October Festival 2026: ଉତ୍ସବର ମାସ ଅକ୍ଟୋବରରେ ରହିଛି ଏହିସବୁ ପର୍ବପର୍ବାଣୀ
October Festival Calendar 2026: ଅକ୍ଟୋବର ମାସର ଆରମ୍ଭ 'ଜିତିୟା ବ୍ରତ' ସହିତ ହେଉଛି ଏବଂ ଏହା ପରେ ନବରାତ୍ରି, ଦଶହରା, ଶରତ ପୂର୍ଣ୍ଣିମା ଓ କରୱା ଚୌଥ ଭଳି ଅନେକ ପ୍ରମୁଖ ପର୍ବ ଓ ଉତ୍ସବ ପାଳନ କରାଯିବ। ଏହା ବ୍ୟତୀତ, କିଛି ପ୍ରମୁଖ ଗ୍ରହ ମଧ୍ୟ ନିଜର ଗତିପଥ ବା ରାଶି ପରିବର୍ତ୍ତନ କରିବେ। ଅକ୍ଟୋବର ମାସର ବ୍ରତ, ପର୍ବପର୍ବାଣୀ ଏବଂ ଗ୍ରହମାନଙ୍କର ରାଶି ପରିବର୍ତ୍ତନ ସମ୍ବନ୍ଧୀୟ ତାଲିକା ବିଷୟରେ ଆସନ୍ତୁ ଜାଣିବା ।
October Festival Calendar 2026: ଧାର୍ମିକ ଅନୁଷ୍ଠାନ ଏବଂ ପର୍ବପର୍ବାଣୀ ଦୃଷ୍ଟିରୁ ଅକ୍ଟୋବର ୨୦୨୬ ଏକ ଅତ୍ୟନ୍ତ ସ୍ୱତନ୍ତ୍ର ମାସ । ଅକ୍ଟୋବର ଆରମ୍ଭ 'ପିତୃପକ୍ଷ' ସମୟରେ ହେଉଛି। ଏହି ମାସରେ 'ମହାଲକ୍ଷ୍ମୀ ବ୍ରତ'ର ସମାପ୍ତି ଏବଂ 'ଜିତିୟା ବ୍ରତ' ପାଳନ କରାଯିବ। ଏହା ପରେ ନବରାତ୍ରି, ଦଶହରା ଏବଂ ଶରଦ ପୂର୍ଣ୍ଣିମା ପାଳନ କରାଯିବ। ଶେଷରେ, ମାସର ଶେଷ ଭାଗରେ ବିବାହିତ ମହିଳାମାନେ 'କରୱା ଚୌଥ' ପର୍ବ ପାଳନ କରିବେ। ଏହିପରି ଭାବରେ, ସମଗ୍ର ମାସଟି ବ୍ରତ ଓ ଉତ୍ସବରେ ପରିପୂର୍ଣ୍ଣ ରହିବ। ଏହି ସମୟ ମଧ୍ୟରେ, ସୂର୍ଯ୍ୟ ଏବଂ ବୃହସ୍ପତି ଭଳି ପ୍ରମୁଖ ଗ୍ରହମାନେ ମଧ୍ୟ ନିଜର ଗତିପଥ ପରିବର୍ତ୍ତନ କରିବେ, ଯାହା ସମସ୍ତଙ୍କ ଜୀବନ ଉପରେ ପ୍ରଭାବ ପକାଇବ।
ଏଠାରେ ଘଟଣାବଳୀ ଏବଂ ପ୍ରମୁଖ ପର୍ବପର୍ବାଣୀର ସମ୍ପୂର୍ଣ୍ଣ ତାଲିକା ଦେଖନ୍ତୁ।
୧ ଅକ୍ଟୋବର ୨୦୨୬ - ଷଷ୍ଠୀ ଶ୍ରାଦ୍ଧ ।
୨ ଅକ୍ଟୋବର ୨୦୨୬ - ରୋହିଣୀ ବ୍ରତ ଏବଂ ସପ୍ତମୀ ଶ୍ରାଦ୍ଧ, ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ।
୩ ଅକ୍ଟୋବର ୨୦୨୬ - ବେଦ୍ୟୁଥାପନ, ମୂଳାଷ୍ଟମୀ, ଦ୍ୱିତୀୟା ଓଷା, ଦୂର୍ଗା ଦେବୀଙ୍କ ଷୋଡଷ ଦିବସୀୟ ପୂଜା ଆରମ୍ଭ ।
୪ ଅକ୍ଟୋବର ୨୦୨୬ - ନବମୀ ଶ୍ରାଦ୍ଧ ।
୫ ଅକ୍ଟୋବର ୨୦୨୬ - ଦଶମୀ ଶ୍ରାଦ୍ଧ ।
୬ ଅକ୍ଟୋବର ୨୦୨୬ - ଇନ୍ଦିରା ଏକାଦାଶି, ଏକାଦଶୀ ଶ୍ରାଦ୍ଧ ।
୭ ଅକ୍ଟୋବର ୨୦୨୬ - ଦ୍ୱାଦଶୀ ଶ୍ରାଦ୍ଧ ।
୮ ଅକ୍ଟୋବର ୨୦୨୬ - ତ୍ରୟୋଦଶୀ ଶ୍ରାଦ୍ଧ ।
୯ ଅକ୍ଟୋବର ୨୦୨୬ - ଚତୁଃର୍ଦଶୀ ଶ୍ରାଦ୍ଧ, ଶିବପାସବେଢା ପରିକ୍ରମା ।
୧୦ ଅକ୍ଟୋବର ୨୦୨୬ - ମହାଳୟା ଅମାବାସ୍ୟା, ତର୍ପଣ ଶେଷ ।
୧୧ ଅକ୍ଟୋବର ୨୦୨୬ - ଶାରଦୀୟ ନବରାତ୍ରୀ ଆରମ୍ଭ, ମାଆ ବିରଜାଙ୍କ ସିଂହଧ୍ୱଜ ରଥଯାତ୍ରାର ଆରମ୍ଭ ।
୧୨ ଅକ୍ଟୋବର ୨୦୨୬ - ଦ୍ୱିତୀୟା ଚନ୍ଦ୍ର ଦର୍ଶନ ଓ ପୂଜା ।
୧୫ ଅକ୍ଟୋବର ୨୦୨୬ - ପଞ୍ଚନମ୍ୟାଦି କଳ୍ପ, ମା ବିରଜାଙ୍କ ପଞ୍ଚମୀ ହୋମ ।
୧୬ ଅକ୍ଟୋବର ୨୦୨୬ - ପୀଠେ ବିଲ୍ୱବରଣ
୧୭ ଅକ୍ଟୋବର ୨୦୨୬ - ମୃଣ୍ମୟୀଙ୍କ ବିଲ୍ୱ ବରଣ, ପୀଠେ ସପ୍ତମୀ ପୂଜା
୧୮ ଅକ୍ଟୋବର ୨୦୨୬ - ମୃଣ୍ମୟୀଙ୍କ ସପ୍ତମୀ ପୂଜା, ମହାଷ୍ଟମୀ ଉପବାସ, ଗର୍ଭଣା ସଂକ୍ରାନ୍ତି।
୧୯ ଅକ୍ଟୋବର ୨୦୨୬ - ମୃଣ୍ମୟୀଙ୍କ ଅଷ୍ଟମୀ ଓ ସନ୍ଧି ପୂଜା, ପୀଠେ ନବମୀ ପୂଜା
୨୦ ଅକ୍ଟୋବର ୨୦୨୬ - ମୃଣ୍ମୟୀଙ୍କ ନବମୀ ଏବଂ ପୀଠରେ ଦଶମୀ ପୂଜା ।
୨୧ ଅକ୍ଟୋବର ୨୦୨୬ - ଦଶହରା, ରାବଣପୋଡି ।
୨୨ ଅକ୍ଟୋବର ୨୦୨୬ - ପାପାଙ୍କୁଶା ଏକାଦଶୀ । ଭଷାଣୀ ଯାତ୍ରା, ଶ୍ରୀ ଲକ୍ଷ୍ମୀନାରାୟଣ ବ୍ରତ ।
୨୩ ଅକ୍ଟୋବର ୨୦୨୬ - ଶରଣ ଶେଷ
୨୫ ଅକ୍ଟୋବର ୨୦୨୬ - କୁମାରୋତ୍ସବ, ଗଜଲକ୍ଷ୍ମୀ ପୂଜା, ଚନ୍ଦ୍ର ଉପବାସ
୨୬ ଅକ୍ଟୋବର ୨୦୨୬ - ଅଶ୍ୱିନ୍ ପୂର୍ଣ୍ଣିମା, କାର୍ତ୍ତିକସ୍ନାନ ଓ ବ୍ରତ ଆରମ୍ଭ ।
୨୯ ଅକ୍ଟୋବର ୨୦୨୬ - କରୱା ଚୌଥ୍ ।
ଅକ୍ଟୋବରରେ ପ୍ରମୁଖ ଗ୍ରହ ଚଳନ ।
ଶୁକ୍ର ପ୍ରତ୍ୟାବର୍ତ୍ତନ କରିବେ - ୩ ଅକ୍ଟୋବର ୨୦୨୬ରେ, ସମୟ- ଦିନ ୧୨:୪୫ ।
ଶନି ଉତ୍ତର ଭାଦ୍ରପଦ ନକ୍ଷତ୍ର - ସନ୍ଧ୍ୟା ୭ଟା୨୮ରେ ଚଳନ କରିବେ ।
ସୂର୍ଯ୍ୟ ତୁଳାକୁ ଚଳନ- ୧୭ ଅକ୍ଟୋବର ୨୦୨୬ ସନ୍ଧ୍ୟା ୭ଟା ୫୭ ।
ବୁଧ ପ୍ରତ୍ୟାବର୍ତ୍ତନ କରିବେ - ୨୪ ଅକ୍ଟୋବର ୨୦୨୬ ଦିନ ୧୨ଟା ୪୧ରେ ।
ବୃହସ୍ପତି ସିଂହରେ ଚଳନ କରିବେ- ଦିନ ୧୨ଟା ୫୦ ସମୟରେ ।
Disclaimer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହା ପ୍ରଦାନ କରାଯାଇଛି। ଆପଣଙ୍କ କୌଣସି ଆପତ୍ତି ପାଇଁ ZEE ODISHA NEWS ଦାୟୀ ରହିବ ନାହିଁ