SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Shukra Gochar 2026: ଏହି ତିନି ରାଶିଙ୍କୁ ଶୁଭଫଳ ଦେବେ ଶୁକ୍ର, ରହିବନି ଧନ ସମ୍ପତ୍ତିର ଅଭାବ!

Shukra Gochar 2026: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ, ପ୍ରେମ , ସୌନ୍ଦର୍ଯ୍ୟ, ଆର୍ଥିକ ଓ ବିଳାସର କାରକ ଶୁକ୍ର ବର୍ତ୍ତମାନ ତୁଳା ରାଶିରେ ଅସ୍ତ ହୋଇଥିବା ବେଳେ ଅକ୍ଟୋବର ୨୯ ରୁ ସେହି ରାଶିରେ ପୁଣି ଉଦୟ ହେବ। ଶୁକ୍ରଙ୍କ ଏ-ହି ଗୋଚର କିଛି ରାଶିଙ୍କ ପାଇଁ ବେଶ୍ ଲାଭଦାୟୀ ପ୍ରମାଣିତ ହେବ। ଯଦି,ଜାତକରେ ଶୁକ୍ରଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି ଅମାପ ଧନ-ଐଶ୍ବର୍ଯ୍ୟର ଅଧିକାରୀ ହୋଇଥାଏ। ତେବେ, ଆସନ୍ତୁ ଜାଣିବା କେଉଁ ରାଶିଙ୍କ ଭାଗ୍ୟ ଚମକିବାକୁ ଯାଉଛି।...

Written By Narmada Behera Edited By Narmada Behera
Published: Oct 26, 2026, 10:38 AM IST | Updated: Oct 26, 2026, 10:41 AM IST
Image Credit: Shukra Gochar 2026: ଏହି ତିନି ରାଶିଙ୍କୁ ଶୁଭଫଳ ଦେବେ ଶୁକ୍ର, ରହିବନି ଧନ ସମ୍ପତ୍ତିର ଅଭାବ!
Join

Shukra Gochar 2026: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ, ପ୍ରେମ , ସୌନ୍ଦର୍ଯ୍ୟ, ଆର୍ଥିକ ଓ ବିଳାସର କାରକ ଶୁକ୍ର ବର୍ତ୍ତମାନ ତୁଳା ରାଶିରେ ଅସ୍ତ ହୋଇଥିବା ବେଳେ ଅକ୍ଟୋବର ୨୯ ରୁ ସେହି ରାଶିରେ ପୁଣି ଉଦୟ ହେବ। ଶୁକ୍ରଙ୍କ ଏ-ହି ଗୋଚର କିଛି ରାଶିଙ୍କ ପାଇଁ ବେଶ୍ ଲାଭଦାୟୀ ପ୍ରମାଣିତ ହେବ। ଯଦି,ଜାତକରେ ଶୁକ୍ରଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି ଅମାପ ଧନ-ଐଶ୍ବର୍ଯ୍ୟର ଅଧିକାରୀ ହୋଇଥାଏ। ତେବେ, ଆସନ୍ତୁ ଜାଣିବା କେଉଁ ରାଶିଙ୍କ ଭାଗ୍ୟ ଚମକିବାକୁ ଯାଉଛି।...


ବୃଷ-: ଶୁକ୍ରଙ୍କ ଉଦୟ ଏହି ରାଶି ପାଇଁ ବେଶ୍ ଫଳଦାୟୀ ରହିବ। ବିଶେଷକରି,ଆର୍ଥିକ ସ୍ଥିତି ଭଲ ରହିବ। କୌଣସି ବଡ଼ ଡିଲ୍ ବ୍ୟବସାୟରେ ଫାଇନାଲ୍ ହେବ। ପାର୍ଟରସପିପ୍ ରେ ଚାଲିଥିବା ବ୍ୟବସାୟରୁ ମୋଟାଅଙ୍କର ଲାଭ ମିଳିବ। କର୍ମକ୍ଷେତ୍ରରୁ ଏକ ବଡ଼ ଦାୟିତ୍ବ ମିଳିପାରେ। ପୁରୁଣା ବିନିଯୋଗରୁ ଲାଭବାନ୍ ହେବେ।  ଦିର୍ଘ ଦିନ ଧରି ଅଟକି ରହିଥିବା କାର୍ଯ୍ୟ ସୁରୁଖୁରୁରେ ଶେଷ ହେବ। ପୌତୃକ ସମ୍ପତ୍ତିରୁ ଲାଭବାନ୍ ହେବେ। ଯେଉଁ ଆଶାୟୀମାନେ ଦିର୍ଘ ଦିନ ଧରି ସରକାରୀ ଚାକିରି କରିବା ପାଇଁ ପ୍ରୟାସ୍ ଜାରି ରଖିଛନ୍ତି। ସେମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ସ୍ବାସ୍ଥ୍ୟ ଭଲ ରହିବ।

ALSO READ: Ketu Gochar 2026: ବର୍ଷ ଶେଷରେ କେତୁ ଚଳାଇବେ ବଡ଼ ଚାଲ୍, ୪ ରାଶିଙ୍କ ଆରମ୍ଭ ହେବ ଗୋଲଡେନ୍ ଟାଇମ୍

ALSO READ: Kumar Purnima 2026: କୁମାର ପୂର୍ଣ୍ଣିମାରେ ପଡି଼ଛି ଦୁର୍ଲଭ ଯୋଗ! ଚମକିବ ୩ରାଶିଙ୍କ ଭାଗ୍ୟ

ସିଂହ-: ଶୁକ୍ରଙ୍କ କୃପାରୁ ଏହି ରାଶିଙ୍କ ଭାଗ୍ୟ ଉଦୟ ହେବାକୁ ଯାଉଛି। ଆପଣଙ୍କ ଭିତରେ ଆତ୍ମବିଶ୍ବାସ ବୃଦ୍ଧି ପାଇବ। କ୍ୟାରିୟର ଦୃଷ୍ଟିକୋଣରୁ ସମୟ ଅନୁକୂଳ ରହିବ। ଆୟ ବୃଦ୍ଧି ହେବ। ଯେଉଁମାନେ ଦିର୍ଘ ଦିନ ହେବ ଏକ ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା ରଖିଛନ୍ତି। ସେମାନଙ୍କ ଲାଗି ସମୟ ଶୁଭ ରହିବ। ଏ-ହି ସମୟରେ ଆରମ୍ଭ କଲେ ଅଧିକ ଲାଭ ପାଇବେ। ସେୟାର ମାର୍କେଟ୍-ରୁ ଲାଭବାନ୍ ହେବେ। ପିତାମାତାଙ୍କ ସ୍ବାସ୍ଥ୍ୟ ଭଲ ରହିବ।  ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ଘରେ କୌଣସି ପ୍ରକାର ଶୁଭ କାର୍ଯ୍ୟ ହେବ। ଦିର୍ଘ ଦିନର ଆଶା ପୂରା ହେବ।

ମକର-: ଶୁକ୍ରଙ୍କ ଆର୍ଶିବାଦରୁ ଏହି ରାଶିଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। କ୍ୟାରିୟରରେ ଲାଗି ରହିଥିବା ସମସ୍ୟା ଦୂର ହେବ। ଯେଉଁମାନେ ଦିର୍ଘ ଦିନ ଧରି ଚାକିରି ବଦଳାଇବାକୁ ଚେଷ୍ଟା କରୁଛନ୍ତି,ସେମାନଙ୍କ ଲାଗି ସମୟ ଖାସ୍ ରହିବ। ଚେଷ୍ଟା ଜାରି ରଖନ୍ତୁ, ଭଲ ଫଳ ପାଇବେ।  ଦିର୍ଘ ଦିନର ଆଶା ପୂରା ହେବା ସହ ଘର କିଣିବେ। ବ୍ୟବସାୟିକ ଯାତ୍ରାରୁ ଲାଭବାନ୍ ହେବେ। ଆର୍ଥିକ ସ୍ଥିତି ଭଲ ରହିବ। କିନ୍ତୁ କିଛି ମାତ୍ରାରେ ବଜେଟ୍ ପ୍ରଭାବିତ ହୋଇପାରେ। ନିଜ ପରିବାର ସଦସ୍ୟଙ୍କ ସହ ଦୂରଯାତ୍ରାରେ ଯାଇପାରନ୍ତି।

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)
 

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES