SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Today Horoscope: ଆଜି ଆପଣଙ୍କର ଭାଗ୍ୟ କେମିତି ରହିବ ? ପଢ଼ନ୍ତୁ ରାଶିଫଳ

Ajira Rashifal 17 November 2026: ଆଜି ୧୭ ନଭେମ୍ବର ୨୦୨୬ ମଙ୍ଗଳବାର, ପଢନ୍ତୁ ଦୈନିକ ରାଶିଫଳ।

Written By Soubhagya Ranjan Mishra Edited By Soubhagya Ranjan Mishra
Published: Nov 17, 2026, 06:48 IST | Updated: Nov 17, 2026, 06:54 IST
Image Credit: Today Horoscope
Join

Horoscope Today 17 November 2026: ଆଜି କାର୍ତ୍ତିକ ଶୁକ୍ଳ ଅଷ୍ଟମୀ ତିଥିରେ ଗୋପାଷ୍ଟମୀ ପର୍ବ ପାଳନ କରାଯିବ। ଏହି ଅବସରରେ ଚନ୍ଦ୍ରମା କୁମ୍ଭ ରାଶିରେ ଚଳନ କରିବେ, ଯାହାଦ୍ୱାରା ପଞ୍ଚକ ଆରମ୍ଭ ହେବ। ଆଜି ଗୋପାଷ୍ଟମୀର ଶୁଭ ଅବସରରୁ ଆରମ୍ଭ ହେଉଥିବା ପଞ୍ଚକ ଏବଂ ଅନ୍ୟ ଗ୍ରହମାନଙ୍କର ସ୍ଥିତିର ସମସ୍ତ ରାଶିର ବ୍ୟକ୍ତିମାନଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ, ଜାଣିବା ପାଇଁ ପଢ଼ନ୍ତୁ ୧୭ ନଭେମ୍ବର ୨୦୨୬ର ଦୈନିକ ରାଶିଫଳ।

ମେଷ ରାଶି
ପରିବାରରେ ମନୋମାଳିନ୍ୟ ଥିଲେ ତାହା ଦୂର ହେବ । ଘରେ ସୁଖଦ ବାତାବରଣ ରହିବ। ଜମିବାଡ଼ି କିମ୍ବା ଟଙ୍କାପଇସା ସମ୍ବନ୍ଧୀୟ କୌଣସି କାର୍ଯ୍ୟ କରୁଥିଲେ ସାବଧାନ ରୁହନ୍ତୁ ନଚେତ୍ କିଛି କ୍ଷତି ହେବାର ଆଶଙ୍କା ରହିଛି। କୌଣସି ବ୍ୟବସାୟିକ ଯୋଜନା ପ୍ରସ୍ତୁତ କରୁଥିଲେ ତାହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ଆପଣଙ୍କ ପାଇଁ ଭଲ ହେବ । ପ୍ରଦୂଷଣ ଏବଂ ବର୍ତ୍ତମାନର ପରିବେଶରୁ ନିଜକୁ ଉଚିତ ସୁରକ୍ଷା ଦିଅନ୍ତୁ। ଶୁଭ ରଙ୍ଗ- କ୍ରିମ୍, ଶୁଭ ଅଙ୍କ- ୩ ।

ବୃଷ ରାଶି
ଆର୍ଥିକ ଦୃଷ୍ଟିକୋଣରୁ ସମୟ ଅତ୍ୟନ୍ତ ଭଲ । ଟଙ୍କା ନିବେଶ କରିବା ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ। କୌଣସି ବିଶେଷ ପ୍ରସଙ୍ଗରେ କଥାବାର୍ତ୍ତା କରୁଥିଲେ ଅଶିଷ୍ଟ ଶବ୍ଦ ବ୍ୟବହାର କରନ୍ତୁ ନାହିଁ। ବ୍ୟବସାୟରେ କିଛି ବାଧାବିଘ୍ନ ଆସିପାରେ । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟଗୁଡ଼ିକୁ ପ୍ରଥମେ ପୂରା କରିବାକୁ ପ୍ରୟାସ କରନ୍ତୁ। ପରିବାର ଲୋକଙ୍କ ସହିତ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିପାରନ୍ତି । ମାନସିକ ଏବଂ ଶାରୀରିକ ଥକାପଣ ଅନୁଭବ କରିବେ। ଶୁଭ ରଙ୍ଗ- ନୀଳ ଏବଂ ଶୁଭ ଅଙ୍କ- ୪

ମିଥୁନ ରାଶି
ଭାଇମାନଙ୍କର ଭରପୂର ସହଯୋଗ ମିଳିବ । ଖେଳକୁଦ ସହିତ ଜଡ଼ିତ ବିଦ୍ୟାର୍ଥୀମାନଙ୍କ ପାଇଁ କିଛି ନୂଆ ସମ୍ଭାବନା ଆସିପାରେ। ଦିନର ଦ୍ୱିତୀୟାର୍ଦ୍ଧରେ ପରିସ୍ଥିତି ପ୍ରତିକୂଳ ରହିବ। କୌଣସି କାମରେ ତରବରିଆ ହୁଅନ୍ତୁ ନାହିଁ । ବ୍ୟବସାୟରେ ପ୍ରତିଯୋଗିତାର ସମ୍ମୁଖୀନ ହେବାକୁ ପଡ଼ିବ। କଠିନ ସମୟରେ କୌଣସି ଯୋଗ୍ୟ ବ୍ୟକ୍ତିଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ। ବନ୍ଧୁମାନଙ୍କ ସହିତ ଦେଖା ସାକ୍ଷାତ ହୋଇପାରେ। ଶୁଭ ରଙ୍ଗ- କେଶରୀ ଏବଂ ଶୁଭ ଅଙ୍କ- ୫ ।

କର୍କଟ ରାଶି
ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲା କରନ୍ତୁ। ଏହାଦ୍ୱାରା ସଫଳତାର ମାର୍ଗ ମଧ୍ୟ ଖୋଲିବ। ଛୋଟ କଥାକୁ ନେଇ କାହା ସହିତ ଯୁକ୍ତିତର୍କ ଓ କଥା କଟାକଟି ହୋଇପାରେ। ନିଜ ସ୍ୱଭାବକୁ ସଂଯମ ରଖନ୍ତୁ। ବ୍ୟବସାୟ ସମ୍ବନ୍ଧୀୟ କୌଣସି ପ୍ରକାର ରିସ୍କ ନିଅନ୍ତୁ ନାହିଁ, ପୂର୍ବଭଳି ଚାଲିଥିବା କାର୍ଯ୍ୟକଳାପ ଉପରେ ହିଁ ଧ୍ୟାନ ଦିଅନ୍ତୁ। ପରିବାରରେ ଆପୋଷ ବୁଝାମଣାର ଅଭାବରୁ କିଛି ଚାପଗ୍ରସ୍ତ ମାହୋଲ ସୃଷ୍ଟି ହୋଇପାରେ। ବର୍ତ୍ତମାନର ପାଗରେ ନିଜ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ସଜାଗ ରହିବା ଜରୁରୀ। ଶୁଭ ରଙ୍ଗ- କମଳା ଏବଂ ଶୁଭ ଅଙ୍କ- ୬ ।

ସିଂହ ରାଶି
କ୍ୟାରିୟର କ୍ଷେତ୍ରରେ ଶୁଭଫଳ ମିଳିପାରେ । କୌଣସି ବିବାଦୀୟ ମାମଲା ଚାଲିଥିଲେ ସେଥିରେ ସାବଧାନତା ଅବଲମ୍ବନ କରନ୍ତୁ । ବ୍ୟବସାୟରେ କର୍ମଚାରୀମାନଙ୍କ ସହିତ ଉଚିତ ସମନ୍ୱୟ ରକ୍ଷା କରନ୍ତୁ। କୌଣସି ଗୁରୁତ୍ୱପୂର୍ଣ୍ଣ କର୍ମଚାରୀ କାର୍ଯ୍ୟ ଛାଡ଼ି ଚାଲିଯାଇପାରନ୍ତି। ଦାମ୍ପତ୍ୟ ସମ୍ପର୍କରେ ଅହଂକାର ରଖନ୍ତୁ ନାହିଁ । ନକାରାତ୍ମକ ଚିନ୍ତାଧାରାରୁ ଦୂରେଇ ରହିବା ପାଇଁ ନିଜକୁ ବ୍ୟସ୍ତ ରଖନ୍ତୁ । ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ଅଙ୍କ- ୯ ।

କନ୍ୟା ରାଶି
କୌଣସି କାରଣରୁ ଆପଣଙ୍କର କାର୍ଯ୍ୟ ଅଟକି ରହିଥିଲେ ତାହା ପୁନର୍ବାର ଆରମ୍ଭ ହୋଇପାରେ । ଅଯଥା ବାଦବିବାଦ କିମ୍ବା ନକାରାତ୍ମକ କଥାକୁ ଅଣଦେଖା କରିବା ଆପଣଙ୍କ ପାଇଁ ଭଲ । ବ୍ୟବସାୟରେ ନୂଆ ଉପଲବ୍ଧି ସାମ୍ନାକୁ ଆସିବ । ଅଫିସରେ ଚାଲିଥିବା ରାଜନୀତିରୁ ନିଜକୁ ଦୂରେଇ ରଖନ୍ତୁ। ନିଜ ପ୍ରେମ ସାଥୀଙ୍କ ସହିତ କିଛି ମୁହୂର୍ତ୍ତ ନିଶ୍ଚୟ ବିତାନ୍ତୁ, ଏହାଦ୍ୱାରା ନିକଟତା ବଢ଼ିବ। ସୁସ୍ଥ ରହିବା ପାଇଁ ଆୟୁର୍ବେଦିକ ଜିନିଷର ଉଚିତ ପରିମାଣରେ ସେବନ କରନ୍ତୁ। ଶୁଭ ରଙ୍ଗ- ଗୋଲାପୀ ଏବଂ ଶୁଭ ଅଙ୍କ- ୪ ।

ତୁଳା ରାଶି
ଆଜି ଦିନଟି ଚମତ୍କାର ଫଳାଫଳ ପ୍ରଦାନ କରିବ । କାହାକୁ ଟଙ୍କା ଉଧାର ଦେଇଥିଲେ ତାହା ଫେରି ପାଇବାର ସମ୍ଭାବନା ରହିଛି । ଭାଇମାନଙ୍କ ସହିତ ସମ୍ପର୍କରେ ତିକ୍ତତା ଆସିବାକୁ ଦିଅନ୍ତୁ ନାହିଁ। ବଡ଼-ଗୁରୁଜନଙ୍କ ପରାମର୍ଶ ଓ ମାର୍ଗଦର୍ଶନକୁ ଅବଶ୍ୟ ପାଳନ କରନ୍ତୁ। ସେୟାର ବଜାର ସହିତ ଜଡ଼ିତ ଥିଲେ ଆପଣ ସାବଧାନ ରୁହନ୍ତୁ। ପ୍ରେମ ସମ୍ପର୍କରେ କୌଣସି ଭୁଲ ବୁଝାମଣା ଯୋଗୁଁ ବିଚ୍ଛେଦ ହୋଇପାରେ। କାଶ ଓ ଆଲର୍ଜି ଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ପ୍ରାକୃତିକ ଉପାୟ ଉପରେ ଅଧିକ ଭରସା କରନ୍ତୁ। ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ଅଙ୍କ- ୩ ।

ବିଛା ରାଶି
ଯୁବକମାନଙ୍କୁ କୌଣସି ଉପଲବ୍ଧି ମିଳିବାର ଆଶା ରହିଛି। କୌଣସି ଗୁରୁତ୍ୱପୂର୍ଣ୍ଣ ଜିନିଷ ହଜିଯିବାର ଆଶଙ୍କା ରହିଛି। କାର୍ଯ୍ୟକ୍ଷେତ୍ରରେ ବର୍ତ୍ତମାନର ପରିସ୍ଥିତି ଉପରେ ହିଁ ଧ୍ୟାନ ଦିଅନ୍ତୁ, କୌଣସି ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଖଟା-ମିଠା ଝଗଡ଼ା ସେମାନଙ୍କ ସମ୍ପର୍କରେ ଆହୁରି ଅଧିକ ନିକଟତା ଆଣିବ। ଥକାପଣ ଅନୁଭବ ହେବ। ସକାରାତ୍ମକ କାର୍ଯ୍ୟକଳାପରେ ନିଜ ସମୟ ଅତିବାହିତ କରନ୍ତୁ। ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ଅଙ୍କ- ୧ ।

ଧନୁ ରାଶି
ଗତ କିଛି ସମୟ ଧରି ଅଟକି ରହିଥିବା କାମ ପୂରା କରିବା ପାଇଁ ସମୟ ଅନୁକୂଳ। ନିଜର ବ୍ୟକ୍ତିଗତ କାର୍ଯ୍ୟଗୁଡ଼ିକୁ ଅଣଦେଖା କରନ୍ତୁ ନାହିଁ। ଆପଣଙ୍କର କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଛାଡ଼ି ହୋଇଯାଇପାରେ। କାର୍ଯ୍ୟସ୍ଥଳରେ ଅତିରିକ୍ତ କାର୍ଯ୍ୟଭାର ଯୋଗୁଁ ଓଭରଟାଇମ୍ ମଧ୍ୟ କରିବାକୁ ପଡ଼ିପାରେ। ସ୍ୱାମୀ-ସ୍ତ୍ରୀ ଆପୋଷ ବୁଝାମଣା ଦ୍ୱାରା ଘରର ବ୍ୟବସ୍ଥାକୁ ଅନୁକୂଳ କରି ରଖିବେ। ଶାରୀରିକ ଦୁର୍ବଳତା ତଥା ଦେହହାତ ବିନ୍ଧା ଭଳି ସମସ୍ୟାକୁ ନେଇ ଚିନ୍ତିତ ରହିପାରନ୍ତି। ଶୁଭ ରଙ୍ଗ- ନୀଳ ଏବଂ ଶୁଭ ଅଙ୍କ- ୫

ମକର ରାଶି
ଅଭିଜ୍ଞ ବ୍ୟକ୍ତିମାନଙ୍କ ସାନ୍ନିଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବ। ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବାରେ ମଧ୍ୟ ଆପଣଙ୍କର ପ୍ରୟାସ ରହିବ। ଆପଣଙ୍କର ବ୍ୟକ୍ତିଗତ କାର୍ଯ୍ୟ ଅଧା ରହିଯାଇପାରେ। ଦୈନିକ ଆୟ ପୂର୍ବ ଅପେକ୍ଷା କିଛି ଭଲ ରହିବ। କ୍ୟାରିୟର ସମ୍ବନ୍ଧୀୟ କୌଣସି ଶୁଭ ଖବର ମିଳିପାରେ। ପରିବାରରେ ଶାନ୍ତିପୂର୍ଣ୍ଣ ମାହୋଲ ରହିବ। ସ୍ୱାସ୍ଥ୍ୟ ଠିକ୍ ରହିବ। କିନ୍ତୁ ବଦଳୁଥିବା ପାଗ ଯୋଗୁଁ ଅବହେଳା କରନ୍ତୁ ନାହିଁ। ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ଅଙ୍କ- ୨

କୁମ୍ଭ ରାଶି
ଅଟକି ରହିଥିବା କାର୍ଯ୍ୟ ସଫଳ ହୋଇପାରେ । ବିପରୀତ ପରିସ୍ଥିତିକୁ ଆପଣ ନିଜେ ଅନୁକୂଳ କରିନେବେ। ନିଜ ବଜେଟ୍ ପ୍ରତି ଧ୍ୟାନ ଦେଇ କାର୍ଯ୍ୟ କରନ୍ତୁ। ବ୍ୟବସାୟିକ ବିକାଶ ପାଇଁ ନିଜର ସମ୍ପର୍କକୁ ଆହୁରି ଅଧିକ ବଢ଼ାନ୍ତୁ। ଅନ୍ୟମାନଙ୍କ ପରାମର୍ଶ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ। ପ୍ରେମ ସମ୍ପର୍କରେ ଭାବନାତ୍ମକ ନିକଟତା ବଢ଼ିବ। ନିଜ ଉପରେ କାମର ବୋଝ ଅଧିକ ନିଅନ୍ତୁ ନାହିଁ। କିଛି ସମୟ ନିଜ ପାଇଁ ମଧ୍ୟ ନିଶ୍ଚୟ ବାହାର କରନ୍ତୁ। ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ଅଙ୍କ- ୬ ।

ମୀନ ରାଶି
ନିଜ କାର୍ଯ୍ୟଗୁଡ଼ିକୁ ଯୋଜନାବଦ୍ଧ କରିବା ଦ୍ୱାରା ଆପଣ ନିଜ ଦିନଚର୍ଯ୍ୟାକୁ ସୁବ୍ୟବସ୍ଥିତ କରିପାରିବେ । ପରିବାର ଲୋକଙ୍କର ପୂର୍ଣ୍ଣ ସହଯୋଗ ମିଳିବ। ଯାନବାହାନ କିମ୍ବା କୌଣସି ଦାମୀ ଉପକରଣ ଖରାପ ହେବା କାରଣରୁ ବଡ଼ ଖର୍ଚ୍ଚ ସାମ୍ନାକୁ ଆସିପାରେ। ଚାକିରିରେ ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। କୌଣସି ନିଷ୍ପତ୍ତି ନେବାରେ ତରବରିଆ ହୁଅନ୍ତୁ ନାହିଁ। ପରିବାର ଲୋକଙ୍କ ସହିତ କିଛି ସମୟ ଅତିବାହିତ କରନ୍ତୁ । ପ୍ରେମ ସମ୍ପର୍କରେ ନିକଟତା ବଢ଼ିବ। ଘରର କୌଣସି ବରିଷ୍ଠ ସଦସ୍ୟଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ରହିପାରେ। ଶୁଭ ରଙ୍ଗ- ଧଳା ଏବଂ ଶୁଭ ଅଙ୍କ- ୭

(Disclaimer: ଏହି ଲେଖାଟି ଜ୍ୟୋତିଷୀୟ ଗଣନା, ପାରମ୍ପରିକ ମାନ୍ୟତା ଏବଂ ବିଭିନ୍ନ ଭବିଷ୍ୟଫଳ ପଦ୍ଧତିର ବ୍ୟାଖ୍ୟା ଉପରେ ଆଧାରିତ। ରାଶିଫଳରେ ଦିଆଯାଇଥିବା ସୂଚନା ସାଧାରଣ ଜ୍ୟୋତିଷୀୟ ଆକଳନ ଅଟେ। ବ୍ୟକ୍ତି ବିଶେଷଙ୍କ ଉପରେ ଏହାର ପ୍ରଭାବ ସେମାନଙ୍କ ଜନ୍ମ କୁଣ୍ଡଳୀ, ଗ୍ରହର ସ୍ଥିତି, ଦଶା ଏବଂ ଅନ୍ୟାନ୍ୟ ବ୍ୟକ୍ତିଗତ କାରକ ଅନୁଯାୟୀ ଭିନ୍ନ ହୋଇପାରେ। ଏହାକୁ କୌଣସି ନିଶ୍ଚିତ ପରିଣାମ, ଦାବି କିମ୍ବା ନିଷ୍ପତ୍ତିର ଆଧାର ଭାବେ ଗ୍ରହଣ କରାଯିବା ଉଚିତ ନୁହେଁ।)

Also Read- ବିକ୍ରୟ ଚୁକ୍ତି ପୂର୍ବରୁ ଅପ୍ରତ୍ୟାଶିତ ମୋଡ଼.. ୨,୧୨୨ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ହ୍ରାସ କଲା IDBI ବ୍ୟାଙ୍କ..!

Add Zee News as a Preferred Source
TAGS:

About the Author

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ZEENEWS TRENDING STORIES