Today Horoscope: ସପ୍ତାହର ପ୍ରଥମ ଦିନ କିପରି ବିତିବ? ପଢନ୍ତୁ ରାଶିଫଳ
Today Horoscope: ଆଜି ୧୬ ନଭେମ୍ବର ୨୦୨୬, ସୋମବାର ଦିନର ରାଶିଫଳ ପଢନ୍ତୁ
ମେଷ ରାଶି
ଆର୍ଥିକ ଦୃଷ୍ଟିକୋଣରୁ ଆପଣଙ୍କ ପାଇଁ ଦିନଟି ଭଲ । ଧନ ଲାଭର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ଉନ୍ନତି କରିବାକୁ ସୁଯୋଗ ମିଳିବ । ଆପଣଙ୍କ ନେତୃତ୍ୱ କ୍ଷମତା ବଢିବ । କୌଣସି ଜରୁରୀ ନିଷ୍ପତ୍ତି ନେବାରେ ବିଳମ୍ବ କରନ୍ତୁ ନାହିଁ। ଦୂର ଯାତ୍ରାରୁ ଲାଭ ମିଳିପାରେ। ବ୍ୟବସାୟରେ ଭଲ ଲାଭ ପାଇବେ। ତରବର ହୋଇ କୌଣସି ଭୁଲ୍ ନିଷ୍ପତ୍ତି ନିଅନ୍ତୁ ନାହିଁ ।
ବୃଷ ରାଶି
ଆପଣଙ୍କ ନେତୃତ୍ୱ ନେବା କ୍ଷମତାରେ ବୃଦ୍ଧି ଘଟିବ। ନିଜ କଥାରେ ନମ୍ରତା ବଜାୟ ରଖି ଅନ୍ୟର ମନ ଜିଣିପାରିବେ । ଧନ ରୋଜଗାର କରିବା ପାଇଁ ଆପଣଙ୍କ ପ୍ରୟାସ ବଢ଼ାନ୍ତୁ। ସକାରାତ୍ମକ ଚିନ୍ତାଧାରା କାରଣରୁ ଉନ୍ନତି କରିବେ । ସ୍ୱାସ୍ଥ୍ୟକୁ ନେଇ ଅବହେଳା କରନ୍ତୁ ନାହିଁ। ବ୍ୟବସାୟରେ ଲାଭ କମାଇବାକୁ ଭଲ ସୁଯୋଗ ମିଳିପାରେ।
ମିଥୁନ ରାଶି
ଆଜି ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । କ୍ୟାରିୟର କ୍ଷେତ୍ରରେ ସଫଳତା ମିଳିବାର ସମ୍ଭାବନା ଅଧିକ । ଦୀର୍ଘ ଦିନରୁ କୌଣସି କାମ ଅଟକି ରହିଥିଲେ ତାହାକୁ ଶେଷ କରିବାରେ ସକ୍ଷମ ହେବେ । ପରିବାର ସଦସ୍ୟଙ୍କ ସହଯୋଗ ପାଇ ଖୁସି ହେବେ। ବଡ଼ ଲାଭ ହେବାର ସମ୍ଭାବନା ରହିଛି। ବ୍ୟବସାୟରେ କ୍ଷତିକୁ ରୋକିବା ପାଇଁ ବୁଦ୍ଧିମତାର ସହ କାମ କରନ୍ତୁ।
କର୍କଟ ରାଶି
କୌଣସି ଦୂର ସ୍ଥାନରୁ ଶୁଭ ଖବର ମିଳିପାରେ। ପରିବାର ସହ ଜଡ଼ିତ କୌଣସି କାମ ଥିଲେ ତାହା ସମ୍ପୂର୍ଣ୍ଣ ହେବାର ସମ୍ଭାବନା ରହିଛି । ଧନ ଲାଭର ଯୋଗ ରହିଛି । ଟଙ୍କା ସଞ୍ଚୟ କରିବାକୁ ଚେଷ୍ଟା କରନ୍ତୁ । ଗୁରୁଜନମାନଙ୍କ ପରାମର୍ଶ ନେଇ ନିଷ୍ପତ୍ତି ନେବା ଆପଣଙ୍କ ପାଇଁ ଲାଭଦାୟକ ରହିବ। ବ୍ୟବସାୟରେ ତରବର ହୋଇ ନିବେଶ କରନ୍ତୁ ନାହିଁ।
ସିଂହ ରାଶି
ସଠିକ୍ ଯୋଜନା କରି କାମ କରି ଭଲ ଲାଭ ପାଇବେ । କୌଣସି ସରକାରୀ କାର୍ଯ୍ୟ ବକେୟା ଥିଲେ ତାହା ଶେଷ ହେବ । ସନ୍ତାନଙ୍କ ପକ୍ଷରୁ ସୁଖଦ ଖବର ମିଳିପାରେ। ନିଜ ପରିଶ୍ରମର ଶୁଭ ଫଳ ପାଇବେ। ସ୍ୱାସ୍ଥ୍ୟକୁ ନେଇ ସତର୍କ ରହିବାର ଆବଶ୍ୟକତା ରହିଛି। ବ୍ୟବସାୟରେ ଧନ ଲାଭ ହୋଇପାରେ ।
କନ୍ୟା ରାଶି
ପ୍ରତ୍ୟେକ କାମ ସାବଧାନତାର ସହ କରିବାର ଆବଶ୍ୟକତା ରହିଛି। କୌଣସି ବ୍ୟକ୍ତିଙ୍କ ସହ ମତଭେଦ ହେବାର ସମ୍ଭାବନା ଅଧିକ । ମିଠା କଥାରେ ଅନ୍ୟର ମନ ଜିଣିବାକୁ ଚେଷ୍ଟା କରନ୍ତୁ । କୋର୍ଟ-କଚେରୀ ସହ ଜଡ଼ିତ କୌଣସି ମାମଲା ଥିଲେ ସେଥିରେ ସଫଳତା ମିଳିବାର ସମ୍ଭାବନା ରହିଛି। ପରିବାର ସଦସ୍ୟଙ୍କ ସମ୍ପୂର୍ଣ୍ଣ ସହଯୋଗ ମିଳିବ। ଦୂର ଯାତ୍ରା ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ। ବ୍ୟବସାୟ ସହ ଜଡ଼ିତ କୌଣସି କାମ ଥିଲେ ତାହା ସଫଳ ହେବ।
ତୁଳା ରାଶି
ଅନେକ କ୍ଷେତ୍ରରେ ଆଜି ଆପଣ ଶୁଭଫଳ ପାଇବେ । ବିଶେଷ କରି ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବାର ସମ୍ଭାବନା ରହିଛି । ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଜୀବନସାଥୀଙ୍କ ସହଯୋଗ ପାଇବେ । ପରିବାରରେ ସୁଖ-ଶାନ୍ତିର ପରିବେଶ ରହିବ । ଟଙ୍କା ପଇସା କାରବାର କରୁଥିଲେ ସାବଧାନତା ଅବଲମ୍ବନ କରନ୍ତୁ । ବ୍ୟବସାୟରେ ଅଧିକ ଧ୍ୟାନ ଦେବା ଦ୍ୱାରା ଅଧିକ ଲାଭ ପାଇବାରେ ସକ୍ଷମ ହେବେ ।
ବିଛା ରାଶି
ପରିବାରରେ ହସ ଖୁସିର ବାତାବରଣ ରହିବ । ବିଦେଶ ସମ୍ବନ୍ଧୀୟ କାମ କରୁଥିଲେ ସଫଳତା ମିଳିବାର ସମ୍ଭାବନା ଅଧିକ। ଟଙ୍କା ପଇସା ସହ ଜଡ଼ିତ କୌଣସି ନିଷ୍ପତ୍ତି ନେଉଥିଲେ ଭଲ ଭାବେ ଭାବିଚିନ୍ତି ନିଅନ୍ତୁ। ନିଜ ସ୍ୱାସ୍ଥ୍ୟର ସଠିକ୍ ଯତ୍ନ ନେବା ଜରୁରୀ ହେବ। ବ୍ୟବସାୟରେ ଭଲ ଲାଭ ପାଇବେ ।
ଧନୁ ରାଶି
କୌଣସି କାମ ଅଧୁରା ଥିଲେ ତାହା ଆଜି ସମ୍ପୂର୍ଣ୍ଣ ହୋଇପାରେ। କ୍ୟାରିୟରରେ ଆଗକୁ ବଢ଼ିବାକୁ ନୂଆ ସୁଯୋଗ ପାଇବେ। ସହକର୍ମୀଙ୍କ ସାହାଯ୍ୟରେ କର୍ମକ୍ଷେତ୍ରରେ ଆପଣଙ୍କ ମନୋବଳ ବଢାଇବ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କୌଣସି ସମସ୍ୟା ଉପୁଜିପାରେ । ବ୍ୟବସାୟରେ ନୂଆ ନିବେଶ କରିବାକୁ ଚାହୁଁଥିଲେ ବର୍ତ୍ତମାନ ତାହା ସ୍ଥଗିତ ରଖିବା ଭଲ ।
ମକର ରାଶି
ଆପଣଙ୍କ ମାନ-ସମ୍ମାନ ବୃଦ୍ଧି ପାଇବ । ସରକାରୀ କାମରେ ବିଶେଷ ସଫଳତା ହାସଲ କରିପାରନ୍ତି । ପୁରୁଣା କାମ ପୁଣି ଆଗକୁ ବଢିପାରେ । ତରବରରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ନିଜ ଚିନ୍ତାଧାରା ସକାରାତ୍ମକ ରଖନ୍ତୁ। ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବା ଜରୁରୀ। ବ୍ୟବସାୟରେ ଭଲ ଲାଭ ପାଇବା ପାଇଁ ଆପଣଙ୍କୁ ଅଧିକ ସମୟ ଦେବାକୁ ପଡ଼ିବ।
କୁମ୍ଭ ରାଶି
ନିଜ ପରିଶ୍ରମ ବଳରେ ଶୁଭ ଫଳ ପାଇବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ । କାର୍ଯ୍ୟକ୍ଷେତ୍ରରେ କଠିନ ପରିଶ୍ରମ ଫଳପ୍ରଦ ହେବ । ପରିବାର ସଦସ୍ୟଙ୍କ ସହଯୋଗ ଆପଣଙ୍କ କାମକୁ ସହଜ କରିଦବ । ବ୍ୟବସାୟରେ ସାବଧାନତା ଅବଲମ୍ବନ କରିବା ଜରୁରୀ ।
ମୀନ ରାଶି
ଆପଣଙ୍କ ଖର୍ଚ୍ଚ ବଢିବ । ନିଜ ବଜେଟ୍ ପ୍ରତି ଧ୍ୟାନ ଦିଅନ୍ତୁ। ନିଜ ସ୍ୱାସ୍ଥ୍ୟ ସମ୍ପର୍କରେ ସତର୍କ ରୁହନ୍ତୁ । କାହା ସହିତ କଳହ କରନ୍ତୁ ନାହିଁ । କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ। ଦୂର ସ୍ଥାନରୁ ଭଲ ଖବର ମିଳିବାର ସମ୍ଭାବନା ରହିଛି। ବ୍ୟବସାୟରେ କ୍ଷତି ହୋଇପାରେ ତେଣୁ ସତର୍କ ରୁହନ୍ତୁ ।
(Disclaimer: ଏହି ଲେଖାଟି ଜ୍ୟୋତିଷୀୟ ଗଣନା, ପାରମ୍ପରିକ ମାନ୍ୟତା ଏବଂ ବିଭିନ୍ନ ଭବିଷ୍ୟଫଳ ପଦ୍ଧତିର ବ୍ୟାଖ୍ୟା ଉପରେ ଆଧାରିତ। ରାଶିଫଳରେ ଦିଆଯାଇଥିବା ସୂଚନା ସାଧାରଣ ଜ୍ୟୋତିଷୀୟ ଆକଳନ ଅଟେ। ବ୍ୟକ୍ତି ବିଶେଷଙ୍କ ଉପରେ ଏହାର ପ୍ରଭାବ ସେମାନଙ୍କ ଜନ୍ମ କୁଣ୍ଡଳୀ, ଗ୍ରହର ସ୍ଥିତି, ଦଶା ଏବଂ ଅନ୍ୟାନ୍ୟ ବ୍ୟକ୍ତିଗତ କାରକ ଅନୁଯାୟୀ ଭିନ୍ନ ହୋଇପାରେ। ଏହାକୁ କୌଣସି ନିଶ୍ଚିତ ପରିଣାମ, ଦାବି କିମ୍ବା ନିଷ୍ପତ୍ତିର ଆଧାର ଭାବେ ଗ୍ରହଣ କରାଯିବା ଉଚିତ ନୁହେଁ।)
Also Read- Heavy Rain Alert: ବାତ୍ୟା ପୂର୍ବରୁ ସତର୍କ କରାଇଲା ପାଣିପାଗ ବିଭାଗ, ଏହି ସ୍ଥାନରେ ଅଧିକ ପ୍ରଭାବ