SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

ଶୁକ୍ରଙ୍କ ଚଳନ ଫିଟାଇବ ଭାଗ୍ୟ! ୭ଟି ରାଶିକୁ ଧନ ଲାଭ...

ମିଥୁନ, କର୍କଟ, କନ୍ୟା, ତୁଳା, ଧନୁ, ମକର ଏବଂ କୁମ୍ଭ ରାଶିର ବ୍ୟକ୍ତିବିଶେଷ କେଉଁ କ୍ଷେତ୍ରରେ ଶୁଭଫଳ ପାଇବେ ଆସନ୍ତୁ ଜାଣିବା ।

Written By Soubhagya Ranjan Mishra Edited By Soubhagya Ranjan Mishra
Published: Oct 22, 2026, 08:38 PM IST | Updated: Oct 22, 2026, 08:44 PM IST
Image Credit: Shukra Gochar 2026
Join

Shukra Gochar 2026: ୨୪ ଅକ୍ଟୋବର ୨୦୨୬ରେ ଚିତ୍ରା ନକ୍ଷତ୍ରରେ ଶୁକ୍ରଙ୍କ ଚଳନ ହେବାକୁ ଯାଉଛି । ସେଠାରେ ପୂର୍ବରୁ ହିଁ ସୂର୍ଯ୍ୟ ଏବଂ ବୁଧଙ୍କ ଉପସ୍ଥିତି ରହିଛି । ଫଳରେ ଅନେକ ଶୁଭ ଯୋଗ ଗଠନ ହେଉଛି।

ମିଥୁନ ରାଶି
ତ୍ରିଗ୍ରାହୀ ଯୋଗ ଆପଣଙ୍କୁ ହଠାତ୍ ଧନ ପ୍ରଦାନ କରିପାରେ । କଳା, ଲେଖା ଏବଂ ସୃଜନଶୀଳ କ୍ଷେତ୍ର ସହ ଜଡ଼ିତ ଥିଲେ ନୂଆ ସୁଯୋଗ ପାଇବେ । ବିଭିନ୍ନ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ।

କର୍କଟ ରାଶି
ଶୁକ୍ରଙ୍କ ଚଳନ ଆପଣଙ୍କୁ ଭୌତିକ ସୁଖ ପ୍ରଦାନ କରିବ । ନୂଆ ଯାନବାହନ କିଣିପାରନ୍ତି । ଘର କିମ୍ବା ଇଲେକ୍ଟ୍ରୋନିକ୍ସ ସାମଗ୍ରୀ କିଣିବାର ସମ୍ଭାବନା ରହିଛି । ଘରକୁ ସୁଖ ସମୃଦ୍ଧି ବିରାଜମାନ କରିବ ।

କନ୍ୟା ରାଶି
ଏହି ଚଳନରୁ ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ ହୋଇପାରେ । ବହୁ ସମୟରୁ କୌଣସି ସ୍ଥାନରେ ଟଙ୍କା ଅଟକି ରହିଥିଲେ ତାହା ଫେରି ପାଇବାର ସମ୍ଭାବନା ରହିଛି । ଆପଣଙ୍କ ମଧୁର କଥା ଅନ୍ୟକୁ ଆକର୍ଷିତ କରିବ।

ତୁଳା ରାଶି
ତ୍ରିଗ୍ରାହୀ ଯୁତି ଆପଣଙ୍କର ମାନ ସମ୍ମାନ ବଢାଇବ । ଚାକିରି କ୍ଷେତ୍ରରେ ପଦୋନ୍ନତୀ ହୋଇପାରେ । ସମାଜରେ ଆପଣଙ୍କ ପାଇଁ ସ୍ୱତନ୍ତ୍ର ସମ୍ମାନ ରହିବ ।

ଧନୁ ରାଶି
ଆପଣଙ୍କ ପାଇଁ ଆୟର ଅନେକ ନୂଆ ଉତ୍ସ ଖୋଲିବ। ଅଟକି ରହିଥିବା ଆଶା ଆକାଂକ୍ଷା ପୂରଣ ହୋଇପାରେ । ପ୍ରଭାବଶାଳୀ ଲୋକଙ୍କ ସହ ସମ୍ପର୍କ ଗଢ଼ିଉଠିବ ।

ମକର ରାଶି
ଶୁକ୍ରଙ୍କ ନକ୍ଷତ୍ର ପରିବର୍ତ୍ତନ ଆପଣଙ୍କ କ୍ୟାରିୟରରେ ସକାରାତ୍ମକ ଫଳାଫଳ ପ୍ରଦାନ କରିବ । ଉଭୟ ଚାକିରି ଏବଂ ବ୍ୟବସାୟରେ ବରିଷ୍ଠ ଅଧିକାରୀମାନଙ୍କ ସହଯୋଗ ମିଳିବ । ନୂଆ ଦାୟିତ୍ୱ ମିଳିବାର ସମ୍ଭାବନା ରହିଛି । ଆପଣଙ୍କ ପରିଶ୍ରମ ବୃଥା ଯିବ ନାହିଁ । ଧନ ଲାଭର ସମ୍ଭାବନା ରହିଛି।

କୁମ୍ଭ ରାଶି
ଏହି ଚଳନ ଆପଣଙ୍କ ଭାଗ୍ୟ ଚମକାଇବ। ଆପଣଙ୍କ ଲକ୍ଷ ଶୀଘ୍ର ସଫଳ ହେବ। ଗୁରୁଜନଙ୍କ ପରାମର୍ଶ ନେଇ କାର୍ଯ୍ୟ କରିବା ଦ୍ୱାରା ଅଧିକ ଲାଭବାନ ହେବେ । ଆର୍ଥିକ ସ୍ଥିତି ମଜବୁତ ହେବ । ଧାର୍ମିକ ଯାତ୍ରାର ଯୋଗ ରହିଛି।

(Disclaimer: ଏହି ଲେଖାଟି ଜ୍ୟୋତିଷୀୟ ଗଣନା, ପାରମ୍ପରିକ ମାନ୍ୟତା ଏବଂ ବିଭିନ୍ନ ଭବିଷ୍ୟଫଳ ପଦ୍ଧତିର ବ୍ୟାଖ୍ୟା ଉପରେ ଆଧାରିତ। ରାଶିଫଳରେ ଦିଆଯାଇଥିବା ସୂଚନା ସାଧାରଣ ଜ୍ୟୋତିଷୀୟ ଆକଳନ ଅଟେ। ବ୍ୟକ୍ତି ବିଶେଷଙ୍କ ଉପରେ ଏହାର ପ୍ରଭାବ ସେମାନଙ୍କ ଜନ୍ମ କୁଣ୍ଡଳୀ, ଗ୍ରହର ସ୍ଥିତି, ଦଶା ଏବଂ ଅନ୍ୟାନ୍ୟ ବ୍ୟକ୍ତିଗତ କାରକ ଅନୁଯାୟୀ ଭିନ୍ନ ହୋଇପାରେ। ଏହାକୁ କୌଣସି ନିଶ୍ଚିତ ପରିଣାମ, ଦାବି କିମ୍ବା ନିଷ୍ପତ୍ତିର ଆଧାର ଭାବେ ଗ୍ରହଣ କରାଯିବା ଉଚିତ ନୁହେଁ।)

Add Zee News as a Preferred Source
TAGS:

About the Author

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ZEENEWS TRENDING STORIES