SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Horoscope Today: କେମିତି କଟିବ ଆଜି ଦିନ? ପଢନ୍ତୁ ରାଶିଫଳ

ଗ୍ରହ ଚଳନ ଦୃଷ୍ଟିରୁ ଦିନଟି କିପରି ବିତିବ ଆସନ୍ତୁ ଜାଣିବା ସମସ୍ତ ୧୨ଟି ରାଶିର ରାଶିଫଳ।

Written By Soubhagya Ranjan Mishra Edited By Soubhagya Ranjan Mishra
Published: Nov 03, 2026, 06:23 AM IST | Updated: Nov 03, 2026, 06:31 AM IST
Image Credit: Today Horoscope
Join

Horoscope Today 3 November 2026: ଆଜି ୩ ନଭେମ୍ବର ୨୦୨୬ ମଙ୍ଗଳବାର । ଆଜି ଭୋର ୩:୪୫ ସମୟରେ ଚନ୍ଦ୍ର ସିଂହ ରାଶିରେ ଚଳନ କରିଛନ୍ତି, ଆପଣଙ୍କୁ କହିରଖୁଛୁ ଯେ, ଚନ୍ଦ୍ରଙ୍କ ଅଧିପତି ହେଉଛନ୍ତି ସୂର୍ଯ୍ୟ। ଏହା ବ୍ୟତୀତ, ଆଜି ସକାଳ ୫:୫୩ ସମୟରେ ଗ୍ରହ ରାଜକୁମାର ବୁଧ ସ୍ୱାତୀ ନକ୍ଷତ୍ରରେ ଚଳନ କରିଛନ୍ତି।

ମେଷ ରାଶି
ଭବିଷ୍ୟତ ଯୋଜନାକୁ ସାକାର କରିବାକୁ ଚାହୁଁଥିଲେ ସମୟ ଅନୁକୂଳ । କୌଣସି କଥାକୁ ନେଇ ପଡ଼ୋଶୀଙ୍କ ସହ ଯୁକ୍ତିତର୍କ ହୋଇପାରେ। ବିପଦପୂର୍ଣ୍ଣ କାର୍ଯ୍ୟରେ ଅଧିକ ସମୟ ଏବଂ ଅର୍ଥ ନଷ୍ଟ କରନ୍ତୁ ନାହିଁ। ଦମ୍ପତ୍ତିଙ୍କ ମଧ୍ୟରେ କୌଣସି ମତଭେଦ ଥିଲେ ତାହା ଦୂର ହୋଇଯିବ। ଅଧିକ ଚିନ୍ତା କାରଣରୁ ମୁଣ୍ଡବିନ୍ଧା ଏବଂ ଏସିଡିଟି ସମସ୍ୟା ବଢ଼ିପାରେ। ବୃଦ୍ଧ ଏବଂ ଅସହାୟ ବ୍ୟକ୍ତିଙ୍କୁ ଆବଶ୍ୟକତା ଅନୁଯାୟୀ ସାହାଯ୍ୟ କରନ୍ତୁ। ଶୁଭ ରଙ୍ଗ: କମଳା ଏବଂ ଶୁଭ ଅଙ୍କ: ୯

ବୃଷ ରାଶି
ବ୍ୟକ୍ତିଗତ କାର୍ଯ୍ୟ ସୁରୁଖୁରୁରେ ଚାଲିବ। ନିବେଶ କରିବାକୁ ଚାହୁଁଥିଲେ ସମୟ ଅନୁକୂଳ । ମାର୍ଗଦର୍ଶନର ଅଭାବରୁ ଆପଣ ନିଜ ଲକ୍ଷ୍ୟରୁ ବିଚ୍ୟୁତ ହୋଇପାରନ୍ତି। ମିଡିଆ, ଗ୍ଲାମର ଇତ୍ୟାଦି ସହ ଜଡ଼ିତ ଥିଲେ ଆପଣଙ୍କୁ ଶୁଭଫଳ ମିଳିବ। ଯୁବପିଢ଼ି ନିଜ ପ୍ରେମ ସମ୍ପର୍କ ପ୍ରତି ସଚେତନ ରହିବେ। ସ୍ୱାସ୍ଥ୍ୟ ଭଲ ରହିବ। ଲକ୍ଷ୍ମୀ ନାରାୟଣଙ୍କ ଦର୍ଶନ କରନ୍ତୁ ଏବଂ ନିଜ ମନସ୍କାମନା ପୂର୍ଣ୍ଣ ପାଇଁ ପ୍ରାର୍ଥନା କରନ୍ତୁ। ଶୁଭ ରଙ୍ଗ: କେଶରୀ ଏବଂ ଶୁଭ ଅଙ୍କ: ୩

ମିଥୁନ ରାଶି
ନିଜର କ୍ଷମତା ଏବଂ ଯୋଗ୍ୟତାକୁ ଚିହ୍ନି ଆଗକୁ ବଢନ୍ତୁ। କୌଣସି କଥାକୁ ନେଇ ଭାଈଙ୍କ ସହ ଯୁକ୍ତିତର୍କ ହୋଇପାରେ। ଆମଦାନୀ-ରପ୍ତାନୀ ବ୍ୟବସାୟ ସହ ଜଡ଼ିତ ଥିଲେ କିଛି କ୍ଷତି ସହିବାକୁ ପଡ଼ିପାରେ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟକୁ ନେଇ ମନରେ ଚିନ୍ତା ରହିବ। ମାନସିକ ଚାପ କାରଣରୁ ମୁଣ୍ଡବିନ୍ଧା ହୋଇପାରେ। ଘରର ଭଉଣୀ ଏବଂ ଝିଅମାନଙ୍କୁ ସମ୍ମାନ କରନ୍ତୁ । ସାମର୍ଥ୍ୟ ଅନୁଯାୟୀ କିଛି ଉପହାର ଦିଅନ୍ତୁ। ଶୁଭ ରଙ୍ଗ: ଗୋଲାପୀ ଏବଂ ଶୁଭ ଅଙ୍କ: ୨

କର୍କଟ ରାଶି
ଦୀର୍ଘ ସମୟରୁ କୌଣସି ସଂଘର୍ଷ ଚାଲିଥିଲେ ତାହାର ଅନ୍ତ ଘଟିବ। ସମୟ ଆନନ୍ଦଦାୟକ ରହିବ। ଖର୍ଚ୍ଚର ପରିମାଣ ଅଧିକ ରହିପାରେ। ଦୂରଯାତ୍ରା କରନ୍ତୁ ନାହିଁ । ନିଜର ବ୍ୟବସାୟିକ କାର୍ଯ୍ୟଶୈଳୀ କାହା ସାମ୍ନାରେ ପ୍ରକାଶ କରନ୍ତୁ ନାହିଁ। ଘର ଏବଂ ବ୍ୟବସାୟ ମଧ୍ୟରେ ଉଚିତ୍ ସମନ୍ୱୟ ରହିବ। ପାଣିପାଗର ପ୍ରତିକୂଳ ପ୍ରଭାବରୁ ରକ୍ଷା ପାଇବା ପାଇଁ ଦେଶୀ ଜିନିଷ ସେବନ କରନ୍ତୁ। ରାସ୍ତାରେ କୌଣସି ସଫେଇ କର୍ମଚାରୀ ଦେଖାହେଲେ ତାଙ୍କୁ କିଛି ଦାନ କରନ୍ତୁ। ଶୁଭ ରଙ୍ଗ: ଆକାଶୀ ଏବଂ ଶୁଭ ଅଙ୍କ: ୪

ସିଂହ ରାଶି
ଦିନସାରା ବ୍ୟସ୍ତତା ଲାଗି ରହିବ। ଜୀବନର ସକାରାତ୍ମକ ଦିଗକୁ ଅନୁଭବ କରିବାର ସୁଯୋଗ ପାଇବେ। ସୋସିଆଲ ମିଡିଆରେ ଅଧିକ ସମୟ ବିତାଇବା ପରିବର୍ତ୍ତେ ନିଜ କ୍ୟାରିୟର ଉପରେ ଫୋକସ୍ କରନ୍ତୁ । କୌଣସି ସରକାରୀ କିମ୍ବା ବେସରକାରୀ କମ୍ପାନୀରୁ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମା ମିଳିପାରେ। ଘରେ ସୁଖଦ ପରିବେଶ ରହିବ। ଚାପ, ଅବସାଦ ଏବଂ ଋତୁକାଳୀନ ରୋଗରୁ ରକ୍ଷା ପାଆନ୍ତୁ। କୌଣସି ଧାର୍ମିକ ସ୍ଥଳରେ କିଛି ସମୟ ସଫାସୁତୁରା ସେବା କରିବା ଶୁଭ ହେବ। ଶୁଭ ରଙ୍ଗ: ବାଦାମୀ ଏବଂ ଶୁଭ ଅଙ୍କ: ୫

କନ୍ୟା ରାଶି
ଆପଣଙ୍କ ରାଶିରେ ଗ୍ରହ ସ୍ଥିତି ଅନୁକୂଳ ଅଛି। କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିବାରେ ସଫଳ ହେବେ। ମନେରଖନ୍ତୁ ଯେ, କୌଣସି ପୁରୁଣା ସମସ୍ୟା ପୁଣି ମୁଣ୍ଡ ଟେକିପାରେ। ଅନ୍ୟମାନଙ୍କ ବ୍ୟକ୍ତିଗତ ମାମଲାରେ ମୁଣ୍ଡ ପୁରାନ୍ତୁ ନାହିଁ । ମିଡିଆ ଏବଂ ମାର୍କେଟିଂ ବ୍ୟବସାୟ ସହ ଜଡ଼ିତ ଲୋକମାନେ ଆଜି ଭଲ ଲାଭ କରିପାରିବେ। ପରିବାର ସଦସ୍ୟଙ୍କ ମଧ୍ୟରେ ଉଚିତ୍ ସମନ୍ୱୟ ଏବଂ ପ୍ରେମଭାବ ରହିବ। ସକାରାତ୍ମକ ରହିବା ପାଇଁ ଆଧ୍ୟାତ୍ମିକତା ଏବଂ ଧ୍ୟାନର ସାହାଯ୍ୟ ନିଅନ୍ତୁ। ଗଣପତିଙ୍କୁ ଲଡୁ ଭୋଗ ଲଗାନ୍ତୁ। ଶୁଭ ରଙ୍ଗ: ହଳଦିଆ ଏବଂ ଶୁଭ ଅଙ୍କ: ୯

ତୁଳା ରାଶି
ଯୋଜନାବଦ୍ଧ ଭାବେ କାର୍ଯ୍ୟ ସମ୍ପାଦନ କରିବେ । ମନରେ ସକାରାତ୍ମକ ଚିନ୍ତାଧାରା ରହିବ । ଏକାଗ୍ରତାର ଅଭାବ କାରଣରୁ ଯୁବପିଢ଼ି ସେମାନଙ୍କ କାର୍ଯ୍ୟକୁ ଠିକ୍ ରୂପ ଦେଇପାରିବେ ନାହିଁ। କାର୍ଯ୍ୟକ୍ଷେତ୍ରରେ କୌଣସି କର୍ମଚାରୀଙ୍କ କାରଣରୁ କ୍ଷତି ସହିପାରନ୍ତି । ବିବାହ ଯୋଗ୍ୟ ବ୍ୟକ୍ତିଙ୍କ ପାଇଁ ଭଲ ପ୍ରସ୍ତାବ ଆସିପାରେ । କୌଣସି ଯନ୍ତ୍ରପାତି ବ୍ୟବହାର କରୁଥିଲେ ଅଧିକ ସତର୍କ ରୁହନ୍ତୁ। ନବଗ୍ରହ ମନ୍ତ୍ର ଯଥାସମ୍ଭବ ଜପ କରନ୍ତୁ। ଶୁଭ ରଙ୍ଗ: ସବୁଜ ଏବଂ ଶୁଭ ଅଙ୍କ: ୫

ବିଛା ରାଶି
କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଗଢ଼ିଉଠିବ । ନୂଆ ସମ୍ପର୍କ ଲାଭଦାୟକ ପ୍ରମାଣିତ ହେବ। ଅନ୍ୟମାନଙ୍କ ମାମଲାରେ ଅଯଥା ହସ୍ତକ୍ଷେପ କରନ୍ତୁ ନାହିଁ । ଯଦି କୌଣସି ବ୍ୟବସାୟୀଙ୍କ ସହ ବିବାଦ ଚାଲିଛି ତେବେ ତାହାର ସମାଧାନ ହେବାର  ସମ୍ଭାବନା ରହିଛି। ପ୍ରେମ ସମ୍ପର୍କକୁ ବିବାହରେ ପରିଣତ କରିବାରେ କିଛି ବାଧା ଆସିପାରେ। ଅସନ୍ତୁଳିତ ଖାଦ୍ୟପେୟ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇବ। ଶିବଙ୍କ ଉପାସନା କରନ୍ତୁ ଏବଂ ସୁଗନ୍ଧିତ ଜଳରେ ଅଭିଷେକ କରନ୍ତୁ। ଶୁଭ ରଙ୍ଗ: ଆକାଶୀ ଏବଂ ଶୁଭ ଅଙ୍କ: ୭

ଧନୁ ରାଶି
କୌଣସି ସରକାରୀ ମାମଲା ଚାଲିଥିଲେ ସେଥିରୁ କିଛି ଆଶ୍ୱସ୍ତି ମିଳିପାରେ। କୌଣସି ପ୍ରକାରର ଯାତ୍ରା କଲେ ଅର୍ଥ ଏବଂ ସମୟର ଅପଚୟ ହେବ। ଅତ୍ୟଧିକ କାର୍ଯ୍ୟଭାର କାରଣରୁ ସମସ୍ତ କାର୍ଯ୍ୟ ଉପରେ ସମ୍ପୂର୍ଣ୍ଣ ଧ୍ୟାନ କେନ୍ଦ୍ରୀଭୂତ ହୋଇପାରିବ ନାହିଁ। ବୈବାହିକ ସମ୍ପର୍କ ମଧୁରମୟ ରହିବ। କାଶ, ଥଣ୍ଡା ଭଳି ଛୋଟମୋଟ ସମସ୍ୟା ଦେଖାଦେଇପାରେ। ପଶୁପକ୍ଷୀଙ୍କୁ ଖାଦ୍ୟ ଦାନ କରନ୍ତୁ। ଶୁଭ ରଙ୍ଗ: ବାଦାମୀ ଏବଂ ଶୁଭ ଅଙ୍କ: ୧

ମକର ରାଶି
ସାମାଜିକ ଏବଂ ରାଜନୈତିକ କାର୍ଯ୍ୟରେ ନିଜର ଉପସ୍ଥିତି ରଖନ୍ତୁ । ଏହାଦ୍ୱାରା ଆପଣ ଅନେକ ନୂଆ ସୂଚନା ପାଇପାରିବେ। କାହାକୁ ଟଙ୍କା ଉଧାର ଦିଅନ୍ତୁ ନାହିଁ କାରଣ ବିଳମ୍ୱ ହେଲେ ତାହା ଫେରସ୍ତ ମିଳିବାର ଆଶା କମ୍ । କମିଶନ ସମ୍ବନ୍ଧୀୟ କାର୍ଯ୍ୟରୁ ଭଲ ଅର୍ଥ ମିଳିପାରେ। ବରିଷ୍ଠ ବ୍ୟକ୍ତିଙ୍କ ମାର୍ଗଦର୍ଶନ ମିଳିବ। ଜୀବନସାଥୀଙ୍କୁ ଖୁସି କରିବାରେ ସଫଳ ହେବେ। ଅତ୍ୟଧିକ ପରିଶ୍ରମ ଏବଂ କ୍ଲାନ୍ତି ଯୋଗୁଁ ଆଣ୍ଠୁ ଏବଂ ଗୋଡ଼ ବିନ୍ଧା ବଢ଼ିପାରେ। ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ କିମ୍ବା ଶୁଣନ୍ତୁ। ଶୁଭ ରଙ୍ଗ: କମଳା ଏବଂ ଶୁଭ ଅଙ୍କ: ୬

କୁମ୍ଭ ରାଶି
କୌଣସି ସମସ୍ୟା ଥିଲେ ତାହାର ସମାଧାନ ହୋଇପାରେ । ଆପଣ ନିଜକୁ ଶକ୍ତିଶାଳୀ ଅନୁଭବ କରିବେ। ଛୋଟ ଛୋଟ ନକାରାତ୍ମକ କଥାକୁ ନେଇ ଚିନ୍ତା କରନ୍ତୁ ନାହିଁ ବରଂ ସମାଧାନ ଖୋଜିବାକୁ ଚେଷ୍ଟା କରନ୍ତୁ। ନିଜର ବ୍ୟବସାୟିକ କାର୍ଯ୍ୟ ପ୍ରଣାଳୀ କାହା ସହ ସେୟାର କରନ୍ତୁ ନାହିଁ । ବ୍ୟବସାୟରେ ଉତ୍ଥାନ-ପତନ ହୋଇପାରେ। ପରିବାର ସଦସ୍ୟଙ୍କ ପାଇଁ କିଛି ସମୟ ନିଶ୍ଚୟ ବାହାର କରନ୍ତୁ। କ୍ଲାନ୍ତି ଏବଂ ମୁଣ୍ଡବିନ୍ଧା ଭଳି ସମସ୍ୟା ଅନୁଭବ ହୋଇପାରେ। ଗାଈକୁ ଗୁଡ଼-ରୁଟି ଖାଇବାକୁ ଦିଅନ୍ତୁ । ଶୁଭ ରଙ୍ଗ: ନୀଳ ଏବଂ ଶୁଭ ଅଙ୍କ: ୩

ମୀନ ରାଶି
ଯେଉଁ ଲକ୍ଷ୍ୟ ହାସଲ କରିବା ପାଇଁ ଆପଣ ଚେଷ୍ଟା କରୁଥିଲେ ତାହାର ସମୟ ଆସିଯାଇଛି। ଋଣ ନେବାକୁ ଯୋଜନା କରୁଥିଲେ ନିଜ ସାମର୍ଥ୍ୟ ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ। ବ୍ୟବସାୟରେ ପୁରୁଣା ପାର୍ଟିମାନଙ୍କ ସହ ପୁନର୍ବାର ଯୋଗାଯୋଗ କରି ଲାଭାନ୍ୱିତ ହୋଇପାରନ୍ତି । କୌଣସି ମିତ୍ରଙ୍କ ଯୋଗୁଁ ପ୍ରେମ ସମ୍ପର୍କ ପ୍ରକାଶ ପାଇପାରେ। ଗରିଷ୍ଠ ଭୋଜନ ସେବନରୁ ନିବୃତ୍ତ ରୁହନ୍ତୁ ଏବଂ ଦିନଚର୍ଯ୍ୟାକୁ ବ୍ୟବସ୍ଥିତ ରଖନ୍ତୁ। ତୁଳସୀ ଚଉରା ସାମ୍ନାରେ ଶୁଦ୍ଧ ଘିଅର ଦୀପ ଜାଳନ୍ତୁ। ଶୁଭ ରଙ୍ଗ: ଲାଲ୍ ଏବଂ ଶୁଭ ଅଙ୍କ: ୨

(Disclaimer: ଏହି ଲେଖାଟି ଜ୍ୟୋତିଷୀୟ ଗଣନା, ପାରମ୍ପରିକ ମାନ୍ୟତା ଏବଂ ବିଭିନ୍ନ ଭବିଷ୍ୟଫଳ ପଦ୍ଧତିର ବ୍ୟାଖ୍ୟା ଉପରେ ଆଧାରିତ। ରାଶିଫଳରେ ଦିଆଯାଇଥିବା ସୂଚନା ସାଧାରଣ ଜ୍ୟୋତିଷୀୟ ଆକଳନ ଅଟେ। ବ୍ୟକ୍ତି ବିଶେଷଙ୍କ ଉପରେ ଏହାର ପ୍ରଭାବ ସେମାନଙ୍କ ଜନ୍ମ କୁଣ୍ଡଳୀ, ଗ୍ରହର ସ୍ଥିତି, ଦଶା ଏବଂ ଅନ୍ୟାନ୍ୟ ବ୍ୟକ୍ତିଗତ କାରକ ଅନୁଯାୟୀ ଭିନ୍ନ ହୋଇପାରେ। ଏହାକୁ କୌଣସି ନିଶ୍ଚିତ ପରିଣାମ, ଦାବି କିମ୍ବା ନିଷ୍ପତ୍ତିର ଆଧାର ଭାବେ ଗ୍ରହଣ କରାଯିବା ଉଚିତ ନୁହେଁ।)

Also Read- ଅଭିନେତା ପୀୟୂଷ ତ୍ରିପାଠୀଙ୍କ ନାମରେ ବଡ ଅଭିଯୋଗ ! ଶବ ବ୍ୟବଚ୍ଛେଦ କରୁଥିବା କର୍ମଚାରୀଙ୍କୁ ମାଡ...

Add Zee News as a Preferred Source
TAGS:

About the Author

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ZEENEWS TRENDING STORIES