Sun Transit: ରାହୁଙ୍କ ନକ୍ଷତ୍ରରେ ସୂର୍ଯ୍ୟଙ୍କ ଚଳନ, ୫ଟି ରାଶିକୁ ବଡ ଲାଭ!
Surya Gochar 2026: ସୂର୍ଯ୍ୟ ବର୍ତ୍ତମାନ ତୁଳା ରାଶି ଏବଂ ସ୍ୱାତୀ ନକ୍ଷତ୍ରରେ ଚଳନ କରୁଛନ୍ତି। ସୂର୍ଯ୍ୟଙ୍କ ଏହି ସ୍ଥିତି ପ୍ରଭାବରେ କିଛି ରାଶିର ବ୍ୟକ୍ତିବିଶେଷଙ୍କୁ ଶୁଭଫଳ ମିଳିପାରେ । ସୂର୍ଯ୍ୟଙ୍କ ଚଳନ କିଛି ନିର୍ଦ୍ଦିଷ୍ଟ ରାଶି ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ହେବାକୁ ଯାଉଛି।
Surya Gochar 2026: ସୂର୍ଯ୍ୟଙ୍କୁ ଗ୍ରହମାନଙ୍କ ରାଜା ଭାବେ ବିବେଚନା କରାଯାଇଛି । ୨୪ ଅକ୍ଟୋବର ୨୦୨୬ ଶନିବାର ଦିନ ମଧ୍ୟାହ୍ନ ୧୨ଟା ୫୬ ମିନିଟରେ ସୂର୍ଯ୍ୟ ସ୍ୱାତୀ ନକ୍ଷତ୍ରରେ ଚଳନ କରିଥିଲେ। ଏବେ ସୂର୍ଯ୍ୟ ୬ ନଭେମ୍ବର ପର୍ଯ୍ୟନ୍ତ ସ୍ୱାତୀ ନକ୍ଷତ୍ରରେ ରହିବେ। ଏହାପରେ ସୂର୍ଯ୍ୟ ବିଶାଖା ନକ୍ଷତ୍ରରେ ଚଳନ କରିବେ।
ବୃଷ ରାଶି
ବ୍ୟବସାୟରେ ଆପଣ ଚାହୁଁଥିବା ଲାଭ ପାଇପାରନ୍ତି। ଆର୍ଥିକ ସ୍ଥିତିରେ ଉନ୍ନତି ହେବ । ନୂଆ କାମ ଆରମ୍ଭ କରିବାକୁ ଚାହୁଁଥିଲେ ସମୟ ଅନୁକୂଳ।
ମିଥୁନ ରାଶି
ଆପଣଙ୍କୁ ସକାରାତ୍ମକ ଫଳାଫଳ ମିଳିବାର ସମ୍ଭାବନା ଅଧିକ । କୌଣସି ସ୍ଥାନରେ ଟଙ୍କା ଅଟକି ରହିଥିଲେ ତାହା ଫେରି ପାଇବାର ସମ୍ଭାବନା ରହିଛି । ପରିବାର ସହ ସମୟ ଅତିବାହିତ କରିବେ । ଚାକିରି କ୍ଷେତ୍ରରେ ଦରମା ବୃଦ୍ଧି ଏବଂ ପଦୋନ୍ନତୀର ସମ୍ଭାବନା ରହିଛି । ପରିଶ୍ରମର ଉପଯୁକ୍ତ ଫଳ ପାଇବେ।
କନ୍ୟା ରାଶି
ସୂର୍ଯ୍ୟଙ୍କ ଚଳନରୁ ଆପଣ ଲାଭ ପାଇବେ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ବ୍ୟବସାୟ କରୁଥିଲେ ଆପଣଙ୍କ ପାଇଁ ସମୟ ଅନୁକୂଳ । ଚାକିରି କ୍ଷେତ୍ରରେ ଦରମା ବଢ଼ିବାର ସମ୍ଭାବନା ରହିଛି ।
ତୁଳା ରାଶି
ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବାକୁ ଲାଗିବ। କୌଣସି ସମସ୍ୟା ଥିଲେ ତାହାର ସମାଧାନ ହୋଇଯିବ। ମାନସିକ ଶାନ୍ତି ମିଳିବ।
କୁମ୍ଭ ରାଶି
ସ୍ୱାତୀ ନକ୍ଷତ୍ରରେ ସୂର୍ଯ୍ୟଙ୍କ ଚଳନରୁ ଆପଣ ବିଶେଷ ଲାଭବାନ ହେବେ। ବ୍ୟବସାୟରେ ବଡ ସଫଳତା ମିଳିପାରେ। କଠିନ ପରିଶ୍ରମର ଉପଯୁକ୍ତ ମୂଲ୍ୟ ପାଇବେ । ବ୍ୟବସାୟ କରୁଥିଲେ ସମୟ ଅନୁକୂଳ।
(Disclaimer: ଏହି ଲେଖାଟି ଜ୍ୟୋତିଷୀୟ ଗଣନା, ପାରମ୍ପରିକ ମାନ୍ୟତା ଏବଂ ବିଭିନ୍ନ ଭବିଷ୍ୟଫଳ ପଦ୍ଧତିର ବ୍ୟାଖ୍ୟା ଉପରେ ଆଧାରିତ। ରାଶିଫଳରେ ଦିଆଯାଇଥିବା ସୂଚନା ସାଧାରଣ ଜ୍ୟୋତିଷୀୟ ଆକଳନ ଅଟେ। ବ୍ୟକ୍ତି ବିଶେଷଙ୍କ ଉପରେ ଏହାର ପ୍ରଭାବ ସେମାନଙ୍କ ଜନ୍ମ କୁଣ୍ଡଳୀ, ଗ୍ରହର ସ୍ଥିତି, ଦଶା ଏବଂ ଅନ୍ୟାନ୍ୟ ବ୍ୟକ୍ତିଗତ କାରକ ଅନୁଯାୟୀ ଭିନ୍ନ ହୋଇପାରେ। ଏହାକୁ କୌଣସି ନିଶ୍ଚିତ ପରିଣାମ, ଦାବି କିମ୍ବା ନିଷ୍ପତ୍ତିର ଆଧାର ଭାବେ ଗ୍ରହଣ କରାଯିବା ଉଚିତ ନୁହେଁ।)