆର୍ଥିକ ସ୍ଥିତି ଭଲ ରହିବ। କର୍ମକ୍ଷେତ୍ରରେ ସଫଳତା ହାସଲ କରିବେ। ଆୟ ବଢିବା ସହ ସମାଜରେ ମାନ ସମ୍ମାନ ବୃଦ୍ଧି ହେବ। ବିଭିନ୍ନ ଉତ୍ସରୁ ଟଙ୍କା ଆସିବ। ବ୍ୟବସାୟରେ ଭଲ ଦି-ପଇସା ଲାଭ ହେବ। ଯେଉଁମାନେ ବିଦେଶରେ ଚାକିରି କରିବା ପାଇଁ ସ୍ବପ୍ନ ଦେଖୁଛନ୍ତି। ସେମାନଙ୍କ ଆଶା ପୂରଣ ହେବ।
ସିଂହ-: ପ୍ରତିୟୁତି ଯୋଗ ଏହି ରାଶି ପାଇଁ ଅତ୍ୟନ୍ତ ଶୁଭଦାୟୀ ପ୍ରମାଣିତ ହେବ। ଆର୍ଥିକ ସ୍ଥିତି ଭଲ ରହିବ। ବିଭିନ୍ନ ଉତ୍ସରୁ ଟଙ୍କା ଆସିବ। ସରକାରୀ ଚାକିରି କରୁଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ରହିବ। ପଦୋନ୍ନତି ସହ ଦରମା ରେ ବୃଦ୍ଧି ଘଟିବ। ପୈତୃକ ସମ୍ପତ୍ତିରୁ ଲାଭ ଉଠାଇବେ। ବ୍ୟବସାୟୀମାନେ ନୂଆ ବ୍ୟବସାୟ ଆରମ୍ଭ କରିବେ। ଯେଉଁଥିରୁ ମୋଟାଅଙ୍କର ଲାଭ ପାଇବେ। ଶତ୍ରୃଙ୍କ ଉପରେ ବିଜୟ ଲାଭ କରିବେ।
ମକର-: ମକର ରାଶିଙ୍କ ପାଇଁ ଏହି ଦୁର୍ଲଭ ଯୋଗ ବେଶ୍ ଲାଭଦାୟୀ ରହିବ। ବିଶେଷକରି, ଆର୍ଥିକ ସ୍ଥିତି ଭଲ ରହିବ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି। ଦିର୍ଘ ଦିନ ଧରି ପଡି ରହିଥିବା କାର୍ଯ୍ୟକୁ ସୁରୁଖୁରୁରେ ଶେଷ କରିବେ। ନିଜ ସନ୍ତାନମାନଙ୍କ ଠାରୁ ଖୁସି ଖବର ଶୁଣି ପାରନ୍ତି। ପୁରୁଣା ନିବେଶରୁ ଲାଭ ଉଠାଇବେ। ନୂଆ ଘର କିମ୍ବା ଜମି କିଣିବେ।
କୁମ୍ଭ-: ଆଜିଠାରୁ କୁମ୍ଭ ରାଶିଙ୍କ ଭାଗ୍ୟ ଚମକିବ। ଯେଉଁମାନେ ଦିର୍ଘ ଦିନ ଧରି କମ୍ପିଟେଟିଭ୍ ଏକଜାମ୍ ଦେଉଛନ୍ତି। ସେମାନେ ଏହି ସମୟରେ ଭଲ ରେଜଲ୍ଟ ପାଇବେ। ଆର୍ଥିକ ସ୍ଥିତି ଆଗ ଅପେକ୍ଷା ଭଲ ହେବ। ବକେୟା ଅର୍ଥ ମିଳିବ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ନୂଆ ଗାଡି କିଣି ପାରନ୍ତି।
(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)