Sun Transit: ୧୭ ଅକ୍ଟୋବରରେ ସୂର୍ଯ୍ୟଙ୍କ ଚଳନ, ଚମକିବ ୬ ରାଶିର ଭାଗ୍ୟ...
Sun Transit 2026: ଅକ୍ଟୋବର ୧୭ ତାରିଖ ଶୁକ୍ରବାର ଦିନ ସୂର୍ଯ୍ୟ କନ୍ୟା ରାଶିରୁ ବାହାରି ତୁଳା ରାଶିରେ ଚଳନ କରିବାକୁ ଯାଉଛନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସୂର୍ଯ୍ୟଙ୍କର ଏହି ରାଶି ପରିବର୍ତ୍ତନର ଶୁଭ ପ୍ରଭାବ ୬ ରାଶିର ବ୍ୟକ୍ତିବିଶେଷ ପାଇବେ ।
Surya Gochar 2026: ସୂର୍ଯ୍ୟଙ୍କୁ ଗ୍ରହମାନଙ୍କର ରାଜା ଭାବେ ବିବେଚନା କରାଯାଇଛି । ଆସନ୍ତାକାଲି ଅର୍ଥାତ୍ ୧୭ ଅକ୍ଟୋବରରେ ସୂର୍ଯ୍ୟ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସୂର୍ଯ୍ୟ କନ୍ୟା ରାଶିରୁ ବାହାରି ତୁଳା ରାଶିରେ ଚଳନ କରିବେ। ଆସନ୍ତୁ ଜାଣିବା, କେଉଁ କେଉଁ ରାଶି ପାଇଁ ସୂର୍ଯ୍ୟଙ୍କ ଚଳନ ଶୁଭ ସାବ୍ୟସ୍ତ ହେବ ।
ମେଷ ରାଶି
ନିଜ କାର୍ଯ୍ୟରେ ଆଗକୁ ବଢ଼ିବାକୁ ଅନେକ ସୁଯୋଗ ପାଇବେ। ଚାକିରି କ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିପାରେ । ବ୍ୟବସାୟ କରୁଥିଲେ ନୂଆ ସୁଯୋଗ ମିଳିବ। ବର୍ତ୍ତମାନର ନିବେଶ ଭବିଷ୍ୟତରେ ଭଲ ଲାଭ ପ୍ରଦାନ କରିବ ।
ସିଂହ ରାଶି
କ୍ୟାରିୟର ଦୃଷ୍ଟିରୁ ଆପଣଙ୍କ ପାଇଁ ସମୟ ଶୁଭ ସାବ୍ୟସ୍ତ ହେବ । କାର୍ଯ୍ୟକ୍ଷେତ୍ରରେ କଠିନ ପରିଶ୍ରମ ଉପଯୁକ୍ତ ମୂଲ୍ୟ ପାଇବେ । ବରିଷ୍ଠ ଅଧିକାରୀମାନଙ୍କ ସମର୍ଥନ ଆପଣଙ୍କ ପ୍ରତି ରହିବ । ବ୍ୟବସାୟରେ ନୂଆ ରାସ୍ତା ଆପଣାଇ ଶୁଭଫଳ ପାଇବେ। କୌଣସି ନୂଆ ଯୋଜନା ଉପରେ କାମ ଆରମ୍ଭ କରିପାରନ୍ତି ।
କନ୍ୟା ରାଶି
ଆର୍ଥିକ ମାମଲାରେ ଭଲ ଖବର ମିଳିପାରେ। ରୋଜଗାର ବଢ଼ାଇବାର ନୂଆ ଉପାୟ ମିଳିବାର ସମ୍ଭାବନା ରହିଛି । ଚାକିରି କ୍ଷେତ୍ରରେ ଆପଣଙ୍କ କାମକୁ ପ୍ରଶଂସା ମିଳିବ । ବ୍ୟବସାୟ କରୁଥିଲେ ନିଜ କାମକୁ ଆଗକୁ ବଢ଼ାଇବା ପାଇଁ ଉପଯୁକ୍ତ ସୁଯୋଗ ପାଇବେ।
ତୁଳା ରାଶି
ଆପଣଙ୍କ ରାଶିରେ ସୂର୍ଯ୍ୟଙ୍କ ଚଳନ ହେବାକୁ ଯାଉଛି । କ୍ୟାରିୟରରେ ଆଗକୁ ବଢ଼ିବାକୁ ଭଲ ସୁଯୋଗ ପାଇବେ । ଚାକିରି କ୍ଷେତ୍ରରେ ଆପଣଙ୍କୁ ନୂଆ ଦାୟିତ୍ୱ ମିଳିବାର ସମ୍ଭାବନା ରହିଛି। ବ୍ୟବସାୟ କରୁଥିଲେ ଆପଣଙ୍କ ସହ ନୂଆ ଗ୍ରାହକ ଯୋଡି ହୋଇପାରନ୍ତି ।
ମକର ରାଶି
ପରିଶ୍ରମର ଶୁଭଫଳ ମିଳିବ । ଚାକିରି କ୍ଷେତ୍ରରେ ଉନ୍ନତି କରିବେ । ଆପଣଙ୍କ ପ୍ରୟାସ ଫଳପ୍ରଦ ହୋଇପାରେ। ବ୍ୟବସାୟରେ ନୂଆ ସୁଯୋଗ ମିଳିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଯଥେଷ୍ଟ ମଜବୁତ ହେବ ।
କୁମ୍ଭ ରାଶି
ସୂର୍ଯ୍ୟଙ୍କ ଚଳନ ଆପଣଙ୍କ ପାଇଁ ନୂଆ ସମ୍ଭାବନା ଆଣିବ । ନିଯୁକ୍ତି ସନ୍ଧାନରେ ଥିଲେ ସୁଯୋଗ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି । ବ୍ୟବସାୟ ବଢାଇବା ପାଇଁ ଯୋଜନା କରୁଥିଲେ ଆଗକୁ ବଢ଼ିବାର ସୁଯୋଗ ମିଳିବ। ନୂଆ ସମ୍ପର୍କ ଗଢିବାରେ ସଫଳ ହେବେ । ବର୍ତ୍ତମାନର ନିବେଷ ଭବିଷ୍ୟତରେ ଲାଭଦାୟକ ପ୍ରମାଣିତ ହୋଇପାରେ।
(Disclaimer: ଏହି ସାମଗ୍ରୀ ଜ୍ୟୋତିଷୀୟ ଗଣନା, ପାରମ୍ପରିକ ମାନ୍ୟତା ଏବଂ ବିଭିନ୍ନ ଭବିଷ୍ୟଫଳ ପଦ୍ଧତିର ବ୍ୟାଖ୍ୟା ଉପରେ ଆଧାରିତ। ରାଶିଫଳରେ ଦିଆଯାଇଥିବା ସୂଚନା ସାଧାରଣ ଜ୍ୟୋତିଷୀୟ ଆକଳନ ଅଟେ। ଆପଣଙ୍କ କୌଣସି ଆପତ୍ତି ପାଇଁ ZEE ODISHA NEWS ଦାୟୀ ରହିବ ନାହିଁ)