Cyclone Alert: ଦକ୍ଷିଣ-ପୂର୍ବ ଏବଂ ସଂଲଗ୍ନ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୮ କିଲୋମିଟର ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ଗଭୀର ଅବପାତରେ ପରିଣତ ହୋଇଛି। ଗତକାଲି, ୧୫ ନଭେମ୍ବର ୨୦୨୬ ରାତି ୧୧ଟା ୩୦ ସମୟରେ ଏହା ସେହି ଅଞ୍ଚଳରେ ଅର୍ଥାତ୍ ଅକ୍ଷାଂଶ ୧୦.୬° ଉତ୍ତର ଏବଂ ଦ୍ରାଘିମା ୮୬.୭° ପୂର୍ବ ନିକଟରେ କେନ୍ଦ୍ରୀଭୂତ ରହିଥିଲା।
ଏହାର ବର୍ତ୍ତମାନର ଅବସ୍ଥିତି ବିଭିନ୍ନ ସ୍ଥାନଠାରୁ ନିମ୍ନଲିଖିତ ଦୂରତାରେ ରହିଛି:
ତ୍ରିଙ୍କୋମାଲି (ଶ୍ରୀଲଙ୍କା): ପୂର୍ବ-ଉତ୍ତରପୂର୍ବ ଦିଗରୁ ପ୍ରାୟ ୬୪୦ କିଲୋମିଟର
ଶ୍ରୀ ବିଜୟ ପୁରମ୍ (ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ): ପଶ୍ଚିମ ଦିଗରୁ ପ୍ରାୟ ୬୭୦ କିଲୋମିଟର
ଚେନ୍ନାଇ (ତାମିଲନାଡୁ): ପୂର୍ବ-ଦକ୍ଷିଣପୂର୍ବ ଦିଗରୁ ପ୍ରାୟ ୭୬୦ କିଲୋମିଟର
ବିଶାଖାପାଟଣା (ଆନ୍ଧ୍ରପ୍ରଦେଶ): ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରୁ ପ୍ରାୟ ୮୭୦ କିଲୋମିଟର
ଗୋପାଳପୁର (ଓଡ଼ିଶା): ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରୁ ପ୍ରାୟ ୯୮୦ କିଲୋମିଟର
The Depression over Southeast & adjoining Southwest Bay of Bengal moved north-northwestwards with the speed of 08 kmph during past 06 hours, intensified into Deep Depression and lay centered at 2330 hours IST of yesterday, the 15th November, 2026 over the same region, near Latitude 10.6°N and Longitude 86.7°E, about 640 km east-northeast of Trincomalee (Sri Lanka), 670km west of Sri Vijaya Puram (Andaman & Nicobar Islands), 760 km east-southeast of Chennai (Tamil Nadu), 870 km south-southeast of Visakhapatnam (Andhra Pradesh) and 980 km south-southeast of Gopalpur (Odisha). It is very likely to continue to move north-northwestwards, intensify further into a Cyclonic Storm over the central parts of south & adjoining westcentral Bay of Bengal in the evening of 16th November and into a Severe Cyclonic Storm over westcentral Bay of Bengal in the evening of 17th November, 2026. Thereafter, it is likely to intensify further and move northwestwards towards Andhra Pradesh coast during subsequent 2 days.
— India Meteorological Department (@Indiametdept) November 15, 2026
ଆଗାମୀ ପୂର୍ବାନୁମାନ:
ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି ଜାରି ରଖି ୧୬ ନଭେମ୍ବର ସନ୍ଧ୍ୟା ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଭାଗ ଏବଂ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ବାତ୍ୟାର ରୂପ ନେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହାପରେ ୧୭ ନଭେମ୍ବର ୨୦୨୬ ସନ୍ଧ୍ୟା ସୁଦ୍ଧା ଏହା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଅଧିକ ଘନୀଭୂତ ହୋଇ ଏକ ଭୀଷଣ ବାତ୍ୟାରେ ପରିଣତ ହେବ। ପରବର୍ତ୍ତୀ ୨ ଦିନ ମଧ୍ୟରେ ଏହା ଆହୁରି ଶକ୍ତିଶାଳୀ ହୋଇ ଉତ୍ତର-ପଶ୍ଚିମ ଦିଗରେ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି।
ପବନର ବେଗ: ୧୮ ନଭେମ୍ବର ସକାଳୁ ଝଡ଼ବର୍ଷା ସହ ଘଣ୍ଟାପ୍ରତି ୪୦-୫୦ କିଲୋମିଟର ବେଗରେ ପବନ ବହିବା ଆରମ୍ଭ ହେବାର ସମ୍ଭାବନା ରହିଛି, ଯାହା ଝଟକା ପବନ (gusting) ସହ ଘଣ୍ଟାପ୍ରତି ୬୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ। ୧୯ ନଭେମ୍ବରରୁ ୨୦ ନଭେମ୍ବର ସକାଳ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶା ଉପକୂଳ ଏବଂ ଏହାର ଆଖପାଖ ଅଞ୍ଚଳରେ ପବନର ବେଗ ବୃଦ୍ଧି ପାଇ ଘଣ୍ଟାପ୍ରତି ୫୦-୬୦ କିଲୋମିଟର ଏବଂ ଝଟକା ପବନ ସହ ୭୦ କିଲୋମିଟର ପର୍ଯ୍ୟନ୍ତ ହେବାର ସମ୍ଭାବନା ଅଛି।
ସମୁଦ୍ରର ସ୍ଥିତି: ୧୮ ନଭେମ୍ବରରୁ ୨୦ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶା ଉପକୂଳ ଏବଂ ସଂଲଗ୍ନ ସମୁଦ୍ର ଅଞ୍ଚଳ ଅଶାନ୍ତରୁ ଅତି ଅଶାନ୍ତ ରହିବାର ଯଥେଷ୍ଟ ସମ୍ଭାବନା ରହିଛି।
ମତ୍ସ୍ୟଜୀବୀଙ୍କ ପାଇଁ ସତର୍କତା: ୧୮ ନଭେମ୍ବରରୁ ୨୦ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶା ଉପକୂଳ ଏବଂ ଏହାର ଆଖପାଖ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି।
Fishermen Warning #fishermen #warning https://t.co/gDT9jLSwmv
— Meteorological Centre, Bhubaneswar (@mcbbsr) November 15, 2026